ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଝରକା ଗ୍ରୀଲ୍ ତାଡ଼ି ଘରେ ପଶିଲେ, ଲୁଟିନେଲେ ୧୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା

ଆନନ୍ଦପୁର, ୭।୭: ଝରକା ଗ୍ରୀଲ୍ ତାଡ଼ି ୧୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟ୍ । କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ହାଟଡ଼ିହି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଝରକା ଗ୍ରୀଲ୍ ଭାଙ୍ଗି ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । 

ଅଭିଯୋଗ ଅନୁଯାୟୀ, ଶନିବାର ରାତିରେ ଗାଁର ଯତିନ୍ଦ୍ର କୁମାର ବଇଁଠାଙ୍କ ପରିବାର ଲୋକେ ଘରେ ଶୋଇବା ପରେ ଦୁର୍ବୁତ୍ତମାନେ ଝରକା ଗ୍ରୀଲ୍ ଭାଙ୍ଗି ଘର ଭିତରେ ଆଲମିରାରେ ଥିବା ନଗଦ ୧୦ ହଜାର ଟଙ୍କା ସମେତ ଝିଅ ବାହାଘର ପାଇଁ ରଖିଥିବା ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ । ରାତି ୨ଟା ବେଳେ ବଡ଼ ଝିଅ ଉଠି କବାଟ ଭିତର ପଟୁ ବନ୍ଦ ଥିବା ଦେଖି ପରିବାର ଲୋକଙ୍କୁ ଡାକିଥିଲେ । ପରେ ଘରେ ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ ପରିବାର । ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ ଦେବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.