ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୋଲକାତାରେ ଜମି ମାଲିକଙ୍କୁ ହତ୍ୟା ଘଟଣା: ଓଡ଼ିଆ ବ୍ୟାଙ୍କ୍‌ ମ୍ୟାନେଜର ସମେତ ୩ ଗିରଫ

ଭୁବନେଶ୍ୱର,୨୫/୦୩: କୋଲକାତାରେ ସୁବୋଧ ସରକାର ନାମକ ଜଣେ ଜମି ମାଲିକଙ୍କୁ ହତ୍ୟା ଅଭିଯୋଗରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସ । ଏହି ଅପରାଧର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୌମକାନ୍ତି ଜେନାଙ୍କ ସମେତ ଅନ୍ୟ ୨ଜଣ ଧରାପଡ଼ିଛନ୍ତି । ସୌମ୍ୟକାନ୍ତି ପଶ୍ଚିମବଙ୍ଗରେ ଏକ ଘରୋଇ ବ୍ୟାଙ୍କର ରିଲେସନସିପ୍‌ ମ୍ୟାନେଜର ଭାବେ କାମ  କରୁଥିଲେ ବୋଲି ଜଣାପଡ଼ିଛି । ଘଟଣାର ତଦନ୍ତ  ଚାଲିଥିବାରୁ ଅନ୍ୟ ୨ଜଣ ଅଭିଯୁକ୍ତଙ୍କ ନାମ ପୁଲିସ  ପ୍ରକାଶ କରିନାହିଁ । 

ସୂଚନା ମୁତାବକ, ସୁବୋଧଙ୍କ  ଭୁବନେଶ୍ୱରରେ ଏକ କୋଠା ଥିଲା । ୩ମାସ ତଳେ  ସୁବୋଧ ଉକ୍ତ କୋଠାକୁ ବିକ୍ରି କରି ଦେଇଥିଲେ ।  ବିକ୍ରିଲବ୍ଧ ଅର୍ଥକୁ ଧରି କୋଲକାତା ପଳାଇଥିଲେ ।  କୋଲକାତା ବେଲଘରିଆରେ ଏକ ଘର ଭଡ଼ା ନେଇ  ସେଠାରେ ରହୁଥିଲେ । ଗତକାଲି କୋଲକାତା ନିୟୁ  ଟାଉନ ଅଞ୍ଚଳରେ ଥିବା ଏକ କେନାଲରେ ଏକ  ଟ୍ରଲି ବ୍ୟାଗ୍‌ ଭାସୁଥିବା ସ୍ଥାନୀୟ ସଫେଇ କର୍ମଚାରୀ  ଦେଖିଥିଲେ । ଉକ୍ତ ଟ୍ରଲି ବ୍ୟାଗ୍‌ରେ ରକ୍ତ ଲାଗିଥିବା  ଦେଖି ସଫେଇ କର୍ମଚାରୀମାନେ ପୁଲିସକୁ ଖବର  ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ  ଟ୍ରଲି ବ୍ୟାଗ୍‌ ଖୋଲିବାରେ ସେଥିରୁ ସୁବୋଧଙ୍କ  ମୃତଦେହ ବାହାରିଥିଲା । ସେହିଦିନ ମେଦିନାପୁର  ଚେକ୍‌ ଗେଟ୍‌ରେ ସ୍ଥାନୀୟ ପୁଲିସର ଚେକିଂ ଚାଲିଥିଲା ।  ଏହି ସମୟରେ ଏକ ସନ୍ଦିଗ୍ଧ କାର ଉପରେ ପୁଲିସର  ନଜର ପଡ଼ିଥିଲା । ଉକ୍ତ କାର୍‌ର ଡିକିରେ ରକ୍ତ  ଲାଗିଥିବା ଦେଖି ପୁଲିସ କାର୍‌କୁ ଅଟକାଇଥିଲା ।  ସେଥିରେ ସୌମକାନ୍ତିଙ୍କ ସମେତ ୩ଜଣ ଥିଲେ ।  ପୁଲିସ ସମସ୍ତଙ୍କୁ ଧରି ପଚରାଉଚରା କରିଥିଲା ।  ପୁଲିସ ଜେରାରେ ସୌମକାନ୍ତି ନିଜର ଅପରାଧ  ସ୍ୱୀକାର କରିଥିଲା । 

ପୁଲିସକୁ ସୌମ୍ୟକାନ୍ତି କହିଥିଲା,  ସୁବୋଧ ଭୁବନେଶ୍ୱରରେ ଥିବା ଘର ବିକ୍ରି କରି ବିପୁଳ  ଟଙ୍କା ପାଇଥିଲେ । ସେ ଟଙ୍କାକୁ ନେଇ କୋଲକାତା  ପଳାଇଆସିଥିଲେ । ସେ ଟଙ୍କାତକ ହାତେଇବା  ପାଇଁ ସୌମ୍ୟକାନ୍ତି ସୁବୋଧଙ୍କ ପିଛା କରିଥିଲା ।  ସହଯୋଗୀଙ୍କ ସହ ସୁବୋଧଙ୍କ ଭଡ଼ାଘରେ ପହଞ୍ଚି  ତାଙ୍କୁ ହତ୍ୟା କରିଥିଲା । ଏହାପରେ ମୃତଦେହକୁ ଏକ  ଟ୍ରଲିବ୍ୟାଗ୍‌ରେ ପୂରାଇ କେନାଲରେ ଫିଙ୍ଗି ଦେଇଥିଲା।  ସୌମ୍ୟକାନ୍ତି ପଶ୍ଚିମବଙ୍ଗ ୨୪ପ୍ରଗଣା ନିମିତାରେ ଥିବା  ଏକ ଘରୋଇ ବ୍ୟାଙ୍କର ରିଲେସନସିପ ମ୍ୟାନେଜର  ଥିବା ତଦନ୍ତରୁ ଜଣାପଡ଼ିଛି । ଏ ସମ୍ପର୍କରେ ସୂଚନା  ଦେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି,  ତଦନ୍ତ ଚାଲିଥିବାରୁ ଏ ସମ୍ପର୍କରେ ସବିଶେଷ ତଥ୍ୟ ପଶ୍ଚିମବଙ୍ଗ ପୁଲିସ ଠାରୁ ମିଳିପାରିନାହିଁ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.