ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମନ୍ଦିରରେ ପୂଜା ପାଉଛି ଶିବଙ୍କ ଆଙ୍ଗୁଳି, ଅଚଳେଶ୍ୱର ମହାଦେବଙ୍କ ମନ୍ଦିରରେ ରହିଛି ରହସ୍ୟମୟ କୁଣ୍ଡ

ନୂଆଦିଲ୍ଲୀ ୦୫/୦୫: ଭାରତରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ସହିତ ସାରା ବିଶ୍ୱରେ ଭଗବାନ ଶିବଙ୍କର ହଜାର ହଜାର ମନ୍ଦିର ରହିଛି । ସେହି ମନ୍ଦିରଗୁଡ଼ିକରେ ଶିବଲିଙ୍ଗ ସହିତ ସର୍ପକୁ ପୂଜା କରାଯାଇଥାଏ । ତେବେ ରାଜସ୍ଥାନ ସିରୋହି ଜିଲ୍ଲାର ଏକ  ଶିବମନ୍ଦିରରେ ଶିବଲିଙ୍ଗ କିମ୍ବା ସର୍ପ ନୁହଁ, ଭୋଳାନାଥଙ୍କର ଆଙ୍ଗୁଳିକୁ ପୂଜା କରାଯାଇଥାଏ । ମନ୍ଦିରର ନାମ ଅଚଳେଶ୍ୱର ମହାଦେବ ମନ୍ଦିର ହୋଇଥିବାବେଳେ ତାହା ମାଉଣ୍ଟ ଆବୁର ଅଚଳଗଡ଼ରେ ରହିଛି । ଶିବପୁରାଣ ଓ ସ୍କନ୍ଦପୁରାଣରେ ମଧ୍ୟ  ଏହି ମନ୍ଦିରର ନାମ ସଂପର୍କରେ ବର୍ଣ୍ଣନା ରହିଛି । 

ମନ୍ଦିରଟି ପ୍ରାୟ  ୫୦୦୦ ବର୍ଷ ପୁରୁଣା । ତାର ପ୍ରବେଶ ପଥରେ ଦୁଇଟି ହାତୀର  ପ୍ରତିମୂର୍ତ୍ତି ଅଛି । ସେହିପରି ୪ ଟନ୍‌ ଓଜନର ଏକ ନନ୍ଦୀଙ୍କ ପ୍ରତିମୂର୍ତ୍ତି ବି ଅଛି । ମୁଖ୍ୟ ମନ୍ଦିର ମଧ୍ୟରେ ରହିଛି ୧୦୮ଟି ଛୋଟ  ଶିବଲିଙ୍ଗ । ଗର୍ଭଗୃହର ମଧ୍ୟବର୍ତ୍ତୀ ସ୍ଥାନରେ ଏକ ବିଶାଳକାୟ  ପ୍ରାକୃତିକ କୁଣ୍ଡ ରହିଛି । ତା’ର ଉପରିଭାଗରେ ଶିବଙ୍କ ଆଙ୍ଗୁଳି ସ୍ୱରୂପକୁ ରଖାଯାଇ ପୂଜାର୍ଚ୍ଚନା କରାଯାଉଛି । 

ବିଶ୍ୱାସ ରହିଛି,  ଯେତେ ଜଳ ଲାଗି ହେଲେ ମଧ୍ୟ ସେହି କୁଣ୍ଡ କେବେହେଲେ ଉଛୁଳେ ନାହିଁ । କୁଣ୍ଡର ପାଣି କୁଆଡ଼େ ଯାଏ ତାହା ଏକ ରହସ୍ୟ । ପୂଜକ ପାନ୍ନାଲାଲ ରାୱଲ କହିଛନ୍ତି, ମନ୍ଦିରଟି ବହୁ  ପ୍ରାଚୀନ । ଏହି ମନ୍ଦିରରେ ଥିବା ଭଗବାନ ଶିବଙ୍କର ଆଙ୍ଗୁଳି  ଯୋଗୁ ହିଁ ଏଠାକାର ପାହାଡ଼ ତିଷ୍ଠି ରହିଛି ବୋଲି ସ୍ଥାନୀୟ  ଲୋକଙ୍କ ମଧ୍ୟରେ ମାନ୍ୟତା ରହିଛି । ଭୋଳାନାଥଙ୍କର ସେହି  ଆଙ୍ଗୁଳି ତଳେ ଏକ ଶିବଲିଙ୍ଗ ମଧ୍ୟ ଅଛି । ସେହି ଶିବଲିଙ୍ଗ  ଦିନରେ ୩ ଥର ଭିନ୍ନ ଭିନ୍ନ ରଙ୍ଗରେ ଦେଖିବାକୁ ମିଳେ ।  ସକାଳେ ତାହା ଲାଲ୍‌ ଦେଖାଯାଉଥିବାବେଳେ ମଧ୍ୟାହ୍ନରେ  ନାରଙ୍ଗୀ ଓ ରାତିରେ କଳା ଦେଖାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.