ପ୍ରମୁଖ ଖବର
  • ଭୁବନେଶ୍ଵର : ଭୁବନେଶ୍ୱରରେ ବିଲ୍‌ ଗେଟ୍ସ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ, କୃଷିଭବନ ଓ ବସ୍ତି ବୁଲିବାର ରହିଛି କାର୍ଯ୍ୟକ୍ରମ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ପାଲ ଟାଙ୍ଗି ତାଡିଦେଲେ ଦୋକାନ ସଟର, ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ଭଦ୍ରକ, ୦୯/୦୨ : ବିଳମ୍ବିତ ରାତିରେ ସୁନା ଗହଣା ଦୋକାନ ସାମ୍ନାରେ ପାଲ ଟାଙ୍ଗିଲେ। ଭିତରେ ସଟର ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ ମଞ୍ଜୁରୀରୋଡ଼ ଫାଣ୍ଡି ନିକଟ ବଜାରରୁ ଲୁଟ୍ ହୋଇଛି। 

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଭଣ୍ଡାରିପୋଖରୀ ଥାନା ଅଧିନ ମଞ୍ଜୁରୀରୋଡ଼ ଫାଣ୍ଡି ନିକଟ ବଜାରରୁ ଲୁଟ୍ ହୋଇଛି। ବଜାରରେ ଥିବା ଏକ ସୁନା ଦୋକାନ ସାମ୍ନାରେ ପାଲ ଟାଙ୍ଗି ସଟର ତାଡ଼ି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍ କରିଛନ୍ତି। ଦୁର୍ବୃତ୍ତମାନେ ବଡ଼ ଲକରକୁ ତାଡ଼ି ଦେଇଥିବା ବେଳେ ଛୋଟ ଲକରକୁ ନେଇଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ କେତେ ଟଙ୍କା ଓ ସୁନା ଗହଣା ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.