ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

LJPRର ସମସ୍ତ ୫ପ୍ରାର୍ଥୀଙ୍କ ସୂଚୀ ଜାରୀ, ହାଜୀପୁରରୁ ଲଢିବେ ଚିରାଗ ପାଶଓ୍ବାନ

ନୂଆଦିଲ୍ଲୀ, ୩୦/୩ : ଲୋକସଭା ନିର୍ବାଚନ ୨୦୨୪ ଲାଗି ଲୋକ ଜନଶକ୍ତି ପାର୍ଟି ବିହାରରେ ନିଜ ଆଶାୟୀଙ୍କ ନାଁର ଘୋଷଣା କରି ଦିଆଯାଇଛି । ବିହାରାରେ ସିଟ ଭାଗବଣ୍ଟା ପରେ ମିଳିଥିବା ସମସ୍ତ ୫ସିଟରେ ପାର୍ଟି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଦେଇଛି । ହାଜୀପୁର ଲୋକସଭା ସିଟରୁ ପାର୍ଟିର ପ୍ରମୁଖ ଚିରାଗ ପାସଓ୍ବାନ ନିର୍ବାଚନରେ ଓହ୍ଲାଇବେ ତ ଜମୁଇରୁ ପାର୍ଟି ଅରୁଣ ଭାରତୀଙ୍କ ନାଁର ଘୋଷଣା କରିଛି । ବିହାରର ୪୦ଲୋକସଭା ସିଟରୁ ଏନଡିଏରେ ସାମିଲ ଲୋକ ଜନଶକ୍ତି ପାର୍ଟିକୁ ୫ସିଟ୍ ମିଳିଥିଲା ।

ପ୍ରାର୍ଥୀଙ୍କ ନାଁ ଘୋଷଣା ପୂର୍ବରୁ ଚିରାଗ ପାଶଓ୍ବାନ ହାଜୀପୁର ଲୋକସଭା ସିଟରୁ ନିର୍ବାଚନ ମୈଦାନରେ ଓହ୍ଲାଇବାକୁ ଘୋଷଣା କରି ଦେଇଥିଲେ । ହାଜୀପୁର ସିଟରୁ ତାଙ୍କ ଦିବଙ୍ଗତ ବାପା ଏବଂ ଲୋକ ଜନଶକ୍ତି ପାର୍ଟିର ସଂସ୍ଥାପକ ରାମବିଲାସ ପାସଓ୍ବାନ କେତେକ ଥର ପ୍ରତିନିଧିତ୍ବ କରିଛନ୍ତି । ହାଜୀପୁରରୁ ପାଞ୍ଚ ଥରରେ ଭୋଟିଂ ହେବାରେ ଅଛି ।

ଅନ୍ୟପଟେ ଜମୁଇରୁ ଅରୁଣ ଭାରତୀଙ୍କୁ ପ୍ରାର୍ଥୀ କରାଯାଇଛି । ଭାରତୀ ଚିରାଗ ପାସଓ୍ବାନଙ୍କ ଭିଣୋଇ ଅଟନ୍ତି । ସେହିଭଳି ଖଗଡ଼ିୟାରୁ ପାର୍ଟି ରାଜେଶ ବର୍ମାଙ୍କୁ ନିର୍ବାଚନ ମୈଦାନରେ ଓହ୍ଲାଇଛି । ରାଜେଶ ବର୍ମା ପାର୍ଟିର ପୁରୁଣା ନେତା ଏବଂ ଭାଗଲପୁରରେ ରହିଥାନ୍ତି । କିଛି ବର୍ଷ ପୂର୍ବରୁ ତାଙ୍କର ଏଠାରେ ଆୟକର ବିଭାଗର ରେଡ ହୋଇଥିଲା, ଯେଉଁଥିପାଇଁ ସେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଉପରେ ଅଭିଯୋଗ ଲଗାଇଥିଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.