ନୀଳଗିରି, ୨୦/୩ : ପଞ୍ଚଲିଙ୍ଗେଶ୍ଵର ଶୈବପୀଠରେ ମାତିଛନ୍ତି ଦୁର୍ବୃତ୍ତ। ପୀଠରେ ଥିବା ହୁଣ୍ଡିବାକ୍ସକୁ ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଏନେଇ ଅଭିଯୋଗ କରିବା ପରେ ନୀଳଗିରି ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡିହା ଅଭୟାରଣ୍ୟରେ ମାତିଛନ୍ତି ଦୁର୍ବୃତ୍ତ। ଗତକାଲି ଅଭୟାରଣ୍ୟରେ ଦୁଇ ବନକର୍ମଚାରୀଙ୍କୁ ଶିକାରୀ ଗୁଳିମାଡ଼ କରିବାର ୨୪ ଘଣ୍ଟା ନପୂରୁଣୁ ପୁଣି ଆଜି ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଦାନ ହୁଣ୍ଡିରୁ ଲୁଟ୍ ହୋଇଛି। ବନ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନୀଳଗିରି ପୋଲିସ ଛାନଭିନ୍ ଚଳାଇଛି।