ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଅଚାନକ ବ୍ୟାଙ୍କ ଖାତାକୁ ଆସିଲା ୨୦୦ କୋଟି, ଭୟରେ ଶୋଇପାରୁନି ଶ୍ରମିକଙ୍କ ପରିବାର

ନୂଆଦିଲ୍ଲୀ ୭/୯: ହରିୟାଣାର ଚରଖୀ-ଦାଦରୀରେ ୮ମ ପାସ୍ କରିଥିବା ଜଣେ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ୨୦୦ କୋଟି ଟଙ୍କା ଆସିଯାଇଛି । ଏହା ଜାଣିବା ପରେ ତାଙ୍କ ହୋସ୍ ଉଡିଯାଇଛି । ପରିବାରଲୋକେ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି । ତେବେ ସେମାନେ ଏଥିରୁ ଟଙ୍କାଟିଏ ବି ଖର୍ଚ୍ଚ କରିନାହାଁନ୍ତି । ବରଂ ପୋଲିସ ଆସି ତାଙ୍କ ଘରେ ଏତେ ଟଙ୍କା କେଉଁଠୁ ଆସିଲା ବୋଲି ପଚରାଉଚରା କରୁଛି । ଏହା ପରେ ପରିବାରର ସମସ୍ତେ ଡରିଯାଇଛନ୍ତି । ଘଟଣାଟି ଚରଖୀ-ଦାଦରୀ ଗାଁ ବେରଲାର । ଏଠାରେ ଜଣେ ଶ୍ରମିକ ବିକ୍ରମଙ୍କ ଖାତାରେ ୨୦୦ କୋଟି ଟଙ୍କା ଆସିବା ପରେ ହଇଚଇ ସୃଷ୍ଟି ହୋଇଯାଇଛି । ଏତେ ଟଙ୍କା କେଉଁଆଡୁ ଆସି ତାଙ୍କୁ ଖୁସି କରିବା ବଦଳରେ ଓଲଟି ତାଙ୍କ ଘରେ ଡର ଖେଳିଯାଇଛି । ପରିବାରଲୋକେ ଥାନାରେ ପହଞ୍ଚି ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି । 

କେବଳ ଏତିକି ନୁହେଁ, ବିକ୍ରମଙ୍କ ପରିବାରଲୋକେ ପୋଲିସ ବିରୁଦ୍ଧରେ ମଧ୍ୟ ଅଭିଯୋଗ ଲଗାଇଛନ୍ତି କି ମାମଲାକୁ ତୁଲାଇବା ବଦଳରେ ଓଲଟି ପୋଲିସ ତାଙ୍କୁ ଧମକାଉଛି । ୨ ଦିନ ପୂର୍ବରୁ ୟୁପି ପୋଲିସ ତାଙ୍କ ଘରକୁ ଆସି ବିକ୍ରମଙ୍କ ୟେଶ୍ ବ୍ୟାଙ୍କ ଖାତାକୁ ୨୦୦ କୋଟି କେମିତି ଜମା ହେଲା ସେନେଇ ପଚରାଉଚରା ମଧ୍ୟ କରିଛି । ବିକ୍ରମଙ୍କ ପରିବାରଲୋକଙ୍କ କହିବାନୁସାରେ ପୋଲିସ ତାଙ୍କୁ ଜଣାଇଛି କି ୨୦୦ କୋଟିର ମାମଲା । ତେଣୁ ଏକ ଟିମ୍ ବ୍ୟାଙ୍କରେ ପହଞ୍ଚି ଖାତାର ଯାଞ୍ଚ କରିବ । ଯାଞ୍ଚ ଆଧାରରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ବର୍ତ୍ତମାନ ବ୍ୟାଙ୍କ ଖାତାକୁ ଫ୍ରିଜ୍ କରିଦିଆଯାଇଛି । 

୨ ଦିନ ପୂର୍ବରୁ ୟୁପି ପୋଲିସ ବିକ୍ରମଙ୍କ ଘରେ ପହଞ୍ଚିଥିଲା । ପୋଲିସ ବିକ୍ରମଙ୍କୁ ପଚାରିଥିଲା କି ତାଙ୍କ Yes Bank ଖାତାକୁ ୨୦୦ କୋଟିର ଟ୍ରାଞ୍ଜାକ୍ସନ କେମିତି ହେଲା । ଏହି ପଇସା କେଉଁଠୁ ଆସିଲା ? ପୋଲିସ କଥା ଶୁଣି ବିକ୍ରମ ଏବଂ ତାଙ୍କ ପରିବାରଲୋକେ ଆବାକାବା ହୋଇଯାଇଥିଲେ । କୁହାଯାଉଛି କି ବିକ୍ରମ ୨ ମାସ ପୂର୍ବରୁ ଚାକିରୀ କରିବା ପାଇଁ ପଟୌଦୀ ଯାଇଥିଲେ । ସେଠାରେ ସେ ଏକ୍ସପ୍ରେସ ୨୦ ନାମକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ସେଠାରେ ତାଙ୍କର ଖାତା ଖୋଲିବା ପାଇଁ ତାଙ୍କଠୁ ଡକ୍ୟୁମେଣ୍ଟ ନିଆଗଲା କିନ୍ତୁ ପରେ ତାଙ୍କ ଖାତା ରଦ୍ଦ ହୋଇଗଲା କହି ତାଙ୍କୁ ଚାକିରୀରୁ ବିଦା କରିଦିଆଗଲା । ସେଠାରେ ବିକ୍ରମ ପ୍ରାୟ ୧୭ ଦିନ କାମ କରିଥିଲେ । ତେବେ ତାଙ୍କ ଆକାଉଣ୍ଟକୁ କେମିତି ଏତେ ଟଙ୍କା ଆସିଲା ସେନେଇ ଯାଞ୍ଚ କରୁଛି ପୋଲିସ । 

Copyright © 2022 - Summa Real Media Private Limited. All Rights Reserved.