ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଅଭିଯୁକ୍ତ ସଞ୍ଜୟ ରାୟର ନାର୍କୋ ଟେଷ୍ଟ କରିବ ସିବିଆଇ, ଦୁଷ୍କର୍ମ ଓ ହତ୍ୟା ମାମଲାରେ ଖୋଲିବ ଅଧିକ ରହସ୍ୟ…

Image Courtesy: indiatoday

ନୂଆଦିଲ୍ଲୀ: ଆର.ଜି କର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟର ନାର୍କୋ ଟେଷ୍ଟ କରିବ ସିବିଆଇ । ଏ ବାବଦରେ କୋର୍ଟ ସିବିଆଇକୁ ମଞ୍ଜୁରୀ ଦେଇଛନ୍ତି । ସୂଚନା ଅନୁଯାୟୀ, ସିବିଆଇ ଏହି ମାମଲାରେ ଆବଶ୍ୟକ ଅନୁମତି ପାଇଁ ସିୟାଲଦହ କୋର୍ଟରେ ଆବେଦନ କରିଥିଲା । ଅଦାଲତ ଆଜି (ଶୁକ୍ରବାର) ସଞ୍ଜୟ ରାୟଙ୍କ ନାର୍କୋ ଟେଷ୍ଟ କରିବାକୁ ଅନୁମତି ଦେଇଛନ୍ତି ।

ଏହି ଟେଷ୍ଟ ମାଧ୍ୟମରେ ସିବିଆଇ ଏହା ଦେଖିବାକୁ ଚାହୁଁଛି ଯେ, ନାର୍କୋ ଏବଂ ପଲିଗ୍ରାଫରେ ଅଭିଯୁକ୍ତ ଯାହା କହୁଛି ସେଗୁଡିକ ମଧ୍ୟରେ କୌଣସି ମେଳ ଅଛି କି ନାହିଁ। ଏହି ଘଟଣାରେ ସଞ୍ଜୟଙ୍କ ସମ୍ପୃକ୍ତି ସମ୍ପର୍କରେ ଅଧିକାରୀମାନେ ନିଶ୍ଚିତ ହେବାକୁ ଚାହୁଁଛନ୍ତି । AIIMS ଏବଂ ବିଶେଷଜ୍ଞଙ୍କ ମତାମତ ଆସିବା ପରେ ଏହାକୁ ବିଶ୍ଳେଷଣ କରାଯିବ ।

ନାର୍କୋ ଟେଷ୍ଟରେ ବ୍ୟକ୍ତିକୁ କିଛି ଔଷଧ ଦିଆଯାଏ, ଯାହା ପରେ ବ୍ୟକ୍ତି ଆଂଶିକ ଚେତାଶୂନ୍ୟ ଅବସ୍ଥାକୁ ଯାଇଥାନ୍ତି । ଏହା ପରେ, ବ୍ୟକ୍ତିଙ୍କ ଠାରୁ ଲୁକ୍କାୟିତ ତଥ୍ୟ ବାହାର କରିବାକୁ ଚେଷ୍ଟା କରାଯାଏ । ଏହି ପ୍ରକ୍ରିୟା ସେହି ଲୋକ ମାନଙ୍କ ଉପରେ ଚେଷ୍ଟା କରାଯାଏ ଯେଉଁମାନେ ନିୟମିତ ପଚରାଉଚରା ସମୟରେ ସହଯୋଗ କରିବାକୁ ଇଚ୍ଛୁକ ନୁହଁନ୍ତି । ଜଟିଳ ମାମଲା ଗୁଡ଼ିକର ସମାଧାନ ଏବଂ ଗୁରୁତ୍ୱପୂର୍ଣ୍ଣ ସୂଚନାର ସନ୍ଧାନ ପାଇଁ ନାର୍କୋଏନାଲିସିସ୍ ଟେଷ୍ଟ କରାଯାଇଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.