ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ରେକର୍ଡ ଭାଙ୍ଗିବ ‘କଲ୍‌କି ୨୮୯୮ ଏଡି’, ଜୁନ୍‌ ୨୭ରେ ହେବ ରିଲିଜ୍‌

ନୂଆଦିଲ୍ଲୀ ୨୬/୦୬: ଆସନ୍ତା କାଲି ଜୁନ୍‌ ୨୭ରେ ପ୍ରେକ୍ଷାଳୟକୁ ଆସୁଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘କଲ୍‌କି ୨୮୯୮ ଏଡି’ । ଫିଲ୍ମର ଶୀର୍ଷକ ଘୋଷଣା, ସୁଟିଂ ଆରମ୍ଭରୁ ହିଁ ଏ ସିନେମା ସମ୍ପର୍କରେ ଢେର୍‌ ଚର୍ଚ୍ଚା ଆଲୋଚନା ଚାଲିଛି ସିନେପ୍ରେମୀଙ୍କ ମଧ୍ୟରେ । ଏହାରି ମଧ୍ୟରେ ‘କଲ୍‌କି ୨୮୯୮ ଏଡି’ର ଟ୍ରେଲର୍‌, ଟିଜର୍‌ ରିଲିଜ୍‌ ହୋଇ ବେଶ୍‌ ଦର୍ଶକୀୟ ପ୍ରଶଂସା ସାଉଁଟିଛି । ୬୦୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏ ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରି ପୂର୍ବ ରେକର୍ଡ ଭାଙ୍ଗିବ ବୋଲି ଶୁଣାଯାଉଛି । 

‘ବାହୁବଳି’ ଚଳଚ୍ଚିତ୍ରରେ ଅଭିନୟ କରି କେବଳ ଭାରତବର୍ଷ ନୁହେଁ, ବରଂ ବିଦେଶରେ ମଧ୍ୟ ଖୁବ୍‌ ନାଁ କରିଛନ୍ତି ଅଭିନେତା ପ୍ରଭାସ । ଅପ୍‌କମିଂ ଫିଲ୍ମ ‘କଲ୍‌କି ୨୮୯୮ ଏଡି’କୁ ନେଇ ସେ ପୁଣି ଚର୍ଚ୍ଚାରେ । ଏଥିରେ ପ୍ରଭାସଙ୍କ ବ୍ୟତୀତ ଦୀପିକା ପାଦୁକୋନ, କମଲ ହାସନ ଓ ଅମିତାଭ ବଚ୍ଚନଙ୍କ ଭଳି ଲୋକପ୍ରିୟ କଳାକାର ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବେ । ଏ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନାଗ ଅଶ୍ୱିନ, ଯିଏ ଏବେ ସୁଦ୍ଧା ମାତ୍ର ୨ଟି ଫିଳ୍ମର ନିର୍ଦ୍ଦେଶକ । ତନ୍ମଧ୍ୟରୁ ଗୋଟିଏ ଆଭରେଜ୍‌ ଥିବାବେଳେ ଅନ୍ୟଟି ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା । 

ନାଗ ଅଶ୍ୱିନ ଓ ପ୍ରଭାସଙ୍କ ଫିଲ୍ମ ‘କଲ୍‌କି ୨୮୯୮ ଏଡି’ ରିଲିଜ୍‌ ପୂର୍ବରୁ ହିଁ ଇତିହାସ ସୃଷ୍ଟି କରିସାରିଲାଣି । ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମ ଭାରତର ସବୁଠୁ ମହଙ୍ଗା ଫିଲ୍ମ ଚର୍ଚ୍ଚା ହେଉଛି । ବହୁ ସଂଖ୍ୟରେ ଦର୍ଶକ ଅଗ୍ରୀମ ଟିକେଟ ମଧ୍ୟ କରିଛନ୍ତି । ବିଶେଷକରି ଏ ଫିଲ୍ମର ତେଲୁଗୁ ଭର୍ସନ୍‌ ଦେଖିବାକୁ ୯୦ ହଜାରେରୁ ଅଧିକ ଟିକେଟ ବୁକିଂ ହୋଇସାରିଛି । 

ଫିଲ୍ମ ରିଲିଜ୍‌ର କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଗଲାଣି । ରିଲିଜ୍‌ ପୂର୍ବରୁ ହିଁ ଅଷ୍ଟ୍ରେଲିଆ ଓ ଉତ୍ତର ଆମେରିକାରେ ହଜାର ହଜାର ସଂଖ୍ୟାରେ ଟିକେଟ ଆଡଭାନ୍‌ସ ବୁକିଂ ହୋଇଛି । ଫିଲ୍ମ ରିଲିଜ୍‌ ତାରିଖର ସପ୍ତାହେ ପୂର୍ବରୁ ଏଭଳି ସ୍ଥିତି ଦେଖିବାକୁ ମିଳୁଛି । ଫିଲ୍ମ ରିଲିଜ୍‌ ତାରିଖ ଯେତେ ପାଖେଇ ଆସୁଛି, ଆଡଭାନ୍ସ ଟିକେଟ ବୁକିଂ ସେହି ଅନୁସାରେ ବଢ଼ୁଛି । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦୀପନା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇବାରେ ଲାଗିଛି । 

ଫିଲ୍ମର ବଜେଟ୍‌ ବହୁତ ବଡ଼ । ଏହା ପୂର୍ବରୁ କୌଣସି ଭାରତୀୟ ଫିଲ୍ମରେ ଏତେ ଟଙ୍କା ଖର୍ଚ୍ଚ ହୋଇନାହିଁ ବୋଲି କୁହାଯାଉଛି । ଫିଲ୍ମରେ ଅଭିନୟ କରୁଥିବା କଳାକାରମାନେ ମଧ୍ୟ ଏକକୁ ଆରେକ ବଳି ନାମୀ ଦାମୀ । ପ୍ରଭାସ, ଦୀପିକା, ସାଉଥ୍‌ର ଲୋକପ୍ରିୟ ଅଭିନେତା କମଲ୍‌ ହାସନ, ବିଗ୍‌ ବି ଅମିତାଭ ବଚ୍ଚନ । ବଡ଼ ବଜେଟ, ବଡ଼ ଷ୍ଟାରକାଷ୍ଟ । ତେଣୁ ‘କଲ୍‌କି ୨୮୯୮ ଏଡି’ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିବ, ରୋଜଗାର ସମ୍ବନ୍ଧିତ ପୂର୍ବ ରେକର୍ଡ ସବୁ ଭାଙ୍ଗି ଅଧିକ ରୋଜଗାର କରିବ ବୋଲି ଚର୍ଚ୍ଚା ହେବା ସ୍ୱାଭାବିକ କଥା । ‘କଲ୍‌କି ୨୮୯୮ ଏଡି’ ‘ଆର୍‌ ଆର୍‌ ଆର୍‌’, ‘ଦଙ୍ଗଲ’, ‘ପଠାନ୍‌’, ‘ଜବାନ୍‌’ ‘କେଜିଏଫ୍‌ ୨’ ଓ ‘ବାହୁବଳି’ ଭଳି ଫିଲ୍ମର ରୋଜଗାର ରେକର୍ଡକୁ ପଛରେ ପକାଇଦେବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏ ସବୁ ଫିଲ୍ମ ବକ୍ସ ଅଫିସ୍‌ରେ ଝଡ଼ ସୃଷ୍ଟି କରିଥିଲେ । ଏହି ଭାରତୀୟ ଫିଲ୍ମଗୁଡ଼ିକ ବିଦେଶରେ ହଜାରେ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଛନ୍ତି । ଏଗୁଡ଼ିକ ମଧ୍ୟରୁ କେବଳ ‘ଆର୍‌ ଆର୍‌ ଆର୍‌’ର ବଜେଟ୍‌ ୫୫୦ କୋଟିରୁ ଅଧିକ ଥିଲା । ଅନ୍ୟ ଫିଲ୍ମଗୁଡ଼ିକର ବଜେଟ୍‌ ୩୦୦ କୋଟି ବା ତା’ଠାରୁ କମ୍‌ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.