ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯବାନଙ୍କୁ ହତ୍ୟା ପଛରେ ଗ୍ରାମ୍ୟ ବିବାଦ: ୫ ଗିରଫ, ବାଇକ୍‌ ଓ ମୋବାଇଲ୍‌ ଜବତ

ଛତ୍ରପୁର,୦୯/୧୨: ଚମାଖଣ୍ଡି ଥାନା କାଳିପଲ୍ଲୀ ଗାଁର ଯବାନ ଜେ.ଦିଲେଶ୍ୱର ରେଡ୍ଡିଙ୍କୁ ହତ୍ୟାର ରହସ୍ୟ ଉନ୍ମୋଚନ କରିଛି ପୁଲିସ ।  ଏହି ହତ୍ୟାକାଣ୍ଡ ପଛରେ ପୂର୍ବରୁ ରହି ଆସିଥିବା ଗ୍ରାମ୍ୟ ବିବାଦ କାରଣ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍‌ପି ଅଜୟ କୁମାର ମିଶ୍ର ।  ଏଥିରେ ସମ୍ପୃକ୍ତି ଅଭିଯୋଗରେ ୫  ଜଣ ଯୁବକଙ୍କୁ ଗିରଫ କରାଯାଇଛି ।  ସେମାନେ ହେଲେ କାଳିପଲ୍ଲୀର ଜେ.  କଲ୍ୟାଣ ପାତ୍ର (୧୯), ସି.ଏଚ୍‌. ଶେଖର ପାତ୍ର (୨୩), ବି. ଚେନେୟା  ପାତ୍ର (୨୬), ନିମଖଣ୍ଡି ଥାନା ଅନ୍ତର୍ଗତ  ଜି.ଜଗନ୍ନାଥପୁର ପଲ୍ଲୀଗାଁର ସି.ଏଚ୍‌. ଭିକି କୁମାର ପାତ୍ର (ମାଖନ, ୨୬)  ଏବଂ ଲୋଚାପଡାର ବି. ବୁଲୁ ପାତ୍ର  (୨୬) । ଏମାନଙ୍କୁ ପଚରାଉଚୁରା ପରେ କୋର୍ଟ ଚାଲାଣ କରାଯିବ  ବୋଲି କହିଛନ୍ତି ଗଞ୍ଜାମ ଏସ୍‌ପି  ଜଗମୋହନ ମୀନା । ସେମାନଙ୍କ ଠାରୁ  ଦୁଇଟି ବାଇକ୍‌ (ଓଡି୦୭ଭି-୯୬୬୯,  ଓଡି୦୭କେ-୩୬୩୦) ଏବଂ ୩ଟି ମୋବାଇଲ୍‌ ଜବତ କରାଯାଇଛି ।  ସେନାର ଯବାନଙ୍କୁ ହତ୍ୟା ଭଳି  ଘଟଣାର ଅଭିଯୁକ୍ତମାନେ ରାଜ୍ୟ  ବାହାରକୁ ଚାଲିଯିବାକୁ ଯୋଜନା କରିଥିଲେ । ସେମାନଙ୍କୁ ଯିଏ  ଟଙ୍କା ଦେଇ ଟିକେଟ କରିଥାନ୍ତା,  ଛତ୍ରପୁର ଏସ୍‌ଡିପିଓ କୌଶଳକ୍ରମେ  ସେହି ବ୍ୟକ୍ତି ପାଖରେ ପହଞ୍ଚିଯିବା ପରେ ଅଭିଯୁକ୍ତମାନଙ୍କ ଯୋଜନା  ଫେଲ୍‌ ମାରିଥିଲା ବୋଲି କହିଛନ୍ତି  ଏସ୍‌ପି । ଏହି ଘଟଣାରେ ଅନ୍ୟ  ଜଣେ ସମ୍ପୃକ୍ତ ଥାଇ ଫେରାର୍‌  ଅଛି, ତାକୁ ମଧ୍ୟ ଗିରଫ କରାଯିବ  ବୋଲି ସେ ସୂଚନା ଦେଇଛନ୍ତି ।  

ଏସ୍‌ପିଙ୍କ ସୂଚନା ମୁତାବକ  ଗାଁର ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ  ବିବାଦରୁ ଏହି ଘଟଣା ଘଟିଛି ।  ତେବେ ଅଭିଯୁକ୍ତମାନେ ଦିଲେଶ୍ୱରଙ୍କୁ  ମାରିବା ପାଇଁ କୌଣସି ଅସ୍ତ୍ର ବ୍ୟବହାର  କରିନାହାନ୍ତି । କେବଳ ମୁଥ ପରେ  ମୁଥ ଶକ୍ତ ଆଘାତ ଦେବାରୁ ଦିଲେଶ୍ୱର  ତଳେ ପଡିଯାଇଥିଲେ ଓ ତାଙ୍କ  ମୁଣ୍ଡକୁ ଗଭୀର ଆଘାତ ଲାଗିଥିଲା ।  ପରେ ସେ ଚିକିତ୍ସାଧୀନ ଅବସ୍ଥାରେ  ପ୍ରାଣ ହରାଇଥିଲେ ବୋଲି ପ୍ରାଥମିକ  ଅନୁସନ୍ଧାନରୁ ଜଣାପଡିଛି । ତଥାପି ଶବ  ବ୍ୟବଛେଦ ରିପୋର୍ଟ ଆସିଲା ପରେ ସବୁ  କଥା ସ୍ପଷ୍ଟ ହେବ ବୋଲି ଏସ୍‌ପି କହିଛନ୍ତି ।  

ଗତ ନଭେମ୍ବର ୧୦ ତାରିଖରେ  ଗାଁରେ ନନ୍ଦିଆମ୍ମା ଯାତ୍ରାରୁ ଗୋଷ୍ଠୀ  ବିବାଦ ଆରମ୍ଭ ହୋଇଥିଲା । ଗାଁ  ଲୋକ ଅଭିଯୁକ୍ତ ଯୁବକଙ୍କ ଉପରେ  ଅସନ୍ତୋଷ ବ୍ୟକ୍ତ କରିବା ସହ  ଘଟଣାର ସମାଧାନ କରିଥିଲେ ।  ବାହାର ଅଞ୍ଚଳର ଯୁବକଙ୍କୁ ଡକାଇ ଗାଁ  ପୂଜାରେ ସାମିଲ କରାଇବାକୁ ନାପସନ୍ଦ  କରାଯାଇ ଥିଲା । ତା ପୂର୍ବରୁ ମଧ୍ୟ  ଗଣେଶ ପୂଜାରେ ଦୁଇ ଯୁବ ଗୋଷ୍ଠୀ  ବିବାଦ ଉପୁଜିଥିଲା । ହ୍ୱାଟ୍‌ସ୍‌ଆପ୍‌  ଷ୍ଟାଟସ୍‌ ପରିବର୍ତ୍ତନକୁ ନେଇ ଦିଲେଶ୍ୱର  କୁଆଡେ କଲ୍ୟାଣ ପାତ୍ରକୁ ଗାଳିଗୁଲଜ  କରିବା ସହ ମୋବାଇଲକୁ ବାର୍ତ୍ତା  ପଠାଇଥିଲେ ବୋଲି ପୁଲିସ କହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.