ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସମସ୍ତଙ୍କୁ ମାରି ଦେବାକୁ ଚାହୁଁ ଥିଲେ ଆତଙ୍କୀ : ରିୟାସୀ ହମଲାର ଆହତ ଯାତ୍ରୀ କହିଲେ ସେ ସମୟର କଥା

ଜମ୍ମୁ : ଜମ୍ମୁ-କାଶ୍ମୀରର ରିୟାସୀରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ବସ୍‌ ଉପରେ ହୋଇଥିବା ଆତଙ୍କୀ ହମଲାକୁ ନେଇ ଅନେକ କଥା ସାମନାକୁ ଆସୁଛି। ହମଲାର ଜଣେ ପୀଡ଼ିତ କହିଛନ୍ତି କି, ଆତଙ୍କୀଙ୍କୁ ଗୁଳି ମାଡ଼ ପରେ ବସ ଗଭୀର ଖାଇରେ ଖସି ପଡ଼ିଥିଲା। ଏହା ସତ୍ତ୍ୱେ ଆତଙ୍କୀ ଫାୟାରିଂ ଜାରି ରଖି ଥିଲେ , ଏଥି ପାଇଁ କି କେହି ବଞ୍ଚନ୍ତୁ ନାହିଁ। ଏହି ଭୟାନକ ହମଲାର କାହାଣୀ ବ୍ୟକ୍ତି କରି ସେ କହିଛନ୍ତି ,ଆତଙ୍କୀ ଚାହୁଁ ଥିଲେ କି ଜଣେ ଜଣେ ଶ୍ରଦ୍ଧାଳୁ ସେଠାରେ ହିଁ ମରି ଯାଆନ୍ତୁ। ଏହି ବସ୍ ଶିବ ଖୋଡିରୁ ମାତା ବୈଷ୍ଣୋ ଦେବୀ ପାଇଁ ଯାଉଥିଲା। 

ଏହି ଆତଙ୍କୀ ହମଲାରେ ୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଲୋକ ଆହତ ହୋଇଛନ୍ତି। ପ୍ରଶାସନ ମୁତାବିକ ଆତଙ୍କୀମାନେ ବସ୍‌ ଉପରେ ଗୋଟେପଟେ ନୁହେଁ ତିନି ପଟରୁ ହମଲା କରିଥିଲେ। ଏହାପରେ ଡ୍ରାଇଭରଙ୍କ ଠାରେ ଏକ ଗୁଳି ବାଜି ଥିଲା  ଏବଂ ବସ୍‌ ଖାଇରେ ଖସି ପଡ଼ିଥିଲା। ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବିକ, ଜଣେ ପୀଡ଼ିତ କହିଛନ୍ତି କି, ପାଖାପାଖି ୨୦ ମିନିଟ୍‌ ଯାଏ ଲଗାତାର ଗୁଳି ଚଲାଇ ଥିଲେ।

ସେ କହିଛନ୍ତି , ମାତା ବୈଷ୍ଣୋ ଦେବୀରେ ଦର୍ଶନ ପରେ ଆମେ ଶିବ ଖୋଡି ଯାଇଥିଲୁ। ସେଠାରୁ ଫେରିବା ସମୟରେ ୪-୫ କିଲୋମିଟର ଦୂରରେ ହିଁ ବସ୍‌ ଉପରକୁ ଫାୟାରିଂ ହୋଇଥିଲା। ଆମର ବସ୍‌ ଖାଇରେ ଖସି ପଡ଼ିଲା , ସେତେବେଳେ ମଧ୍ୟ ଫାୟାରିଂ ବନ୍ଦ ହୋଇ ନଥିଲା। ପ୍ରଥମେ ଡ୍ରାଇଭରଙ୍କ ଠାରେ ଗୁଳି ବାଜି ଥିଲା ଏବଂ ଏହାପରେ ଆଉ କିଛି ଲୋକଙ୍କୁ ମଧ୍ୟ ଗୁଳି ବାଜିଲା। ଆଉ ଜଣେ ଯାତ୍ରୀ କହିଛନ୍ତି , ମୋତେ ଲାଗିଲା କି, ସେଠାରେ ଦୁଇ ବା ତିନି ଜଣ ଆତଙ୍କୀ ଥିଲେ। ମୋ ପୁଅ ଦେଖିଲା କି ଜଣେ ବ୍ୟକ୍ତି ବସ୍‌ ପଛରୁ ଗୁଳି ଚଲାଉ ଥିଲେ। 

ସେଠାରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି କି ଅତି କମ୍‌ରେ ୬ ବା ୭ ଜଣ ଲୋକ ହସ୍‌ ଉପରେ ହମଲା କରିଥିଲେ। ସଡ଼କର ସବୁ ପାର୍ଶ୍ୱରୁ ଆତଙ୍କୀ ଗୁଳି ଚଲାଉ ଥିଲେ। ବସ୍‌ ଯେବେ ଖାଇରେ ଖସି ପଡ଼ିଲା ଏବଂ ସେବେଠାରୁ ମଧ୍ୟ ଆତଙ୍କୀ ଗୁଳି କରିବା ଜାରି ରଖି ଥିଲେ। ଅନେକ ଗୁଡ଼ିଏ ଲୋକ ଚୁପଚାପ ଶୋଇ ପଡ଼ିଲେ କି, ଆତଙ୍କୀ ଭାବିବେ କି ତାଙ୍କର ମୃତ୍ୟୁ ହୋଇ ଯାଇଛି।

କହି ରଖୁଛୁ କି, ଘଟଣାସ୍ଥଳରେ ପୁଲିସ , ସେନା ଓ ସିଆରପିଏଫ୍‌ ଏକ ଅସ୍ଥାୟୀ   ଅପରେସନ ମୁଖ୍ୟାଳୟ କରିଛନ୍ତି। ସେଠାରେ ଆକ୍ରମଣକାରୀଙ୍କର ତଲାସ ଜାରି ରହିଛି। ରାଜୌରୀ ଜିଲ୍ଲାରେ ମଧ୍ୟ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ଏବଂ ସେମାନେ ଦୃଢ ନିରୀକ୍ଷଣ କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.