ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଲେମ୍ବୁ ଚୋପା କିଛି କମ୍‌ ନୁହେଁ, ଏପରି କରନ୍ତୁ ବ୍ୟବହାର

ଭୁବନେଶ୍ୱର ୨୧/୦୩: ଲେମ୍ବୁ କେବଳ ସ୍ୱାଦ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଉପକାରୀ । ଲେମ୍ବୁ ରସ ବାହାର କରିବା ପରେ ଚୋପାକୁ ଫିଙ୍ଗନ୍ତୁ ନାହିଁ । ବରଂ ଲେମ୍ବୁ ଚୋପାକୁ ପେଶି ପେଷ୍ଟ କରିନିଅନ୍ତୁ । ଏହାକୁ ଘରର ବିଭିନ୍ନ ଜିନିଷର ସଫା ପାଇଁ ବ୍ୟବହାର କରିପାରିବେ । ଏହି ପେଷ୍ଟକୁ ଏକ ଡବାରେ ରଖି ନିଅନ୍ତୁ । ଦରକାର ବେଳେ ବ୍ୟବହାର କରିପାରିବେ ।

ବାଥ୍‌ରୁମ୍‌ ସଫା :

ନିୟମିତ ଗାଧୁଆଘରର ହଳଦିଆ ଟାଇଲ୍ସକୁ ସଫା କରିବା ସହଜ ନୁହେଁ । ତେଣୁ ପ୍ରାୟ ମହିଳା ଏହାକୁ ସଫା କରିବା ପାଇଁ କେମିକାଲ୍‌ର ବ୍ୟବହାର କରିଥାନ୍ତି । ଏବେ କେମିକାଲ୍‌ ପରିବର୍ତ୍ତେ ଲେମ୍ବୁ ଚୋପା ପେଷ୍ଟ ଜରିଆରେ ଗାଧୁଆ ଘରକୁ ଚକାଚକ୍‌ କରିପାରିବେ । ପ୍ରଥମେ ଲେମ୍ବୁଚୋପାକୁ ମିକ୍ସିରେ ପକାଇ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ । ଏକ ବଡ଼ ପାତ୍ର ନେଇ ୩ ଗ୍ଲାସ୍‌ ପାଣି ପକାଇ ଫୁଟାନ୍ତୁ । ଏହି ପାଣିରେ ୫ ଚାମଚ ଲେମ୍ବୁ ଚୋପାର ପେଷ୍ଟକୁ ପକାନ୍ତୁ । ପରେ ସେଥିରେ ୩ ଚାମଚ ଲୁଣ ପକାନ୍ତୁ । ଏହି ମିଶ୍ରଣ ସାମାନ୍ୟ ଥଣ୍ଡା ହେବା ପରେ ଏହାକୁ ଗାଧୁଆ ଘର ଟାଇଲ୍ସ ଉପରେ ପକାଇ ବ୍ରଶ୍‌ରେ ସଫା କରିନିଅନ୍ତୁ । ଲେମ୍ବୁ ଚୋପାରେ ଏମିରି ତତ୍ତ୍ୱ ରହିଛି, ଯାହା ଟାଇଲ୍ସକୁ ସଫା କରିବା ସହ କୀଟାଣୁ ମଧ୍ୟ ଦୂର କରିଥାଏ ।

ବେସିନ୍‌ ଓ ସିଙ୍କ୍‌ ସଫା :

ଲେମ୍ବୁ ଚୋପା ପେଷ୍ଟରେ ବେସିନ୍‌ ଓ ରୋଷେଇ ଘର ସିଙ୍କ୍‌ ମଧ୍ୟ ସଫା କରି ଚକାଚକ୍‌ କରିପାରିବେ । ସେଥିପାଇଁ ଏକ ପାତ୍ରରେ ୨ ଗ୍ଲାସ୍‌ ପାଣିକୁ ଫୁଟାନ୍ତୁ । ସେଥିରେ ୩/୪ ଚାମଚ ଲେମ୍ବୁ ଚୋପା ପେଷ୍ଟ ମିଶାନ୍ତୁ । ଏହାକୁ ୧୦ ମିନିଟ୍‌ ଯାଏ ଫୁଟାନ୍ତୁ । ଏବେ ଏହି ମିଶ୍ରଣରେ ବାସନ ମାଜିବା ଲିକ୍ୱିଡ୍‌ ମିଶାନ୍ତୁ । ୫ ମିନିଟ୍‌ ଫୁଟିବା ପରେ ଏହି ମିଶ୍ରଣକୁ ବେସିନ୍‌ ଓ ସିଙ୍କ୍‌ ଚାରିପଟେ ଢାଳନ୍ତୁ । ୫ ମିନିଟ୍‌ ପରେ ଏହାକୁ ବ୍ରଶ୍‌ ସାହାଯ୍ୟରେ ସଫା କରିନିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.