ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କାକଟପୁର ବିଜେଡିରେ ସସ୍‌ପେନ୍ସ ଜାରି, ତୁଷାରକାନ୍ତି, ସୁରେନ୍ଦ୍ର, ସୂର୍ଯ୍ୟ ନା ପ୍ରଫୁଲ୍ଲ ?

କାକଟପୁର,୩୧/୦୩ :କାକଟପୁର ବିଧାନସଭା କ୍ଷେତ୍ରରୁ କିଏ ହେବ ବିଜେଡି  ପ୍ରାର୍ଥୀ ? ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ  ଉପରେ ଦଳ ଭରସା କରିବ ନା ନୂଆ  ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବ? ଯଦି  ଗଣିତ ଓଲଟେ, ତେବେ ତୁଷାରକାନ୍ତିଙ୍କୁ  କେଉଁଠି ଥଇଥାନ୍‌ କରାଯିବ? ଏବେ  ଏଭଳି ଅନେକ ପ୍ରଶ୍ନ ଗୁଞ୍ଜରିତ ହେଉଛି  କାକଟପୁର ନିର୍ବାଚନମଣ୍ଡଳୀରେ । 

ଜଗତ୍‌ସିଂହପୁର ସଂସଦୀୟ  କ୍ଷେତ୍ର ଅଧୀନରେ ରହିଛି କାକଟପୁର  ନିର୍ବାଚନମଣ୍ଡଳୀ । କାକଟପୁର ବ୍ଲକର  ୧୬ ପଞ୍ଚାୟତ, ଅସ୍ତରଙ୍ଗ ବ୍ଲକର ୧୫  ପଞ୍ଚାୟତ, ଗୋପ ବ୍ଲକର ୧୪ ପଞ୍ଚାୟତ  ଓ କୋଣାର୍କ ଏନ୍‌ଏସିକୁ ନେଇ ଗଠିତ  ଏହି ନିର୍ବାଚନମଣ୍ଡଳୀ ୨୦୦୦ ମସିହାରୁ  ବିଜେଡି ଅକ୍ତିଆରରେ ରହିଛି । ୨୦୦୦  ଏବଂ ୨୦୦୪ରେ ଏଠାରୁ ସୁରେନ୍ଦ୍ରନାଥ  ନାଇକ ଦୁଇଥର ବିଜୟୀ ହୋଇଥିଲେ ।  ନିର୍ବାଚନମଣ୍ଡଳୀ ପୁନର୍ଗଠିତ ହେବା ପରେ  ୨୦୦୯ରୁ ପ୍ରତିଥର ପ୍ରାର୍ଥୀ ବଦଳାଇଛି  ଦଳ । ୨୦୦୯ରେ ରବି ମଲ୍ଲିକ, ୨୦୧୪ରେ  ସୁରେନ୍ଦ୍ରନାଥ ସେଠୀ ଏବଂ ୨୦୧୯ରେ  ଇଂ. ତୁଷାରକାନ୍ତି ବେହେରାଙ୍କୁ ପ୍ରାର୍ଥୀ କରି  ବିପକ୍ଷଙ୍କୁ ଚକ୍‌ମା ଦେଇଥିଲା ବିଜେଡି ।  ହେଲେ ଏବେ ସ୍ଥିତି ବଦଳିଛି । ଶାସକ  ଦଳରେ ଅନ୍ତଃକନ୍ଦଳ ତେଜିଛି । ତେଣୁ  କ୍ରାଇସିସ୍‌ ମ୍ୟାନେଜ୍‌ କରିବା ପାଇଁ ଏଠାରୁ କିଏ  ପ୍ରାର୍ଥୀ ହେବ ତାହା ଉପରେ ଅଟକିଛି ସମସ୍ତଙ୍କ  ନଜର । ବିଭିନ୍ନ ଚର୍ଚ୍ଚା ଓ ଆଲୋଚନା ମଧ୍ୟରେ  ବିଧାୟକ ପ୍ରାର୍ଥୀ ଦୌଡ଼ରେ ମନ୍ତ୍ରୀ ତୁଷାରକାନ୍ତି,  ପୂର୍ବତନ ବିଧାୟକ ସୁରେନ୍ଦ୍ର, ନୂଆ ଚେହେରା  ଭାବେ ସମାଜସେବୀ ସୂର୍ଯ୍ୟକାନ୍ତ ଦାସରାୟ  ଓ ପ୍ରଫୁଲ୍ଲ ବେହେରା ସାମିଲ ହୋଇଛନ୍ତି ।  ଏମାନେ ଟିକେଟ ପାଇଁ ଆବେଦନ  କରିଛନ୍ତି । ଏଭଳି ଏକାଧିକ ଆଶାୟୀ ଥିବାରୁ  ପ୍ରାର୍ଥୀ ଚୟନ ବିଳମ୍ବ ହେଉଥିବା ଚର୍ଚ୍ଚା  ହେଉଛି । ଦ୍ୱିତୀୟ ପର୍ଯ୍ୟାୟରେ ଦଳ ଏଠାରୁ  ପ୍ରାର୍ଥୀ ଚୂଡ଼ାନ୍ତ କରିବା ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.