ଚିତ୍ରକୋଣ୍ଡା, ୦୯/୦୯: ମାଟି ଅତଡ଼ା ଖସି ରାସ୍ତା ଅବରୋଧ । ଏହି କାରଣରୁ ଚିତ୍ରକୋଣ୍ଡା ବ୍ଲକ ସମେତ ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଚିତ୍ରକୋଣ୍ଡା ବ୍ଲକ ଠାରୁ ମାଲକାନଗିରି ଜିଲ୍ଲା ଓ ଜୟପୁରକୁ ଯୋଗାଯୋଗ କରୁଥିବା ଚିତ୍ରକୋଣ୍ଡା ଘାଟି ମୁଖ୍ୟ ରାସ୍ତାର ଭଲଭ ହାଉସ ଛକ ନିକଟରେ ଘଟିଛି ଏହି ଘଟଣା ।
ସୂଚନା ମୁତାବକ, ବିଗତ ଦିନରେ ଲଗାଣ ବର୍ଷା କାରଣରୁ ବେହାଲ ହୋଇଛି ମାଲକାନଗିରି ଜିଲ୍ଲା । ଏହି କାରଣରୁ ଚିତ୍ରକୋଣ୍ଡା ଘାଟି ମୁଖ୍ୟ ରାସ୍ତାର ଭଲଭ ହାଉସ ଛକ ନିକଟରେ ମାଟି ଅତଡ଼ା ଖସି ପଡ଼ିଛି । ଫଳରେ ଚିତ୍ରକୋଣ୍ଡା ବ୍ଲକ ଓ ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ଯାତାୟତ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି । ପ୍ରଶାସନ ପକ୍ଷରୁ ରାସ୍ତା ରାସ୍ତାରେ ପଡିଥିବା ମାଟି ଓ ପଥରକୁ ହଟା ଯାଉଛି । ଆଉ କିଛି ସମୟ ପରେ ଚିତ୍ରକୋଣ୍ଡା ଜୟପୁର ଯୋଗଯୋଗ ସ୍ୱାଭାବିକ ହୋଇପାରିବ । ଅନ୍ୟପଟେ ନକାମାମୁଡି ଓ ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାରେ ବର୍ତ୍ତମାନ ସୁଦ୍ଧା ପଥର ପଡି ରାସ୍ତା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ।