ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରିଲିଜ୍ ହେଲା ‘ଜୋକର୍‌ ୨’ ଟ୍ରେଲର୍‌, ଜୋକ୍ୱିନ ଫୋନିକ୍ସଙ୍କ ଦମଦାର୍ ଆକ୍ସନରେ ଫ୍ୟାନ୍ସ ହେଲେ ଫିଦା

ନୂଆଦିଲ୍ଲୀ ୧୧/୦୪: ୨୦୧୯ରେ ମୁକ୍ତିପ୍ରାପ୍ତ ହଲିଉଡ୍‌ ଫିଲ୍ମ ‘ଜୋକର୍‌’ର ୨ୟ ଭାଗର ପ୍ରଥମ ଟ୍ରେଲର୍‌ ରିଲିଜ୍‌ ହୋଇଛି । ଓସ୍କାର ବିଜେତା ଜୋକ୍ୱିନ ଫୋନିକ୍ସଙ୍କ ଏହି ଫିଲ୍ମରେ ପ୍ରସିଦ୍ଧ ଆମେରିକୀୟ ଗାୟିକା ଲେଡି ଗାଗା ଏଣ୍ଟ୍ରି କରିଛନ୍ତି । ମୂଳ ଫିଲ୍ମ ଭଳି ୨ୟ ଭାଗରେ ଫୋନିକ୍ସ ଜୋକର୍‌ ଭୂମିକା ପ୍ଲେ କରିବେ । ଲେଡି ଗାଗା ଫୋନିକ୍ସଙ୍କ ପାର୍ଟନର୍‌ ହାର୍ଲେ କ୍ୱିନ୍‌ ଭୂମିକାରେ ନଜର ଆସିବେ । ଆସନ୍ତା ଅକ୍ଟୋବର ୪ ତାରିଖରେ ଆମେରିକା ଓ ଭାରତରେ ଏହା ମୁକ୍ତିଲାଭ କରିବ । ଭାରତରେ ଏହା ହିନ୍ଦୀ, ଇଂରାଜୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବ । 

୨ ମିନିଟ୍‌ ୩୦ ସେକେଣ୍ଡ୍‌ର ଏହି ଟ୍ରେଲର୍‌ ଆରମ୍ଭ ହୋଇଛି ଜେଲରେ ବନ୍ଦୀ ଥିବା ଜୋକର୍‌ ଓରଫ ଫୋନିକ୍ସଙ୍କଠୁ । ପୁଲିସ ତାଙ୍କୁ ଶୋ’ ପାଇଁ ନେବା ସମୟରେ ହାର୍ଲେ ସହ ତାଙ୍କର ଭେଟ ହୋଇଛି । ହାର୍ଲେ ଜୋକର୍‌ଙ୍କୁ କହିଛନ୍ତି, ଚାଲ ଆମେ ପଳାଇବା । ଏହା ପରେ ଦୁହେଁ ମିଶି ଏକ ମ୍ୟୁଜିକାଲ ଶୋ’ କରିଛନ୍ତି । ଟ୍ରେଲର୍‌ ଶେଷରେ ଜୋକର୍‌ କହିଛନ୍ତି, ଏବେ ସେ ଏକୁଟିଆ ନୁହନ୍ତି ।

‘ଜୋକର-୨’ ଟାଇଟଲ୍‌ରେ ଫ୍ରେଞ୍ଚ୍‌ ଶବ୍ଦ ‘ଫୋଲି ଏ ଡିଉକ୍ସ’ ପ୍ରୟୋଗ ହୋଇଛି । ଏହାର ଅର୍ଥ ଦୁଇ ଘନିଷ୍ଠ ବ୍ୟକ୍ତିଙ୍କର ମତିଭ୍ରମ । ଏଥିରୁ ସ୍ପଷ୍ଟ ହୁଏ ଯେ ଫିଲ୍ମରେ ଏ ଥର ଜୋକର୍‌ ଓ ହାର୍ଲେଙ୍କ ପାଗଳାମି ଦେଖିବାକୁ ମିଳିବ । ଗାଗାଙ୍କ ଏଣ୍ଟ୍ରି ପରେ ଫିଲ୍ମର ୨ୟ ଭାଗକୁ ମ୍ୟୁଜିକାଲ ଟଚ୍‌ ଦିଆଯାଇଛି । ‘ଜୋକର୍‌’ର ପ୍ରଥମ ଭାଗ ପାଇଁ ଫୋନିକ୍ସଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଅସ୍କାର ପୁରସ୍କାର ମିଳିଥିଲା । ୧୧ ବିଭାଗରେ ନୋମିନେଟ୍‌ ହୋଇଥିବା ଏହି ଫିଲ୍ମ ଦୁଇଟି ବିଭାଗରେ ଅସ୍କାର ହାସଲ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.