ପ୍ରମୂଖ ଖବର

ଅଖିଳେଶ ଯାଦବ ନିଜେ କନ୍ନୌଜରୁ ଲଢି ପାରନ୍ତି ନିର୍ବାଚନ, କାଲି ଭରିପାରନ୍ତି ନାମାଙ୍କନ

ନୂଆଦିଲ୍ଲୀ, ୨୪/୪ :  ଲୋକସଭା ନିର୍ବାଚନ ୨୦୨୪ରେ ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବଙ୍କ କନ୍ନୌଜରୁ ନିର୍ବାଚନ ଲଢିବାର ଚର୍ଚ୍ଚା ବଢିଯାଇଛି । ପ୍ରକାଶ ଯେ, ଅଖିଳେଶ ଯାଦବ କନ୍ନୌଜରୁ ନିଜ ଭଣଜା ତେଜ ପ୍ରତାପ ଯାଦବଙ୍କୁ ସୋମବାର ହିଁ ପ୍ରାର୍ଥୀ ଘୋଷଣା କରିଥିଲେ କିନ୍ତୁ ମୈନପୁରୀରୁ ଚର୍ଚ୍ଚା ଜୋର ଅଛି ଏବଂ କନ୍ନୌଜର ସପା ନେତାଙ୍କ ଜିଦ୍ ପରେ ଅଖିଳେଶ ନିର୍ବାଚନ ଲଢିବା ଉପରେ ବିଚାର କରୁଛନ୍ତି ।

କୁହାଯାଉଛି କି ଅଖିଳେଶ ଯାଦବ ୨୫ଏପ୍ରିଲରେ କନ୍ନୌଜରୁ ନିଜ ନାମାଙ୍କନ ଦାଖିଲ କରିପାରନ୍ତି । କନ୍ନୌଜ, ସମାଜବାଦୀ ପାର୍ଟିର ଗଡ଼ ଥିଲା କିନ୍ତୁ ଗତ ୨ଥରରୁ ଏହି ସିଟରେ ବିଜେପି ନିର୍ବାଚନ ଜିତି ଆସୁଛି । ସେହିଭଳି ୨୦୧୯ରେ ଡିମ୍ପଲ ଯାଦବ ଏହି ସିଟରୁ ନିର୍ବାଚନ ହାରି ଯାଇଥିଲେ । ଏଭଳି ସ୍ଥଳେ ବହୁ ବିଚାର ପରେ ପାର୍ଟି ତେଜ ପ୍ରତାପଙ୍କୁ ଏଠାରୁ ପ୍ରାର୍ଥୀ କରିଥିଲା କିନ୍ତୁ ଏବେ କୁହାଯାଉଛି କି ଅଖିଳେଶ ନିଜ ଗଡ଼ ଫେରି ପାଇବାକୁ ନିର୍ବାଚନ ଲଢି ପାରନ୍ତି ।

ସୂଚନା ମୁତାବକ, ତେଜ ପ୍ରତାପ ଯାଦବଙ୍କ ନାଁର ଘୋଷଣା କରାଯିବା ପରେ ସ୍ଥାନୀୟ ନେତା ଅଖିଳେଶ ଯାଦବଙ୍କ ଉପରେ ନିର୍ବାଚନ ଲଢିବା ନେଇ ଦାବି ଜୋର ଧରିଥିଲା ।  ଏହାପରେ କୁହାଯାଉଛି କି ଅଖିଳେଶ ନିଜେ ଏହି ସିଟରୁ ନିର୍ବାଚନ ଲଢିବେ । ଅଖିଳେଶ ଯାଦବ ଇଟାବାରେ ନିଜ ଗସ୍ତ ପରେ ସୈଫଇରେ ଘର ଯାଇ ଏହି ବିଷୟରେ ଚର୍ଚ୍ଚା କରିପାରନ୍ତି । ଏହାସହ ତେଜ ପ୍ରତାପ ଯାଦବଙ୍କୁ ବି ନିର୍ବାଚନ ଲଢିବା ନେଇ କଥା ହେବେ । ଏହାପରେ ସେ ୨୫ଏପ୍ରିଲରେ ନିର୍ବାଚନ ଲାଗି ନାମାଙ୍କନ ଦାଖଲ କରିପାରନ୍ତି ।

ଯେଉଁଭଳି ଭାବେ ମୈନପୁରୀ ସପାର ଗଡ଼ ଅଟେ ସେହିଭଳି ଭାବେ କନ୍ନୌଜ ବି ତାଙ୍କ ଗଡ଼ ଥିଲା । ଏଭଳି ସ୍ଥଳେ ସେ ଲୋକସଭା ନିର୍ବାଚନ ୨୦୨୪ରେ ଅଧିକରୁ ଅଧିକ ସିଟ ହାସଲ କରିବାକୁ ଚାହୁଁଛନ୍ତି ଏବଂ ଏହି କାରଣରୁ ସେ ନିଜେ ନିଜ ଗଡ଼କୁ ଫେରିପାଇବା ଲାଗି ନିର୍ବାଚନ ଲଢିପାରନ୍ତି । ଏହାସହ ସେ ଜାଣିଛନ୍ତି କି ଯଦି ସେ ଏଠାରୁ ନିର୍ବାଚନ ଲଢୁଛନ୍ତି ତ ବିଜେପିକୁ କଡ଼ା ଟକ୍କର ଦେଇ ପାରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.