ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

କୋର୍ଟ ରୁମ୍‌ରେ ବେହୋସ୍‌ ହୋଇଗଲେ ଓକିଲ, ବିଚାରପତି CPR ଦେବା ସହ ହସ୍ପିଟାଲରେ ନେଇ ପହଞ୍ଚାଇଲେ

ନାଗପୁର : ନିକଟରେ ନାଗପୁରର ଜିଲ୍ଲା କୋର୍ଟର ଜଣେ ବିଚାରପତି କିଛି ଏମିତି କରିଛନ୍ତି, ଯାହାକୁ ସହର ଠାରୁ ନେଇ ଆଇନ ଜଗତରେ ଖୁବ୍‌ ଚର୍ଚ୍ଚା। ବିଚାରପତି ଏସବି ପାୱାରଙ୍କ କୋର୍ଟରେ ଶନିବାର ( ୧୭ ଅଗଷ୍ଟ) କୌଣସି ମାମଲାରେ ତର୍କ ଚାଲିଥିଲା। ଏହି ସମୟରେ ୬୫ ବର୍ଷିୟ ବରିଷ୍ଠ ଓକିଲ ତଲତ ଇକବାଲ କୁରୈଶୀ ନିଜ କେସ୍‌ର ପାଳି ଆସିବାକୁ ଅପେକ୍ଷା କରିଥିଲେ। ସେତେବେଳେ ହଠାତ୍‌ ବରିଷ୍ଠ ଓକିଲ କୁରୈଶୀଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଗଲା। ସେ ସେଠାରେ ତଳେ ଶୋଇ ପଡ଼ିଲେ। ବିଚାରପତି ପାୱାର ଯିଏ କି ସେହି ସମୟରେ ଅନ୍ୟ ଜଣଙ୍କ ମାମଲାର ଶୁଣାଣି କରୁଥିଲେ, ଏହା ଦେଖି ତୁରନ୍ତ ନିଜ ଚେୟାରରୁ ଉଠି ତଳକୁ ଗଲେ। 

ଏହାପରେ ବିଚାରପତି ପାୱାର , କୁରୈଶୀଙ୍କୁ ତୁରନ୍ତ ସିପିଆର ଦେବାକୁ ଚେଷ୍ଟା କରିଥିଲେ , କିନ୍ତୁ କୁରୈଶୀଙ୍କ ଠାରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳି ନଥିଲା। ଏହି ସମୟରେ ଆଉ ଜଣେ ଓକିଲ ନାଗପୁରର ଜିଲ୍ଲା ବାର ଆସୋସିଏସନର ପୂର୍ବତନ ସଚିବ ତଥା ଅଧିବକ୍ତା ନୀତିନ ଦେଶମୁଖଙ୍କୁ ସଂପର୍କ କରି ଥିଲେ ଏବଂ ତାଙ୍କୁ ମେଡିକାଲ ହେଲ୍ଫ କରିବାକୁ  ଅନୁରୋଧ କରି ଥିଲେ। ଯେପର୍ଯ୍ୟନ୍ତ ଦେଶମୁଖ କୋର୍ଟରୁମ୍‌ରେ ପହଞ୍ଚିଲେ , ସେପର୍ଯ୍ୟନ୍ତ କୁରୈଶୀ ଚେତାଶୂନ୍ୟ ସ୍ଥିତିରେ ଥିଲେ। ଏହାପରେ ବିଚାରପତି ପୱାର ଓ ଦେଶମୁଖ ତୁରନ୍ତ କୁରୈଶୀଙ୍କୁ ହସ୍ପିଟାଲକୁ ପହଞ୍ଚାଇଲେ , କିନ୍ତୁ ସେତେବେଳେ ଯାଏ ବିଳମ୍ୱ ହୋଇ ଯାଇ ଥିଲା। 

ବାର୍‌ ଆଣ୍ଡ ବେଞ୍ଚର ରିପୋର୍ଟ ମୁତାବିକ , ଦେଶମୁଖ କହିଛନ୍ତି , ଯେମିତି ଆମେ ହସ୍ପିଟାଲରେ ପହଞ୍ଚିଲୁ , ତାଙ୍କୁ ଆଇସିୟୁକୁ ନିଆଗଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷିତ କରିଦେଲେ। ହେଲେ ଯେବେ ସେ ହସ୍ପିଟାଲରେ ପହଞ୍ଚିଲେ , ସେପର୍ଯ୍ୟନ୍ତ କୁରୈଶୀଙ୍କର ନାଡି ଚାଲୁ ନଥିଲା। ପରେ କୁରୈଶୀଙ୍କ ମେଡିକାଲ ରେକର୍ଡର ସମୀକ୍ଷାରେ ଜଣାପଡ଼ିଛି କି, ସେ କିଛି ଦିନ ହେବ ଅସୁସ୍ଥ ଅନୁଭବ କରୁଥିଲେ। 

ଦେଶମୁଖଙ୍କ ମୁତାବିକ , କୁରୈଶୀ କିଛି ସମୟ ପୂର୍ବେ ହିଁ ଇନୋ ନେଇ ଥିଲେ , କାରଣ ତାଙ୍କୁ ଲାଗୁଥିଲା କି , ତାଙ୍କୁ ଏସିଡିଟି ଭଳି କୌଣସି ସମସ୍ୟା ରହିଛି। ହେଲେ , ଏହି ଘଟଣାର ଠିକ୍‌ ଦୁଇ ଦିନ ପୂର୍ବେ ଜଣେ ଡାକ୍ତର କୁରୈଶୀଙ୍କୁ ଇସିଜି କରାଇବାକୁ ପରାମର୍ଶ ଦେଇଥିଲେ, କିନ୍ତୁ କୁରୈଶୀ ଏମିତି କରି ନଥିଲେ। 

ଉଲ୍ଲେଖନୀୟ ଯେ, ଶନିବାର ବରିଷ୍ଠ ଓକିଲ କୁରୈଶୀଙ୍କୁ କୋର୍ଟ ରୁମ୍‌ରେ ହୃଦଘାତ ହୋଇଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି। ବରଷ୍ଠ ଓକିଲଙ୍କ ଏପରି ଅସମୟରେ ନିଧନରେ ନାଗପୁରର ଲିଗାଲ୍‌ କମ୍ୟୁନିଟି ବହୁତ ଦୁଃଖ ପ୍ରକାଶ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.