ପ୍ରମୂଖ ଖବର
  • ‘କର ବା ମର’ ମ୍ୟାଚ୍‌ରେ କାନାଡାକୁ ମାତ୍ ଦେଲା ପାକିସ୍ତାନ
  • ||
  • ୧୨ରେ ନୂଆ ସରକାର ଶପଥ ଗ୍ରହଣ, ବିଏମ୍‌ସି ଅଞ୍ଚଳରେ ଅଧା ଦିନ ଛୁଟି
  • ||
  • କୋରାପୁଟ: ରେଳ ଧାରଣାରୁ ବିଏସଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ବିଜେପି ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା: ଜେ.ପି ନଡ୍ଡାଙ୍କ ପରେ କିଏ ଧରିବେ ଦଳର ମଙ୍ଗ, ଦୌଡ଼ରେ ଏକାଧିକ ନେତା
  • ||
  • ଭାରତ-ପାକ୍‌ ମ୍ୟାଚ୍‌ରେ ଚାଲିଥିବା ବେଳେ ଆଖି ବୁଜିଲେ ଏମ୍‌ସିଏ ସଭାପତି, ମୃତ୍ୟୁ ବେଳକୁ ହୋଇଥିଲା ୪୭ ବର୍ଷ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: କାନାଡାକୁ ଭେଟିବ ପାକିସ୍ତାନ, ‘କର ବା ମର’ ସ୍ଥିତିରେ ବାବର ବାହିନୀ
  • ||
  • ମଙ୍ଗଳବାର ବିଜେପି ବିଧାୟକ ଦଳ ବୈଠକ, ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ, ୧୨ରେ ଶପଥ ଉତ୍ସବ
  • ||
  • ରାଜ୍ୟରେ ଆଣ୍ଠେଇଛି ମୌସୁମୀ : ପଶ୍ଚିମ ଜଳୁଛି, ଉପକୂଳ ସିଝୁଛି, ୧୫ ପୂର୍ବରୁ ବର୍ଷା ନାହିଁ
  • ||

ରାଜଧାନୀରେ ସକାଳେ ବିଜେପି, ସନ୍ଧ୍ୟାରେ ବିଜେଡି ଦେଖାଇବ ଦମ୍‌: ଆଜି ନବୀନ, ନଡ୍ଡାଙ୍କ ମେଗା ରୋଡ୍‌ ସୋ’

ଭୁବନେଶ୍ୱର,୧୬/୦୫: ଗୁରୁବାର ଦୁଲୁକିବ ରାଜଧାନୀ । ବିଜେଡି ଓ ବିଜେପିର ଦୁଇ ହେଭିୱେଟ୍‌ ମେଗା ରୋଡ୍‌ ସୋ’ କରିବେ । ସକାଳ ସାଢ଼େ ୯ଟାରେ  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମାଉସୀ ମା' ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍‌ ସୋ' କରିବେ। ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ  ପଟ୍ଟନାୟକ ଗଙ୍ଗନଗର ଛକରୁ ମେଗା ରୋଡ୍‌  ସୋରେ ବାହାରିବେ । ଏକାମ୍ରର କିଛି ଅଞ୍ଚଳ ଓ ମଧ୍ୟ ନିର୍ବାଚନମଣ୍ଡଳୀର ଏକାଧିକ ସ୍ଥାନରେ ପାୱାର ସୋ’  କରିବେ ନବୀନ । ଆସନ୍ତା ତିନି ଦିନ ଯାଏ ଓଡ଼ିଶାକୁ  ବିଜେପି ଓ କଂଗ୍ରେସ ହେଭିୱେଟ୍‌ଙ୍କ ସୁଅ ଛୁଟିବ ।  

ନଡ୍ଡା ବୁଧବାର ରାଜଧାନୀରେ ପହଞ୍ଚିଛନ୍ତି । ସନ୍ଧ୍ୟାରେ ସେ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କ ସହ  ସୁଭଦ୍ରା ଯୋଜନାକୁ ନେଇ ଆଲୋଚନା କରିଛନ୍ତି । ଗୁରୁବାର ସକାଳେ ରାଜଧାନୀରେ ରୋଡ୍‌ ସୋ' କରିବେ । ପରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ  କରିବେ । ଅପରାହ୍ଣରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ  ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । 

ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱରରେ ରୋଡ୍‌ ସୋ’  କରିବେ ନବୀନ । ବିଭିନ୍ନ ଛକରେ ଜନସମାବେଶକୁ  ସମ୍ବୋଧିତ କରିବେ । ନବୀନଙ୍କ ରୋଡ୍‌ ସୋ ପାଇଁ  ବ୍ୟାପକ ପ୍ରସ୍ତୁତି କରିଛି ବିଜେଡି । 

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଗୁରୁବାର ଭୁବନେଶ୍ୱର ଆସିବେ । ଏକ ତାରକା ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରିବେ। ଅପରାହ୍ଣ  ୩ଟାରେ ଫୁଲବାଣୀରେ ଆୟୋଜିତ ଜନସଭାରେ ସାମିଲ ହୋଇ ପ୍ରଚାର କରିବେ। କଂଗ୍ରେସର ଯୁବ ଚେହେରା ସଚିନ ପାଇଲଟ୍‌ ୧୮ରେ ବାଲେଶ୍ୱର ଓ ଭଦ୍ରକରେ  ପ୍ରଚାର କରିବେ । 

ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗୁରୁବାର  ଝାରସୁଗୁଡ଼ା ଓ ସମ୍ବଲପୁରରେ ପ୍ରଚାର କରିବେ ।  ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗୁରୁବାର  ବ୍ରଜରାଜନଗର, ବଣାଇ ଓ ବରଗଡ଼ର ଅତାବିରାରେ  ପ୍ରଚାର କରିବେ । ସନ୍ଧ୍ୟାରେ ଜଟଣୀରେ ଜନସଭାକୁ  ସମ୍ବୋଧିତ କରିବେ। ୧୭ରେ କବିସୂର୍ଯ୍ୟନଗର,  କଣ୍ଟାବାଞ୍ଝି, ଲୋଇସିଂହାରେ ପ୍ରଚାର କରିବେ । ସନ୍ଧ୍ୟାରେ  ଡେଲାଙ୍ଗ ଓ କଣାସ ଜନସଭାରେ ସାମିଲ ହୋଇ ବିଜେପି ପାଇଁ ଭୋଟ୍‌ ମାଗିବେ । 

ସେହିଭଳି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ  ସାଏ ଗୁରୁବାର ବିଜେପୁର, ବୀରମହାରାଜପୁରରେ  ପ୍ରଚାର କରିବେ । ୧୭ରେ ତଳସରା, ସୁନ୍ଦରଗଡ଼ ଓ  ରାଜଗାଙ୍ଗପୁରରେ ଜନସଭାକୁ ସମ୍ବୋଧନ କରିବେ ।  କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗୁରୁବାର ହିଞ୍ଜିଳିରେ  ଜନସଭାକୁ ସମ୍ବୋଧିତ କରିବେ । ସାଂସଦ ହେମାମାଳିନୀ  ୧୭ ତାରିଖ ଭୁବନେଶ୍ୱର ସାଲିଆ ସାହିରେ ପ୍ରଚାର  କରିବେ । ସେହିଭଳି କଟକ ସଦର ନିର୍ବାଚନମଣ୍ଡଳୀର  କିଶୋରନଗର ଓ ପିପିଲିରେ ଆୟୋଜିତ ଜନସଭାରେ  ହେମାମାଳିନୀ ସାମିଲ ହୋଇ ଭୋଟ୍‌ ମାଗିବେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ୧୭ରେ ସାନଖେମୁଣ୍ଡି, ଦଶପଲ୍ଲା  ଏବଂ ଜି. ଉଦୟଗିରିରେ ପ୍ରଚାର କରିବେ । ୧୭ରେ  ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକର ନରସିଂହପୁର,  ଆଠଗଡ଼ରେ ପ୍ରଚାର କରିବେ। ୧୮ରେ ସେ ବଣାଇ  ଓ ସୁନ୍ଦରଗଡ଼ରେ ପ୍ରଚାର କରିବେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.