ନୂଆଦିଲ୍ଲୀ: ମହାରାଷ୍ଟ୍ରର ପିମ୍ପ୍ରି ଚିଞ୍ଚୱାଡ ସହରର ତାଲାଓ୍ବାଡେ ଅଞ୍ଚଳରେ ଏକ ମହମବତୀ ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମ୍ୟୁନିସିପାଲିଟି କର୍ପୋରେସନ କମିଶନର ଶେଖର ସିଂ ଏହି ସୂଚନା ଦେଇଛନ୍ତି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଚିଖାଲି ଏବଂ ଦେହୁର ରୋଡ ପୋଲିସ ସହିତ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏବଂ ମହମବତୀ କାରଖାନାର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।
VIDEO | A fire broke out in a factory near Talwade industrial area in Pimpri Chinchwad near Pune earlier today. Several workers were feared trapped in the incident. More details are awaited. pic.twitter.com/d5pr0VNqgb
— Press Trust of India (@PTI_News) December 8, 2023