ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

କୋଲକାତାର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ହରତାଳରେ ୩ ଲକ୍ଷ ଡାକ୍ତର,ସୁରକ୍ଷା, କ୍ଷତିପୂରଣ ଓ ସିବିଆଇ ତଦନ୍ତ ଦାବ

ନୂଆଦିଲ୍ଲୀ/କୋଲକାତା,୧୩/୦୮: କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଓ  ହସ୍ପିଟାଲରେ ଅଗଷ୍ଟ ୯ ତାରିଖ ସକାଳେ ଜଣେ ଟ୍ରେନି  ମହିଳା ଡାକ୍ତରଙ୍କର ଶବ ମିଳିଥିଲା । ଦୁଷ୍କର୍ମ ପରେ  ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଛି । ସେହି ଘଟଣାକୁ ନେଇ ସୋମବାର ସାରା ଦେଶରେ ୩ ଲକ୍ଷ  ଡାକ୍ତର ହରତାଳ କରିଛନ୍ତି । ଏଥିଯୋଗୁ ଦିଲ୍ଲୀ ଏମ୍ସ  ସମେତ ଦେଶର ଅନେକ ସରକାରୀ ହସ୍ପିଟାଲରେ  ଓପିଡି ସେବା ପ୍ରଭାବିତ ହୋଇଛି । ଫେଡେରେସନ୍‌  ଅଫ୍‌ ରେସିଡେଣ୍ଟ ଡକ୍ଟରର୍ସ ଆସୋସିଏସନ୍‌ ପକ୍ଷରୁ  ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ୫ଟି ଦାବି ସମ୍ବଳିତ ଏକ  ପତ୍ର ଲେଖାଯାଇଛି । 

ସେଥିରେ କୁହାଯାଇଛି ଯେ,  ଆର୍‌ଜି କର ମେଡିକାଲ୍‌ କଲେଜର ରେସିଡେଣ୍ଟ  ଡାକ୍ତରଙ୍କ ଦାବିକୁ ସ୍ୱୀକାର କରାଯିବା ସହିତ  ସେଥିନେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଘଟଣାର ବିରୋଧ କରୁଥିବା ଡାକ୍ତରଙ୍କ ବିରୋଧରେ  ପୁଲିସ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅନୁଚିତ୍‌ ।  ମୃତ ଡାକ୍ତରଙ୍କ ପରିବାରକୁ ଉଚିତ୍‌ କ୍ଷତିପୂରଣ,  କେନ୍ଦ୍ର ସରକାର ସମସ୍ତ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା  କର୍ମୀଙ୍କ ସୁରକ୍ଷା ଲାଗି ଏକ ପ୍ରୋଟୋକଲ୍‌ ଜାରି  କରିବା, ସେଣ୍ଟ୍ରାଲ ହେଲ୍‌ଥକେୟାର ପ୍ରୋଟେକ୍ସନ୍‌  ଆକ୍ଟକୁ ଲାଗୁ କରିବା ଲାଗି ଏକ କମିଟି ଗଠନ  ପ୍ରଭୃତି ନେଇ ଦାବି ରଖାଯାଇଛି ।  

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ସକାଳେ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିଛନ୍ତି । ସେ କହିଛନ୍ତି, ରବିବାର ମଧ୍ୟରେ ପୁଲିସ ମାମଲାର  ସମାଧାନ କରି ନ ପାରିଲେ ତଦନ୍ତ ଭାର ସିବିଆଇକୁ  ଦିଆଯିବ । ଇତିମଧ୍ୟରେ ଡେଲିନା ଖୋଙ୍ଗଡୁପ୍‌ଙ୍କ  ନେତୃତ୍ୱରେ ରାଷ୍ଟ୍ରୀୟ ମହିଳା ଆୟୋଗର ୨  ସଦସ୍ୟବିଶିଷ୍ଟ ଟିମ୍‌ କୋଲକାତାରେ ପହଞ୍ଚିଛି । ଟିମ୍‌  ପୁଲିସ ସହିତ ପୀଡ଼ିତାଙ୍କ ପରିବାର ଓ ହସ୍ପିଟାଲର ଡାକ୍ତରଙ୍କୁ ସାକ୍ଷାତ କରିଛି । ସେପଟେ ଘଟଣାର  ସିବିଆଇ ତଦନ୍ତ ଦାବି କରି ଦାଖଲ ୩ଟି ଜନହିତ  ଆବେଦନ ସଂପର୍କରେ କୋଲକାତା ହାଇକୋର୍ଟ  ଆସନ୍ତାକାଲି ଶୁଣାଣି କରିବେ ।  

କୋଲକାତା ପୁଲିସ ସୋମବାର କହିଛି ଯେ, ଅଭିଯୁକ୍ତ ସଞ୍ଜୟ ରାୟ ଏହି ଜଘନ୍ୟକାଣ୍ଡ ଘଟାଇବା  ପୂର୍ବରୁ ମଦ ପିଇଥିଲା । ଡାକ୍ତରଙ୍କୁ ବଳାତ୍କାର ଓ  ହତ୍ୟା ପରେ ସେ ଘରକୁ ଯାଇ ଶୋଇ ପଡି଼ଥିଲା ।  ପ୍ରମାଣ ନଷ୍ଟ କରିବାକୁ ସକାଳୁ ପୋଷାକ ଧୋଇଥିଲା । ତାର ଜୋତାରୁ ରକ୍ତର ଦାଗ ମିଳିଛି । ଆର୍‌ଜି କର  ମେଡିକାଲ କଲେଜର ଅଧ୍ୟକ୍ଷ ଡାକ୍ତର ସନ୍ଦୀପ ଘୋଷ  ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । 

୩୧ ବର୍ଷୀୟା ଟ୍ରେନି ଡାକ୍ତର ଚେଷ୍ଟ ମେଡିସିନ୍‌  ବିଭାଗରେ ପିଜି ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ୮  ତାରିଖ ରାତି ୨ଟାରେ ନିଜର ୨ ଜଣ ଜୁନିଅରଙ୍କ  ସହିତ ରାତ୍ରୀଭୋଜନ କରିବା ପରେ ସେ ହସ୍ପିଟାଲର  ସେମିନାର ହଲ୍‌କୁ ଯାଇଥିଲେ । ସକାଳ ୬ଟାରେ  ତାଙ୍କର ଅର୍ଦ୍ଧନଗ୍ନ ଶବ ମିଳିଥିଲା । ତାଙ୍କୁ ଦୁଷ୍କର୍ମ  ପରେ ହତ୍ୟା କରାଯାଇଥିବା ପୁଲିସ କହିଛି । ଅଘଟଣ  ଭୋର୍‌ ୩ଟାରୁ ୫ଟା ମଧ୍ୟରେ ହୋଇଥିଲା । ସିସିଟିଭିରେ ଅଭିଯୁକ୍ତ ସଞ୍ଜୟ ୪ଟାରେ ସେମିନାର ହଲ୍‌କୁ ଯାଉଥିବା  ଦେଖାଯାଇଥିଲା । 

ଶବବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ,  ଡାକ୍ତରଙ୍କୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଥିଲା ।  ଶ୍ୱାସରୁଦ୍ଧ କରି ତାଙ୍କୁ ହତ୍ୟା କରାଯାଇଛି । ତାଙ୍କର ଗୁପ୍ତାଙ୍ଗ, ଆଖି ଓ ମୁହଁରୁ ରକ୍ତ ବୋହୁଥିଲା । ପୁଲିସ  ହସ୍ପିଟାଲର ୩୦ ଦିନର ସିସିଟିଭି ଫୁଟେଜ୍‌ର ତଥ୍ୟ  ନେଇଛି । ସେଥିରୁ ଅଭିଯୁକ୍ତ ସହିତ ଅନ୍ୟ କେହି  ସାମିଲ ଥିଲେ କି ନାହିଁ ତାହା ଜଣାପଡି଼ବ । ରାଜ୍ୟ  ସରକାର ଘଟଣାର ତଦନ୍ତ ଲାଗି ଏସ୍‌ଆଇଟି ଗଠନ  କରିଛନ୍ତି । ହସ୍ପିଟାଲ ପ୍ରଶାସନ ମଧ୍ୟ ଏକ ତଦନ୍ତ  ପ୍ୟାନେଲ୍‌ ଗଢ଼ିଛି । ଅଭିଯୁକ୍ତ ସଞ୍ଜୟକୁ ଗିରଫ  କରାଯାଇଥିବାବେଳେ ତାକୁ ୧୪ ଦିନିଆ ପୁଲିସ ହେପାଜତରେ ପଠାଯାଇଛି । ପଚରାଉଚରା ପରେ  ସେ ନିଜର ଅପରାଧ ସ୍ୱୀକାର କରିଥିବାବେଳେ ଯଦି  ଚାହୁଁଛ ମୋତେ ଫାଶୀ ଦିଅ ବୋଲି କହିଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.