ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

‘କଲ୍‌କୀ ୨୮୯୮ ଏଡି’ର ପ୍ରଥମ ଦିନ ୧୯୧ କୋଟି, ଆସିବ ସିକ୍ୱେଲ, ଫିଲ୍ମ ପ୍ରସ୍ତୁତିରେ ଲାଗିବ ୩ ବର୍ଷ

ନୂଆଦିଲ୍ଲୀ ୨୯/୦୬: ‘କଲ୍‌କୀ ୨୮୯୮ ଏଡି’ର ରେକର୍ଡ । ବିଶ୍ୱ ବକ୍ସ ଅଫିସ୍‌ରେ ଓପ୍‌ନିଂ ଡେ’ କଲେକ୍ସନ୍‌ ୧୯୧.୫ କୋଟି । ଏଥିସହିତ ଏ ବର୍ଷର ସବୁଠୁ ବଡ଼ ଓପନର୍‌ ଫିଲ୍ମ ହୋଇଛି ‘କଲ୍‌କୀ’ । ପ୍ରଥମ ଦିନ ଭାରତରେ ଏହା ୯୫ କୋଟି ବ୍ୟବସାୟ କରିଛି । ତେଲୁଗୁରେ ୬୪.୫ କୋଟି, ହିନ୍ଦୀରେ ୨୪ କୋଟି, ତାମିଲରେ ୪ କୋଟି, ମାଲାୟାଲମ୍‌ରେ ୨.୨ କୋଟି ଓ କନ୍ନଡ଼ରେ ୩୦ ଲକ୍ଷ ଆୟ କରିଛି । ପ୍ରଥମ ଦିନର ବିଶ୍ୱ ବକ୍ସ ଅଫିସ୍‌ କଲେକ୍ସନ୍‌ ଜରିଆରେ ଏହା ‘ପଠାନ୍‌’, ‘ଆଦିପୁରୁଷ’ ଓ ‘କେଜିଏଫ୍‌-୨’ ଭଳି ଫିଲ୍ମକୁ ପଛରେ ପକାଇ ୩ୟ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଛି । ତେବେ ଏହା ‘ଆର୍‌ଆର୍‌ଆର୍‌’ ଓ ‘ବାହୁବଲୀ-୨’କୁ ଟପି ପାରିନାହିଁ ।

ପ୍ରଥମ ଦିନ ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମ ତାଲିକାରେ ‘କଲ୍‌କୀ ୨୮୯୮ ଏଡି’ ପ୍ରଭାସଙ୍କର ୩ୟ ଫିଲ୍ମ । ଏହି ତାଲିକାରେ ପୂର୍ବରୁ ପ୍ରଭାସଙ୍କର ‘ବାହୁବଲୀ-୨’, ‘ସାହୋ’ ଓ ‘ଆଦିପୁରୁଷ’ ଫିଲ୍ମ ରହିଛି । ରିଲିଜ୍‌ର ପ୍ରଥମ ଦିନ ଭାରତରେ ସର୍ବାଧିକ ବ୍ୟବସାୟ କରିଥିବା ଫିଲ୍ମ ମଧ୍ୟରେ ‘ଆର୍‌ଆର୍‌ଆର୍‌’ (୧୩୩ କୋଟି), ‘କେଜିଏଫ୍‌-୨’ (୧୨୧ କୋଟି), ‘ସାଲାର-ପ୍ରଥମ ଭାଗ’ (୯୦.୭ କୋଟି) ରହିଛି । କୌଣସି ଛୁଟି ନ ଥାଇ ଏହା ସପ୍ତାହ ମଝିରେ ମୁକ୍ତିଲାଭ କରିଛି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସେମିଫାଇନାଲ ମ୍ୟାଚ୍‌ ଦିନ ରିଲିଜ୍‌ ହୋଇ ସୁଦ୍ଧା ଖୁବ୍‌ ଭଲ ବ୍ୟବସାୟ କରିଛି ‘କଲ୍‌କୀ’ । ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ବଜେଟ୍‌ ୬୦୦ କୋଟି । ପ୍ରଭାସ, ଦୀପିକା ଓ ଅମିତାଭଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପ୍ରଶଂସା କରୁଛନ୍ତି । କମଲ ହାସନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଫିଲ୍ମର ହଲିଉଡ୍‌ ଭିଏଫ୍‌ଏକ୍ସ ମୁଖ୍ୟ ଆକର୍ଷଣ ହୋଇଛି । ତେବେ ଖାସ୍‌ କଥା ହେଉଛି ଫିଲ୍ମର ସିକ୍ୱେଲ୍‌ ଆସିବ । ଫିଲ୍ମ ଶେଷରେ ‘କ୍ରମଶଃ...’ ଲେଖି ନିର୍ମାତା ଏହା ସ୍ପଷ୍ଟ କରିଛନ୍ତି ।

ନାଗ ଅଶ୍ୱିନ ସ୍ପଷ୍ଟ କରିଥିଲେ, ‘କଲ୍‌କୀ ୨୮୯୮ ଏଡି’ ଗୋଟିଏ ଫିଲ୍ମରେ ସୀମିତ ହୋଇପାରିବ ନାହିଁ । ଔପଚାରିକ ଭାବେ ଏହାର ୨ୟ ଭାଗ ଘୋଷଣା ପରେ ଅମିତାଭ ନିର୍ବାହ କରିଥିବା ଅଶ୍ୱତ୍ଥାମା, ପ୍ରଭାସଙ୍କ ଭୈରବ ଚରିତ୍ର ଓ କମଲ ହାସନଙ୍କ ୟାସକିନ ଚରିତ୍ରର କାହାଣୀ ପୁଣି ଥରେ ପରଦାରେ ଦେଖିବାକୁ ପାଇବେ ସିନେପ୍ରେମୀ । ସିକ୍ୱେଲରେ କମଲ ହାସନଙ୍କ ୟାସକିନର ଯାତ୍ରାକୁ ବିସ୍ତୃତ ବର୍ଣ୍ଣନା କରାଯିବ । ଏହି ଭୂମିକା ପ୍ରଥମ ଭାଗରେ ସୀମିତ ରହିଛି । ସଦ୍ୟ ରିପୋର୍ଟ ଅନୁସାରେ, ‘କଲ୍‌କୀ-୨’ ନିର୍ମାଣ ଶେଷ ହେବାକୁ ୩ ବର୍ଷ ସମୟ ଲାଗିବ । ଏହା ପୂର୍ବରୁ ଅନେକ ସାକ୍ଷାତକାରରେ ପ୍ରଭାସ ଇଙ୍ଗିତ କରିଥିଲେ ଯେ ଫିଲ୍ମଟି ୨ ଭାଗରେ ବିଭକ୍ତ ହେବ । ନାଗ ଅଶ୍ୱିନ ପଥମ ଭାଗରେ ଦର୍ଶକଙ୍କ ମନରେ ଉତ୍ସାହ ଓ ସସ୍‌ପେନ୍ସ ସୃଷ୍ଟି କରିଛନ୍ତି ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.