ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜିପ୍ ଭାରତରେ ଲଞ୍ଚ୍ କଲା କମ୍ପାସର ସ୍ପେଶାଲ ଭେରିଏଣ୍ଟ, ଏତେ ଟଙ୍କା କମିଲା ଦାମ୍…

ନୂଆଦିଲ୍ଲୀ ୧୭/୯: ଜିପ୍ ଇଣ୍ଡିଆ ଭାରତ ପାଇଁ ଖାସ୍ MY24 କମ୍ପାସ୍ ମଡେଲ୍ ୯ ସ୍ପିଡ୍ ଅଟୋମେଟିକ୍ ଡିଜେଲ୍ ଲଞ୍ଚ୍ କରିବାର ଘୋଷଣା କରିଛି । ଜିପ୍ ଇଣ୍ଡିଆ ଅନୁସାରେ ଏହି କମ୍ପାସ୍ ଏଟି ପୋର୍ଟଫୋଲିଓରେ ଭାରତର ଦାବିକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି । ଜିପ୍ ଇଣ୍ଡିଆର MY24 କମ୍ପାସକୁ ରଞ୍ଜନାଗାଁ ପ୍ଲାଣ୍ଟ ପୁଣେରେ ଲଞ୍ଚ୍ କରାଯିବ । ଜିପ୍ କମ୍ପାସରେ 4x2 କନଫ୍ୟୁଗରେସନ୍ ରହିଛି ଯାହାକୁ ଖାସ୍ କରି ଭାରତ ପାଇଁ ଲଞ୍ଚ୍ ଏବଂ ଡେଭଲପ୍ କରାଯାଇଛି । 

ଜିପ୍ ଇଣ୍ଡିଆ ଅନୁସାରେ ନୂଆ ଭର୍ସନ ଉତ୍ତମ ପରଫମାନ୍ସ, ବିନା କୌଣସି ବ୍ରେକରେ ଗିୟର ସିଫ୍ଟ୍ସ, ଉତ୍ତମ କ୍ଷମତା ଏବଂ ଦମଦାର ଡ୍ରାଇଭିଂ ଏକ୍ସପ୍ରିୟନ୍ସ ମିଳିବ । ନୂଆ ଭେରିଏଣ୍ଟରେ ଅନେକ ନୂଆ ଫିଚର୍ସ ଯଥା ଅଟୋମେଟିକ୍ ଟ୍ରାନ୍ସମିଶନ, ପାନାରୋମିକ୍ ସନପ୍ରୁଫ୍ ଏବଂ କନେକ୍ଟିଭିଟି ଭଳି ଉତ୍ତମ ଫିଚର୍ସ ମିଡିୟମ୍ ରେଞ୍ଜରେ ମିଳିବ । ଜିପ୍ କମ୍ପାସର ପ୍ରାରମ୍ଭିକ ଦାମ୍ ୨୦.୪୯  ଲକ୍ଷ ଟଙ୍କା । ଅଟୋମେଟିକ୍ ରେଞ୍ଜର ଏକ୍ସ ଶୋରୁମ୍ ପ୍ରାଇସ୍ ୨୩.୯୯ ଲକ୍ଷ ଟଙ୍କା । କମ୍ପାସର ନୂଆ ଭର୍ସନ ପୂର୍ବରୁ ୨୦ ପ୍ରତିଶତ ଅର୍ଥାତ୍ ପ୍ରାୟ ୬ ଲକ୍ଷ ଟଙ୍କା ଶସ୍ତା ।

ଜିପ୍ କମ୍ପାସର ଭାରତରେ ୫ ଟ୍ରିମ୍ ଲେବଲ ରହିଛି । ଏଗୁଡିକ ହେଲା ସ୍ପୋର୍ଟ, ଲଙ୍ଗିଟ୍ୟୁଡ୍, ଲଙ୍ଗିଟ୍ୟୁଡ୍ ପ୍ଲସ୍, ଲିମିଟେଡ୍ ଏବଂ ମଡେଲ୍ ଏସ୍ । ଏଥିରୁ ଲଙ୍ଗିଟ୍ୟୁଡ୍ ପ୍ଲସର ପାନାରୋମିକ୍ ସନରୁଫ୍ ରହିଛି । ଏବେ ଜିପ୍ କମ୍ପାସ୍ ଲିମିଟେଡର ନୂଆ ବ୍ଲାକ୍ ଶାର୍କ ଏଡିସନ୍ । ଏଥିରୁ ସମସ୍ତ ବ୍ଲାକ୍ ଇଣ୍ଟିରିୟର ଏବଂ ଇଗ୍ନାଇଟ୍ ରେଡ୍ ହାଇଲାଇଟ୍ସ ରହିଛି ଯେଉଁଥିରେ ଆଲୟ ହ୍ୱିଲ୍ସ, ଇଣ୍ଟିରିୟର ପୁରା ବ୍ଲାକ୍ । ଏଥିରେ ୨.୦ ଲିଟରର ଡିଜେଲ୍ ଇଞ୍ଜିନ୍ ରହିଛି ଯେଉଁଥିରେ ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିଶନ ରହିଛି 2WD ରେଡ୍ ବ୍ଲାକ୍ ଏଡିସନ୍ । ଜିପ୍ ଅନୁସାରେ ନୂଆ ମଡେଲରେ ୧୬.୨ କିମି ପ୍ରତି ଲିଟର ଫ୍ୟୁଲ୍ କ୍ଷମତା ରହିଛି । ଏସୟୁଭି ୦ରୁ ୧୦୦ କିଲୋମିଟରର ସ୍ପ୍ରିଣ୍ଟ୍ କେବଳ ୯.୮ ସେକେଣ୍ଡରେ ପୁରା କରିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.