ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମା’ ତାରିଣୀଙ୍କ ଘଟ ଯାତ୍ରା ଶେଷ , ପୀଠରେ ପହଁଚି ଭୋଗ ପାଇଲେ

ମାଲକାନଗିରି -ମାଲକାନଗିରି ସହର ଉପକଣ୍ଠରେ ଥିବା ମା ତାରିଣୀଙ୍କ ଚୈତ୍ର ପୂଜା ପାଇଁ ସମସ୍ତ ପ୍ରସ୍ତୁତି ସରି ଯାଇଛି। ମା ତାରିଣୀଙ୍କ ପୀଠ ଠାରୁ ଶତାଧିକ ମହିଳା ମା ତାରିଣୀଙ୍କ ଘଟ କଳସ ମୁଣ୍ଡାଇ ଗତ ଦୁଇଦିନ ଧରି ବିରାଟ ଶୋଭା ଯାତ୍ରାରେ ବାହାରି ଥିଲେ।

ପ୍ରଥମେ ବସଷ୍ଟାଣ୍ଡ ପରେ ହାଇଟେକ କଲୋନି, ହାଇସ୍କୁଲ ଛକ ହୋଇ ରିକ୍ଲାମେସନ କଲୋନୀରେ ରାତ୍ର ଯାପନ କରିବା ପରେ,  ଗତକାଲି ରାତ୍ରରେ ଡିଏନକେ ଛକ ହୋଇ ୧୧୯ କଲୋନି ଅସ୍ଥାୟୀ ତାରିଣୀ ପୀଠରେ ପହଁଚି ଥିଲେ ଏବଂ ପୀଠରେ ଭୋଗ ପାଇ ରାତ୍ରିଯାପନ କରିଥିଲେ। 

ଆଜି ଦିନ ତମାମ ରହି ସେଠାରେ ଭୋଗ ପ୍ରସାଦ ପାଇଥିଲେ। ସମସ୍ତ ଭକ୍ତ ଓ ବସ୍ତି ବାସିନ୍ଦାଙ୍କ ପାଇଁ ପୂଜା କମିଟି  ପକ୍ଷରୁ ଅର୍ଣ୍ଣ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିଲା। ଆଜି ରାତ୍ରରେ ବିରାଟ ଶୋଭାଯାତ୍ରା ସାଙ୍ଗକୁ ଆତସବାଜି ଓ ବାଦ୍ୟର ତାଳେ ତାଳେ ତାରିଣୀଙ୍କ ଘଟକୁ ବିରାଟ ଶୋଭା ଯାତ୍ରାରେ କୁମୁଟି ଗୁଡା ଦେଇ ସହର ପରିକ୍ରମା କରାଯାଇ ଥିଲା। ତାରିଣୀଙ୍କ ମନ୍ଦିର ମୁଖ୍ୟ ପୀଠକୁ ନିଆ ଯାଇଥିଲା। ଏହି ଶୋଭାଯାତ୍ରା ସମୟରେ ସାହିର ଛୋଟ ଛୋଟ ପିଲାଙ୍କୁ ତାରିଣୀଙ୍କ ଘଟ ଓ କଳସ ଯାତ୍ରୀ ଓ ପୂଜକଙ୍କ ଗୋଡ଼ ତଳେ ଗଡାଇ ଆଶୀର୍ବାଦ ଗ୍ରହଣ କରି ଥିଲେ ଭକ୍ତମାନେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.