ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବାର୍‌ ଭିତରେ ଗଣ୍ଡଗୋଳ:ପ୍ରେମିକାଙ୍କୁ ଅସଦାଚରଣ, ପ୍ରେମିକଙ୍କୁ ଛେଚି ଲୁଟିନେଲେ ସୁନା ଚେନ୍

ଚନ୍ଦ୍ରଶେଖରପୁର,୦୧/୦୪: ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା ଏକ  ବାର୍‌ରେ ଗତକାଲି ବିଳମ୍ବିତ ରାତିରେ ଗଣ୍ଡଗୋଳ ହୋଇଛି । ବାର୍‌କୁ ଆସିଥିବା ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ସହ ତାଙ୍କ ପ୍ରେମିକଙ୍କୁ ନିର୍ଧୁମ ଛେଚି ସୁନା ଚେନ୍‌ ଲୁଟି ନେଇଛନ୍ତି । ଏନେଇ କଳିଙ୍ଗ ନଗରର ସଂଗ୍ରାମ କେଶରୀ ଦାଶ ୧୦ ଯୁବକଙ୍କ ନାମରେ ଏତଲା ଦେଇଛନ୍ତି । ପୁଲିସ ଏତଲା ରଖି ତଦନ୍ତ କରୁଛି ।  

ଅଭିଯୋଗ ଅନୁଯାୟୀ ଗତକାଲି ସଂଗ୍ରାମ ତାଙ୍କ ପ୍ରେମିକା ରୂପାଲି (ଛଦ୍ମନାମ) କୁ ଧରି ଉକ୍ତ ବାରକୁ ଆସିଥିଲେ । ଉଭୟେ ବସି କଥା ହେଉଥିବା ସମୟରେ  ରୂପାଲୀଙ୍କୁ ଜଣେ ଯୁବକ ଆସି ଅସଦାଚରଣ କରିଥିଲେ । ସଂଗ୍ରାମ ଏହା ଦେଖିବା  ପରେ ରୂପାଲିଙ୍କୁ ଯୁବକଙ୍କ ବିଷୟରେ ପଚାରିଥିଲେ । ହେଲେ ସେ କିଛି ଉତ୍ତର  ଦେଇପାରିନଥିଲେ । ସଂଗ୍ରାମ ରାଗି ଯାଇ ରୂପାଲିଙ୍କୁ ଗୋଟେ ଚାପୁଡା ମାରିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ଯୁବକଙ୍କ ସହ ତାଙ୍କର ଅନ୍ୟ ସହକର୍ମୀମାନେ  ତାତିଥିଲେ । ସଂଗ୍ରାମଙ୍କୁ ନିର୍ଧୁମ୍‌ ଛେଚିଥିଲେ । ତାଙ୍କ ବେକ ଚିପି ଧରି ବାହାରକୁ  ଗଲେ ଜୀବନରେ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ । ଏହି ଠେଲାପେଲା  ସମୟରେ ସଂଗ୍ରାମଙ୍କ ସୁନା ଚେନକୁ କିଏ ଛିଣ୍ଡାଇ ନେଇ ଯାଇଥିଲା । ପରେ ସଂଗ୍ରାମ ପିସିଆରକୁ ଫୋନ୍‌ କରିବା ସହ ଅଭିଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.