ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଶିଶୁକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଯୁବକଙ୍କୁ ୨୦ବର୍ଷ ଜେଲଦଣ୍ଡ

କେନ୍ଦୁଝର, ୦୨/୦୯ : ଶିଶୁକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ। କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜର ବିଚାରପତି ଶୁଭଶ୍ରୀ ତ୍ରିପାଠୀ ଶନିବାର ଏକ ଦୁଷ୍କର୍ମ ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି l 

ସୂଚନାନୁଯାୟୀ, ୨୦୨୦ ଅକ୍ଟୋବର ୩ ସନ୍ଧ୍ୟାରେ ବଲାଣୀ ଅଞ୍ଚଳର ଏକ ୧୦ ବର୍ଷର ଶିଶୁକନ୍ୟା ଜଳଖିଆ ଆଣିବାକୁ ବଜାରକୁ ଯାଇଥିଲା । ଏହି ସମୟରେ ପ୍ରତାପ କୁମାର ପୃଷ୍ଟି ନାମକ ୩୩ ବର୍ଷୀୟ ଯୁବକ ଶିଶୁକନ୍ୟାକୁ ଅପହରଣ କରିନେଇ ଏକ ପରିତ୍ୟକ୍ତ ସ୍ଥାନରେ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଏଥିନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ପ୍ରତାପକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଦାଲତ ଏହି ମାମଲାରେ ଶୁଣାଣୀ କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୨୩ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । 

ଜରିମାନା ଅନାଦେୟ ହେଲେ ଅଭିଯୁକ୍ତକୁ ଅଧିକ ୧୫ ମାସ ଜେଲ ଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ ରହିଛି । ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ଗଣେଶ ପ୍ରସାଦ ମହାପାତ୍ର ଉକ୍ତ ମାମଲା ପରିଚାଳନା କରୁଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.