ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ପ୍ରଥମ ଥର ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ: ଏନ୍‌ଡିଏରୁ ଓମ୍ ବିର୍ଲା, ଇଣ୍ଡିଆ ମେଣ୍ଟରୁ କେ. ସୁରେଶ ଭରିଲେ ନାମାଙ୍କନ

ନୂଆଦିଲ୍ଲୀ,୨୫/୬:ଦେଶର ଇତିହାସରେ ପ୍ରଥମ ଘଟଣା। ଲୋକସଭା ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ। ଆସନ୍ତାକାଲି ନିର୍ବାଚନ ହେବାକୁ ଥିବା ବେଳେ ବିରୋଧୀ ଇଣ୍ଡିଆ ମେଣ୍ଟ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏନଡିଏ ପକ୍ଷରୁ ପୁଣି ଥରେ ଓମ ବିର୍ଲା ନାମାଙ୍କନ ଭରିଥିବା  ବେଳେ ବିରୋଧୀଙ୍କ ପକ୍ଷରୁ କେ ସୁରେଶ ପ୍ରାର୍ଥୀ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଶାସକ ଏବଂ ବିରୋଧୀଙ୍କ ସର୍ବସମ୍ମତି କ୍ରମେ ବାଚସ୍ପତିଙ୍କୁ ଚୟନ କରାଯାଉଥିଲା । କିନ୍ତୁ ଏଥର ପରମ୍ପରା ଭାଙ୍ଗିବାକୁ ଯାଉଛି । ଏହା  ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ସଭାପତି ମଲ୍ଳିକାର୍ଜୁନ ଖଡ଼ଗେଙ୍କୁ ଫୋନ୍ କରି ସ୍ପିକର ପଦବୀ ପାଇଁ ସମର୍ଥନ ମାଗିଥିଲେ ।

ସେପଟେ ରାହୁଲ ଗାନ୍ଧୀ କହିଥିଲେ ଯେ, ବିରୋଧୀ ବାଚସ୍ପତି ପୋଷ୍ଟକୁ ସମର୍ଥନ ଦେବାକୁ ରାଜି ଅଛି । ହେଲେ ବିରୋଧୀଙ୍କୁ ଉପବାଚସ୍ପତି ପଦବୀ ମିଳିବା ଦରକାର । ଏହା ଉପରେ ରାଜନାଥ ସିଂହଙ୍କ ପକ୍ଷରୁ କୌଣସି ଜବାବ ମିଳିନଥିଲା ।  ଏପରିକି ରାଜନାଥ କଲ ବ୍ୟାକ୍ କରିବେ କହି କରିନଥିଲେ ବୋଲି ରାହୁଲ ଅଭିଯୋଗ କରିଥିଲେ । ସେ ଆହୁରି କହିଥିଲେ ଯେ, ଆମ ନେତାଙ୍କୁ ଦୁର୍ବ୍ୟବହାର କରାଯାଉଛି । ସେପଟେ ମିଳିଥିବା ସୂଚନା ଅନୁସାରେ, ଖଡ଼ଗେଙ୍କୁ ଫୋନ୍ କରିଥିବା ବେଳେ ବାଚସ୍ପତି ପଦବୀ ଲାଗି କୌଣସି ନାମ ସଂପର୍କରେ କହିନଥିଲେ ରାଜନାଥ ସିଂହ । ଆଜି ଲୋକସଭା ଅଧିବେଶନର ଦ୍ୱିତୀୟ ଦିନ। ଆଜି ଅବଶିଷ୍ଟ ସାଂସଦମାନେ ଶପଥ ଗ୍ରହଣ କରିବେ। ବୁଧବାର ନୂଆ ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।  ତେବେ ଏହି ରେସ୍‌ରେ ସମସ୍ତଙ୍କଠୁ ଆଗରେ ଓମ୍‌ ବିର୍ଲାଙ୍କ ନାଁ ରହିଥିବା କୁହାଯାଉଛି।

କେ. ସୁରେଶ କିଏ ? 

କେ. ସୁରେଶ ୮ ଥର ସାଂସଦ ନିର୍ବାଚିତ ହୋଇଛନ୍ତି । ସେ ୧୯୮୯, ୧୯୯୧, ୧୯୯୬, ୧୯୯୯, ୨୦୦୯, ୨୦୧୪, ୨୦୧୯, ୨୦୨୪ରେ ସାଂସଦ ହୋଇଛନ୍ତି । କେ. ସୁରେଶ କେରଳର ମାବେଲିକ୍କାରା ଆସନରୁ କଂଗ୍ରେସ ସାଂସଦ ଅଛନ୍ତି । ସେ କେନ୍ଦ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ଅନୁଭବୀ ସାଂସଦ ହୋଇଥିବା ସତ୍ବେ ତାଙ୍କୁ ପ୍ରୋଟେମ ସ୍ପିକର ଚୟନ କରାନଯିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ବିରୋଧୀ । କେ. ସୁରେଶ ପ୍ରଥମ ଥର ୧୯୮୯ରେ ସାଂସଦ ନିର୍ବାଚତି ହୋଇଥିଲେ । ମନମୋହନ ସିଂହଙ୍କ ସରକାରରେ ସୁରେଶ ୨୦୧୨-୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ରହିଥିଲେ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.