ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟି-୨୦ ବିଶ୍ବକପ୍ ପୂର୍ବରୁ ଭେଟରାନ ପାକିସ୍ତାନୀ କ୍ରିକେଟର ନେଲେ ସନ୍ୟାସ, ୧୫ବର୍ଷର କ୍ୟାରିୟର ଶେଷ !

ନୂଆଦିଲ୍ଲୀ,୨୧/୩ :  ପାକିସ୍ତାନ କ୍ରିକେଟକୁ ମହିଳା ଟି୨୦ ବିଶ୍ବକପ ୨୦୨୪ ପୂର୍ବରୁ ବଡ଼ ଝଟକା । ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଖେଳାଯାଉଥିବା ବିଶ୍ବକପ୍ ପୂର୍ବରୁ ଭେଟରାନ ପାକିସ୍ତାନୀ କ୍ରିକେଟର ସନ୍ୟାସ ଘୋଷଣା କରିଛନ୍ତି । ସେ ୧୫ବର୍ଷ ପାକିସ୍ତାନ ଲାଗି ଖେଳିବା ପରେ ନିଜ କ୍ୟାରିୟର ଅନ୍ତ କରିଛନ୍ତି । ପାକର ଉକ୍ତ ଖେଳାଳୀ ସୋସିଆଲ ମିଡ଼ିଆ ଜରିଆରେ ସନ୍ୟାସର ଘୋଷଣା କରିଛନ୍ତି ।

ପାକିସ୍ତାନର ମହିଳା ଟିମରେ ଖେଳୁଥିବା ଏହି ଷ୍ଟାର ବ୍ୟାଟର ଜାବୋରିୟା ଖାନ ସନ୍ୟାସ ଘୋଷଣା କରିଛନ୍ତି । ସେ ନିଜ ୧୫ବର୍ଷ ପୁରୁଣା କ୍ୟାରିୟରର ସମାପ୍ତ କରିଛନ୍ତି । ୩୫ବର୍ଷୀୟ ଜାବୋରିୟା ପାକିସ୍ତାନ ଲାଗି ୧୦୦ରୁ ଅଧିକ ଦିନିକିଆ ଏବଂ ଟି୨୦ ଅନ୍ତର୍ଜାତୀୟ ମୁକାବିଲା ଖେଳିଛନ୍ତି । ଜାବୋରିୟା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ଲେଖିଛନ୍ତି କି, ‘ସେଠାରେ ଖୁସି ଏବଂ ଦୁଃଖ ଥିଲା, କିନ୍ତୁ ସୁବଠାରୁ ଉପରେ ବହୁତ ଗର୍ବର ଭାବନା ଥିଲା ଯାହା ମୋତେ ୧୫ବର୍ଷ ପର୍ଯ୍ୟନ୍ତ ସେଠାରେ ବାନ୍ଧି ରଖିଲା । ପାକିସ୍ତାନର ଜର୍ସି ପିନ୍ଧିବାର ସୌଭାଗ୍ୟ ମୋ କ୍ରିକେଟ ଯାତ୍ରାର ସମୟରେ ଆସୁଥିବା ସମସ୍ୟାଠାରୁ ବହୁଗୁଣାରେ ବଡ଼ ଥିଲା । ମୁଁ ଧନ୍ୟ ଅଟେ କି ମୁଁ ନିଜ ଜୀବନରେ ତାହା କରିଛି ଯାହା ମୋତେ ସବୁଠାରୁ ଅଧିକ ପସନ୍ଦ ଥିଲା ଏବଂ ଆଗକୁ ବି କରିବି‘। ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିବା ଜାବୋରିୟା ଖାନ ଏହି କଥା ବି ସ୍ପଷ୍ଟ କରିଛନ୍ତି କି ସେ ଲିଗ୍ କ୍ରିକେଟ ଖେଳିବା ଜାରି ରଖିବେ । 

ଜାବୋରିୟା ୨୦୦୮ରୁ ୨୦୨୩ପର୍ଯ୍ୟନ୍ତ ପାକିସ୍ତାନ ଲାଗି ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିଛନ୍ତି । ଏହି ସମୟରେ ସେ ୧୧୬ଦିନିକିଆ ଏବଂ ୧୧୨ ଟି୨୦ ଅନ୍ତର୍ଜାତୀୟ ମୁକାବିଲା ଖେଳିଛନ୍ତି । ଦିନିକିଆର ୧୧୩ପାଳିରେ ଜାବୋରିୟା ୨୮.୫୬ ପ୍ରତିଶତରେ ୨୮୮୫ରନ କରିଛନ୍ତି । ଯେଉଁଥିରେ ୨ଶତକ ଏବଂ ୧୫ଅର୍ଦ୍ଧଶତକ ସାମିଲ ରହିଛି । ଯେଉଁଥିରେ ତାଙ୍କର ହାଇ ସ୍କୋର ୧୩୩* ରନ ରହିଛି । ଏହା ବ୍ୟତୀତ ଟି୨୦ ଅନ୍ତର୍ଜାତୀୟର ୧୦୬ରନ୍ ପାଳିରେ ବ୍ୟାଟିଂ କରି ଜାବୋରିୟା ୨୧.୬୯ପ୍ରତିଶତରେ ୨୦୧୮ରନ୍ କରିଛନ୍ତି, ଯେଉଁଥି‌ରେ ସେ ୭୪*ରନର ହାଇସ୍କୋର ସହ ୧୦ଅର୍ଦ୍ଧଶତକ କରିଛନ୍ତି ।



ପ୍ରକାଶ ଯେ, ଜାବୋରିୟା ପାକିସ୍ତାନର ମହିଳା ଟିମରୁ ଖେଳିବା ଭିତରେ ୪ଦିନିକିଆ ବିଶ୍ବକପ୍ ଖେଳିଛନ୍ତି । ଯେଉଁଥିରେ ୨୦୦୯, ୨୦୧୩, ୨୦୧୭ ଏବଂ ୨୦୨୨ର ଟୁର୍ଣ୍ଣାମେଣ୍ଟ ସାମିଲ ଅଛି । ଏହା ବ୍ୟତୀତ ସେ ୨୦୦୯, ୨୦୧୦, ୨୦୧୨, ୨୦୧୪, ୨୦୧୬, ୨୦୧୮, ୨୦୨୦ ଏବଂ ୨୦୨୩ରେ ହୋଇଥିବା ପ୍ରାୟ ୮ଟି ୨୦ ବିଶ୍ବକପ ଖେଳିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.