ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ରିୟାସି ଆତଙ୍କବାଦୀ ଆକ୍ରମଣ ଘଟଣା: ପୋଲିସକୁ ବଡ଼ ସଫଳତା, ୫୦ ସନ୍ଦିଗ୍ଧ ଅଟକ

ନୂଆଦିଲ୍ଲୀ,୧୩।୬: ନିକଟରେ ଜମ୍ମୁ-କଶ୍ମୀରର ରିୟାସିରେ ଶ୍ରଦ୍ଧାଳୁଙ୍କ ବସ୍‌ ଉପରେ ହୋଇଥିଲା  ଆତଙ୍କବାଦୀ ଆକ୍ରମଣ। ଏହି ଆକ୍ରମଣରେ ୯ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ଜମ୍ମୁ-କଶ୍ମୀର ପୋଲିସ ଏହି ମାମଲାରେ ୫୦ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ରିୟାସିର ଏସ୍‌ଏସ୍‌ପି ମୋହିତା ଶର୍ମା କହିଛନ୍ତି, ଜିଲ୍ଲା ପୋଲିସ ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ  ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାରେ ୫୦ ଜଣଙ୍କୁ ଅଟକ ରଖାଯାଇଛି।

କେନ୍ଦ୍ର ଶାସିତ ରାଜ୍ୟ ଜମ୍ମୁ-କଶ୍ମୀରରେ ନିକଟରେ ହୋଇଥିବା ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କ ବିଷୟରେ ଜାଣିବା ପାଇଁ ବିଭିନ୍ନ ଜିଲ୍ଲାରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଚାଲିଥିଲା। ଏହି ଅଭିଯାନ ସମୟରେ ସଫଳତା ମିଳିଛି। ପୋଲିସ କହିଛି, ଜଣେ ମହିଳା ଦୁଇ ଜଣ ବ୍ୟକ୍ତିଙ୍କ ସନ୍ଦିଗ୍ଧ ଗତିବିଧି ନେଇ ସୂଚନା ଦେଇଥିଲେ। ଏହାପରେ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କ ସହ ମିଶି ପୋଲିସ ଜମ୍ମୁର ବାହାର ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ କରିଥିଲା।

ଗତ ୪ ଦିନରେ ଆତଙ୍କବାଦୀମାନେ ରିୟାସି, କଠୁଆ, ଡୋଡା ଜିଲ୍ଲାର ୪ଟି ସ୍ଥାନରେ ଆକ୍ରମଣ କରିଛନ୍ତି। ଏଥିରେ ୯ ତୀର୍ଥ ଯାତ୍ରୀ ଓ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ୍‌)ର ଜଣେ ଯବାନ ସହିଦ ହୋଇଥିବା ବେଳେ ୭ ଜଣ ସୁରକ୍ଷାକର୍ମୀଙ୍କ ସହ ଅନ୍ୟମାନେ ଆହତ ହୋଇଛନ୍ତି। କଠୁଆରେ ସୁରକ୍ଷାବାହିନୀ ସହ ସଂଘର୍ଷ ବେଳେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ନିହତ ହୋଇଥଲେ। ତାଙ୍କ ପାଖରୁ ପ୍ରଚୁର ମାତ୍ରାରେ ହତିଆର ଓ ଗୋଳାବାରୁଦ ମିଳିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.