ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ, ଅଧା ଓଳି ବନ୍ଦ ରହିଲା ପୂଜା ନୀତି

ଭୁବନେଶ୍ୱର,୧୭/୦୩: ଶନିବାର ହେବାକୁ ଥିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା । ମାତ୍ର ହେଲାନି । ଲଗାତାର ୯ ବର୍ଷ ବନ୍ଦ ହେଲାଣି ଯାତ୍ରା । ଯାହାଫଳରେ ସବୁ ଥର ଏକ ପ୍ରକାର ଅଧାରେ ଅଟକୁଛି ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା । କାରଣ ଜାଗରଯାତ୍ରା ସହିତ ହାଣ୍ଡିଭଙ୍ଗା ଯାତ୍ରା ସଂଯୋଗ କରୁଛି । ତେଣୁ ଆମେ ଏବେ ବାଧ୍ୟ ହୋଇ ଏହି ଯାତ୍ରାକୁ ଭୁଲିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ସାରିଛୁ । ଅଯଥା ସବୁ ବର୍ଷ ଯାତ୍ରା ହେବ କି ନାହିଁ ବୋଲି ପ୍ରଶାସନର ନିଷ୍ପତ୍ତିକୁ ଅପେକ୍ଷା କରି ରହୁଛୁ । କିନ୍ତୁ ସବୁ କିଛି ନିଷ୍ଫଳ ଯାଉଛି । ତେଣୁ ଗଣମାଧ୍ୟମଠୁ ନେଇ ଶ୍ରଦ୍ଧାଳୁ ସମସ୍ତେ ଏହି ପରମ୍ପରାକୁ ଭୁଲି ଯାଆନ୍ତୁ ବୋଲି ଶ୍ରୀଲିଙ୍ଗରାଜଙ୍କ  କିଛି ପ୍ରମୁଖ ସେବାୟତ ପ୍ରତିନିଧି କ୍ଷୋଭରସହ କହିଛନ୍ତି ।   

ସେବାୟତମାନେ ଆମ ପ୍ରତିନିଧିଙ୍କୁ କହିଛନ୍ତି ଯେ,  ଉପଜିଲ୍ଲାପାଳଙ୍କ ବୈଠକରେ କପିଳେଶ୍ୱରଙ୍କ କିଛି ସେବାୟତ ଏପରି  ପରମ୍ପରା ନଥିବା କଥା ମଧ୍ୟ କହି ସାରିଛନ୍ତି । ତେଣୁ ଆଉ କ’ଣ  ବା ବାକି ଅଛି । କିନ୍ତୁ ଆମେ ଏ ସବୁର ଠିକଣା ସମୟରେ ଉଚିତ  ଜବାବ ଦେବୁ । ଆଉ ଆଗଭଳି ଆମେ କୌଣସି ପର୍ବ ପର୍ବାଣୀରେ  ସହଯୋଗ କରିବୁ ନାହିଁ । କାରଣ ପ୍ରଶାସନ କେବେ ବି ମହାଶିବରାତ୍ରୀ  ଜାଗରଯାତ୍ରା ସହିତ ହାଣ୍ଡିଭଙ୍ଗା ଯାତ୍ରା ପରମ୍ପରା ଯୋଡି ଆଲୋଚନା  କଲେ ନାହିଁ କି ଏ ଦିଗରେ କିଛି ପଦକ୍ଷେପ ନେଲେ ନାହିଁ । ଏଥିପାଇଁ  ମନ୍ଦିର ପ୍ରଶାସନ,ଦେବୋତ୍ତର ବିଭାଗ ଓ ଜିଲ୍ଲାପ୍ରଶାସନ ଦାୟୀ  ଅଟନ୍ତି । ବାସ୍ତବରେ ଦେବ ନୀତି ନିମନ୍ତେ କାହାର ବି ଆଗ୍ରହ ନାହିଁ ।  

ସୂଚାଇ ରଖୁ କି,ମହାଶିବରାତ୍ରୀ ପରେ ଆଜିର ତିଥିରେ ମହାପ୍ରଭୁ  ଶ୍ରୀଲିଙ୍ଗରାଜ ବଲ୍ଲଭ ନୀତି ପରେ କପିଳେଶ୍ୱରଙ୍କ ପୀଠକୁ ଯାଇ ଶନି ଠାକୁରଙ୍କ ପୂଜାର୍ଚ୍ଚନା କରିବା ସହିତ କପିଳ ମୁନୀଙ୍କ ଦର୍ଶନ ମଧ୍ୟ  କରିଥାନ୍ତି । ସେଠାରୁ ଆସି ଐଶାନେଶ୍ୱରଙ୍କ ସହ ସାକ୍ଷାତ କରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି । କିନ୍ତୁ ଏହି ଯାତ୍ରା ଅନୁଷ୍ଠିତ  ନ ହେବା କାରଣରୁ ଅଧାଓଳି ଶ୍ରୀଜିଉ ଅପୂଜା ରହିଛନ୍ତି । ରବିବାର ସକାଳେ ମନ୍ଦିରରେ ମାଘସ୍ନାନ ଦିଆ ଯିବା ପରେ ନୀତି  ସ୍ୱାଭାବିକ ହେବ । 

ସୂଚନାଥାଉକି ୨୦୧୫ ମସିହାରେ କପିଳେଶ୍ୱର ଜିଉଙ୍କ  ୨ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ହେବାରୁ ୯ବର୍ଷ ହେଲାଣି  ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ରହିଛି । ଏଥିଯୋଗୁ ଶୀତଳ ଷଷ୍ଠୀ ଓ ଅନେକ ପୂଜା  ପର୍ବାଣୀରେ ଦୁଇ ଦିଅଁଙ୍କ ମଧ୍ୟରେ ଥିବା ସମ୍ପର୍କ ବିଛିନ୍ନ ହୋଇ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.