ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚତରାରେ ପୋଲିସ ଇନଫର୍ମର ସନ୍ଦେହରେ ବାପା-ପୁଅଙ୍କୁ ହତ୍ୟା

ନୂଆଦିଲ୍ଲୀ, ୨୬/୫ : ଝାଡ଼ଖଣ୍ଡର ଚତରାରେ ଲୋକସଭା ନିର୍ବାଚନ ଶେଷ ହେବା ପରେ ମାଓବାଦୀଙ୍କ ବଡ଼ ଧରଣର ଆକ୍ରମଣ । ମାଓବାଦୀ ଏଠାରେ ଦୁଇ ଲୋକଙ୍କ ହତ୍ୟା କରି ସିଧାସଳଖ ପୋଲିସ ପ୍ରଶାସନକୁ ଚ୍ୟାଲେଞ୍ଜ ଦେଇଛନ୍ତି । କୁହାଯାଉଛି କି ମୃତକ ବାପା-ପୁଅ ଥିଲେ ଏବଂ ମାଓବାଦୀଙ୍କୁ ଅଞ୍ଚଳରେ ଘୋର ବିରୋଧ କରୁଥିଲେ । ଅନ୍ୟପଟେ ପୋଲିସ ଇନଫର୍ମର ବୋଲି କୁହାଯାଉଛି । ଏହି ଘଟଣା କୁନ୍ଦା ଥାନା ଅନ୍ତର୍ଗତ ମାଓବାଦୀ ପ୍ରଭାବିତ ହିନ୍ଦିୟାକଳା ଗାଁର ଅଟେ । 

କୁହାଯାଉଛି କି, କିଛି ଦିନ ପୂର୍ବରୁ ବାପା- ପୁଅ ଜଣେ ମାଓବାଦୀଙ୍କୁ ଅସ୍ତ୍ରଶସ୍ତ୍ର ସହ ପୋଲିସକୁ ଧରାଇ ଦେଇଥିଲେ । ଏହି ଘଟଣାର ପ୍ରତିଶୋଧ ନେବାକୁ ମାଓବାଦୀ ତାଙ୍କୁ ହତ୍ୟା କରି ଦେଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ପୋଲିସକୁ ଏହି ଘଟଣାର ସୂଚନା ଦେଇଛନ୍ତି । ଏହି ମାମଲାରେ ଅଧିକାରୀଙ୍କ ବୟାନ ସାମ୍ନାକୁ ଆସିଛି । ଅଧିକାରୀ କହିଛନ୍ତି କି ଗ୍ରାମବାସୀଙ୍କଠାରୁ ଦୁଇ ଲୋକଙ୍କ ହତ୍ୟା କରାଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଥାନା ପ୍ରଭାରୀଙ୍କୁ ଆଗକୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି । ପୋଲିସ କହିଛି କି ଏହି ଘଟଣାରେ ସମ୍ପୃକ୍ତ ମାଓବାଦୀଙ୍କ ଘର ବନ୍ଦୀ କରାଯାଇଛି । ତାଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.