ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ପୂର୍ବ ଶତ୍ରୁତା : ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

ଆସିକା, ୯।୯ : କୋଟିନଡା ଥାନା ଅନ୍ତର୍ଗତ ହରଡାପଦର ଗ୍ରାମରେ ପୂର୍ଵ ଶତ୍ରୁତାକୁ କେନ୍ଦ୍ରକରି  ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ସଂଜୟ ନାୟକ (୨୭) ।

ସଂଜୟ ନିଜ ଘରକୁ ଯାଉଥିବା ସମୟରେ ଗ୍ରାମର ସୁରେଶ ଡାକୁଆ ନାମକ ଜଣେ ଯୁବକ ଙ୍କ ସହ ବଚସା ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇ ଥିଲା । ଫଳରେ ଉତ୍ତ୍ୟକ୍ତ ସୁରେଶ ସଂଜୟଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ହତ୍ୟା କରିଥିଲେ। ସୂଚନା ଅନୁସାରେ ଗାଁ ରେ ଥିବା ଏକ ପୋଖରୀ କୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ହେବ ଗୋଷ୍ଠୀ କନ୍ଦଳ ଲାଗି ରହିଥିଲା। ପୂର୍ବରୁ ଏହି ଘଟଣା କୁ ଆଧାର କରି ସୁରେଶକୁ ଆକ୍ରମଣ କରାଯାଇଥିଲା । ଆଉ ଏହି ଘଟଣା ପରେ ଗାଁ ରେ ଗୋଷ୍ଠୀ କନ୍ଦଳ ରୋକିବା ପାଇଁ ୭ ଦିନ ପୋଲିସ ପହରା ଦେବା ସହ ଉଭୟ ଗୋଷ୍ଠୀକୁ ଡାକି ଆସିକା ତହସିଲଦାର, ବିଡିଓ ଓ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ମିଳିତ ଭାବେ ଉଭୟ ପକ୍ଷକୁ ବୁଝାଇଥିଲେ। ହେଲେ  ପରିସ୍ଥିତି ଶାନ୍ତ ପଡି ନଥିଲା। ଆଜି ସେହି ଘଟଣା କୁ କେନ୍ଦ୍ର କରି ସୁରେଶ ସଂଜୟଙ୍କୁ ହତ୍ୟା କରିଥିବା ଜଣାପଡିଛି। କୋଟିନଡା ପୋଲିସ  ସଂଜୟଙ୍କ ମୃତଦେହ ଜବତ କରି ଆସିକା ଉପଖଣ୍ଡ ଚିକିତ୍ସାଳୟରେ ରଖିଥିବା ବେଳେ ଗାଁ ରେ ପହଁଚି ଅଧିକ ତଦନ୍ତ କରୁଛି। ସୁରେଶ  ମଧ୍ୟ କବିସୂର୍ଯ୍ୟ  ଥାନାରେ ଆତ୍ମସମର୍ପଣ କରିଥିବା କୋଟିନଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ : ଭାରସାମ୍ୟ ହରାଇ ଗଛରେ ପିଟିଲା ପିକଅପ୍, ୨ ଆହତ

Copyright © 2022 - Summa Real Media Private Limited. All Rights Reserved.