ପ୍ରମୂଖ ଖବର

ପୁରୀରେ ଧୁମଧାମରେ ହୋଲି ପାଳିଲେ ଜାପାନୀ ପର୍ଯ୍ୟଟକ, ରଙ୍ଗ ଖେଳ ସହ ହାଣ୍ଡି ଭାଙ୍ଗିବା ଉତ୍ସବ

ପୁରୀ, ୨୬।୩: ପୁରୀ ସହରରେ ଧୁମଧାମରେ ପାଳିତ ହେଉଛି ହୋଲି l ଶ୍ରୀମନ୍ଦିରଠାରୁ ଆରମ୍ଭ କରି ବଡ଼ଦାଣ୍ଡ, ସମଦ୍ର କୂଳ, ସାହି ଗଳି କାନ୍ଦିରେ ଚାଲୁଛି ହୋଲି ପର୍ବ । କିଛି ସ୍ଥାନରେ ରଙ୍ଗ ଖେଳ ସହ ପିରାମିଡ୍‌ରେ ହାଣ୍ଡି ଭାଙ୍ଗିବା ଉତ୍ସବ ପାଳନ କରାଯାଉଛି । ସେହିଭଳି ଆନନ୍ଦର ପର୍ବ ହୋଲିକୁ ଜାପାନୀ ପର୍ଯ୍ୟଟକମାନେ ବେଶ୍ ଧୁମଧାମର ସହ ପାଳନ କରିଛନ୍ତି । ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପକ୍ଷରୁ ପୁରୀ ଚକ୍ରତୀର୍ଥ ରୋଡ୍‌ଠାରେ ପାଳନ ହୋଇଛି ହୋଲି ଉତ୍ସବ । 

ଜାପାନୀ ମାନେ ହୋଲି ପର୍ବ ବିଷୟରେ ଅଜ୍ଞ ଥିଲେ ମଧ୍ୟ କିଭଳି ଏହି ପର୍ବକୁ ପାଳନ କରିଥାଆନ୍ତି ଭାରତୀୟମାନେ ସେନେଇ ସେମାନଙ୍କୁ ଅବଗତ କରାଇଥିଲେ ଇଣ୍ଡୋ ଜାପାନୀ ପ୍ରେଣ୍ଡସିପି ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶ । ତେବେ କେମିକାଲ ରଙ୍ଗଠାରୁ ଦୂରରେ ରହି ହର୍ବାଲ ରଙ୍ଗରେ ହୋଲି ଖେଳିଛନ୍ତି ଜାପାନୀ ପର୍ଯ୍ୟଟକ । ଶେଷରେ ସମସ୍ତ ଜାପାନୀ ପର୍ଯ୍ୟଟକ ପୁରୀ ସମୁଦ୍ରରେ ସ୍ନାନ କରି ଫେରିଥିଲେ ।

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.