ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

‘ହତ୍ୟାକାରୀକୁ ଆଲିଙ୍ଗନ କଲେ ସବୁଠୁ ବଡ ଲୋକତନ୍ତ୍ରର ନେତା’, ମୋଦି- ପୁଟିନ୍‌ଙ୍କ ସାକ୍ଷାତକୁ ନେଇ ଜେଲେନସ୍କିଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୯।୭:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଋଷ ଗସ୍ତରେ ଅଛନ୍ତି। ସେଠାରେ ସେ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍‌ଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ପୁଟିନ୍ ପ୍ରଧାନମନ୍ତ୍ରୀଙ୍କୁ ଖୁବ୍ ଉତ୍ସାହର ସହ ସ୍ବାଗତ କରିଛନ୍ତି ଓ ଆଲିଙ୍ଗନ କରିଛନ୍ତି। ଏହା ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଳାଦିମିର ଜେଲେନସ୍କିଙ୍କ ଏହି ସାକ୍ଷାତ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ସାକ୍ଷାତ ଏଭଳି ସମୟରେ ହୋଇଛି, ଯେତେବେଳେ ଋଷର ଆକ୍ରମଣରେ ଆମର ୪୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ କ୍ୟାନସର ରୋଗୀ ଓ ଛୋଟ ପିଲାଙ୍କୁ ମଧ୍ୟ ଛାଡିଲେନି। 

ଆକ୍ରମଣ ପରେ ଜେଲେନସ୍କି ସୋସିଆଲ ମିଡିଆରେ ଲେଖିଛନ୍ତି ଏଭଳି ସମୟରେ ଯେତେବେଳେ ଋଷ ଲଗାତାର ୟୁକ୍ରେନ୍ ଉପରେ ଆକ୍ରମଣ କରୁଛି, ସେତେବେଳେ ଦୁନିଆର ସବୁଠାରୁ ବଡ଼ ଲୋକତନ୍ତ୍ରର ନେତା ସେଠାକୁ ଯାଇଛନ୍ତି। ସବୁଠାରୁ ବଡ ଅପରାଧିକୁ ଆଲିଙ୍ଗନ କରି ଭେଟୁଛନ୍ତି। ଏହା ଖୁବ୍ ଦୁଃଖଦ ଘଟଣା, ଶାନ୍ତି ପାଇଁ କରାଯାଉଥିବା ଚେଷ୍ଟା ପାଇଁ ଏକ ବିନାଶକାରୀ ଘଟଣା।’

ପ୍ରଧାନମନ୍ତ୍ରୀ ମୋଦି ଋଷରେ ଭାରତ ଓ ଋଷ ଭିତରେ ହେବାକୁ ଥିବା ୨୨ ତମ ବାର୍ଷିକ ସମ୍ମିଳନୀରେ ଭାଗ ନେବା ପାଇଁ ମସ୍କୋରେ ପହଁଞ୍ଚିଛନ୍ତି। ଋଷ ପକ୍ଷରୁ ପିଏମ୍ ମୋଦିଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ପୁଟିନ୍‌ ପିଏମ୍ ମୋଦିଙ୍କୁ ନିଜ ବାସଭବନକୁ ଡିନର ପାଇଁ ଡକାଇଛନ୍ତି, ଯେଉଁଠି ଦୁଇ ନେତାଙ୍କ ଭିତରେ ଅନୌପଚାରିକ ଆଲୋଚନା ହୋଇଛି।  ମୋଦିଙ୍କୁ ଲୋକସଭା ନିର୍ବାଚନରେ ବିଜୟ ପାଇଁ ପୁଟିନ୍ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଉଲ୍ଲେଖନୀୟ ଯେ, ଫେବୃଆରୀ ୨୦୨୨ରେ ଋଷ ପକ୍ଷରୁ ୟୁକ୍ରେନ୍ ଉପରେ ଆକ୍ରମଣ ହୋଇଥିଲା।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.