ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଷଷ୍ଠ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ, ଶନିବାର ୫୮ ଆସନରେ ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୪/୦୫: ଷଷ୍ଠ ପର୍ଯ୍ୟାୟ ଲୋକସଭା  ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଆସନ୍ତା ୨୫ ତାରିଖରେ ୬ ରାଜ୍ୟ ଓ ୨  କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୮ ଆସନରେ ମତଦାନ ହେବ । ଏହି ପର୍ଯ୍ୟାୟରେ ମୋଟ ୮୮୯ ପ୍ରାର୍ଥୀଙ୍କ  ଭାଗ୍ୟ ନିର୍ଦ୍ଧାରଣ ହେବ । 

ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ନବୀନ ଜିନ୍ଦଲ  (କୁରୁକ୍ଷେତ୍ର- ବିଜେପି), ମନୋହର ଲାଲ ଖଟ୍ଟର (କରନାଲ୍‌- ବିଜେପି), ରାଜ ବବର (ଗୁଡ଼ଗାଓଁକଂଗ୍ରେସ), ବାଂସୁରୀ ସ୍ୱରାଜ (ନୂଆଦିଲ୍ଲୀ- ବିଜେପି),  ମନୋଜ ତିୱାରୀ (ଉତ୍ତର ପୂର୍ବ ଦିଲ୍ଲୀ- ବିଜେପି),  ସୋମନାଥ ଭାରତୀ (ନୂଆଦିଲ୍ଲୀ- ଆପ୍‌), ମେନକା  ଗାନ୍ଧୀ (ସୁଲ୍‌ତାନପୁର- ବିଜେପି), ମେହବୁବା ମୁଫ୍‌ତି  (ଅନନ୍ତନାଗ-ରାଜୌରି, ପିଡିପି), ଅପରାଜିତା ଷଡ଼ଙ୍ଗୀ  (ଭୁବନେଶ୍ୱର- ବିଜେପି), ସମ୍ବିତ ପାତ୍ର (ପୁରୀ-ବିଜେପି) ଓ ଧର୍ମେନ୍ଦ୍ର ପ୍ରଧାନ (ସମ୍ବଲପୁର- ବିଜେପି)  ରହିଛନ୍ତି । 

ୟୁପିର ଆଜମଗଡ଼ରେ ବିଜେପିର ଦିନେଶ  ଲାଲ ଯାଦବ ଓରଫ ନିରହୁଆଙ୍କ ଭାଗ୍ୟ ପରୀକ୍ଷା ହେବ। ହରିଆଣାରେ ସର୍ବାଧିକ ୨୨୩ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ ଜମ୍ମୁ-କାଶ୍ମୀରରେ ସର୍ବନିମ୍ନ ୨୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ହରିଆଣାର ସମସ୍ତ ୧୦ ଏବଂ ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନରେ ଭୋଟ  ହେବ । ୟୁପିର ସୁଲ୍‌ତାନପୁର, ଶ୍ରାବସ୍ତି, ପ୍ରତାପଗଡ଼,  ଫୁଲପୁର, ପ୍ରୟାଗରାଜ, ଜୌନପୁର, ଆଜମଗଡ଼  ସମେତ ୧୪ ଆସନ, ବିହାରରେ ପଶ୍ଚିମ ଚମ୍ପାରନ, ପୂର୍ବ  ଚମ୍ପାରନ, ବୈଶାଳି, ମହାରାଜଗଞ୍ଜ ଓ ଗୋପାଳଗଞ୍ଜ  ଭଳି ୮ଟି ଆସନରେ ଭୋଟ ପଡ଼ିବ । ଜମ୍ମୁ-କାଶ୍ମୀରର  ଅନନ୍ତନାଗ-ରାଜୌରି ଲୋକସଭା ଆସନରେ ମତଦାନ  ହେବ । ସେହିଭଳି ଝାଡ଼ଖଣ୍ଡର ରାଞ୍ଚି, ଗିରିଡିହ, ଧାନବାଦ ଓ ଜାମସେଦପୁର ଲୋକସଭା ଆସନରେ  ମତଦାନ ହେବାକୁ ଯାଉଛି ।

ଓଡ଼ିଶାରେ କେନ୍ଦୁଝର, ସମ୍ବଲପୁର, କଟକ, ଢେଙ୍କାନାଳ,ପୁରୀ, ଭୁବନେଶ୍ୱର  ଲୋକସଭା ଆସନରେ ମତଦାନ ହେବାକୁ ଯାଉଛି। ରାଜ୍ୟରେ ମୋଟ ୬୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ପଶ୍ଚିମବଙ୍ଗର ଘାଟଲ, ତାମଲୁକ, କାନ୍ଥି, ପୁରୁଲିଆ, ଝାଡ଼ଗ୍ରାମ, ମେଦିନିପୁର, ବାଙ୍କୁରା, ବିଷ୍ଣୁପୁର ଲୋକସଭା ଆସନରେ ମତଦାନ ହେବ । ଏହି ଆସନଗୁଡ଼ିକରେ ମୋଟ ୭୯ ପ୍ରାର୍ଥୀ ଲଢ଼ୁଛନ୍ତି ।

  • PrameyaOdia
  • prameya
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.