ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଚନ୍ଦ୍ରପୃଷ୍ଠରେ ଓହ୍ଲାଇଲା Thar ! ସଫଳ ଲ୍ୟାଣ୍ଡିଂ ପରେ ଆନନ୍ଦ ମହିନ୍ଦ୍ରା କହିଲେ, 'ଧନ୍ୟବାଦ ISRO'

ନୂଆଦିଲ୍ଲୀ ୮/୯: ମିଶନ ଚନ୍ଦ୍ରଯାନ ୩ର ସଫଳତାରେ ଭାରତକୁ ଅନେକ ନୂଆ ଆଶା ମିଳିଛି । ଏବେ ପ୍ରତି ଭାରତୀୟ ଗର୍ବ ଅନୁଭବ କରୁଛନ୍ତି । ଭାରତର ଏହି ଉପଲବ୍ଧି ସମ୍ପୂର୍ଣ୍ଣ ମନୁଷ୍ୟଜାତିକୁ ଏକ ଖାସ୍ ବାର୍ତ୍ତା ଦେଇଛି । ଚନ୍ଦ୍ରଯାନ ୩ର ସଫଳତାରୁ ପ୍ରେରିତ ହୋଇ ଲୋକମାନେ ଜହ୍ନରେ ରହିବାର ସ୍ୱପ୍ନ ଦେଖୁଛନ୍ତି । ଏହି ସମୟରେ ଦେଶର ଫେମସ ବିଜନେସମ୍ୟାନ୍ ଆନନ୍ଦ ମହିନ୍ଦ୍ରାଙ୍କ ଏକ ଟ୍ୱିଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଟ୍ୱିଟରେ ଲେଖାଯାଇଛି କି ତାଙ୍କ କମ୍ପାନୀର କାର୍ ଜହ୍ନରେ ଓହ୍ଲାଇଛି । ତେବେ ଏହାର ପ୍ରକୃତ ଅର୍ଥ କଣ ଆସନ୍ତୁ ଜାଣିବା…

ଆଦିତ୍ୟ-ଏଲ୧ ପାଇଁ ଇଂଜିନିୟର ମାନେ ମାସ ମାସ ଯାଏ ଲଗେଇ ନଥିଲେ ପରଫ୍ୟୁମ୍ ; ଏହାର ପଛରେ କଣ କାରଣ ଥିଲା ,ଜାଣନ୍ତୁ ...

 

ଭିଡିଓରେ ନଜର ଆସୁଛି କି କେମିତି ଚନ୍ଦ୍ରଯାନରୁ ଏକ ଗାଡି ଚନ୍ଦ୍ରପୃଷ୍ଠରେ ଓହ୍ଲାଉଛି । ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ସମ୍ପୂର୍ଣ୍ଣ ରୂପେ ଆଶ୍ଚର୍ଯ୍ଯ ହୋଇଯାଇଛନ୍ତି । ତେବେ ଏହାକ ଏକ ଆନିମେଶନ । ଏହାକୁ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଜଣେ ଅଧିକାରୀ ପ୍ରସ୍ତୁତ କରିଛନ୍ତି । 



ଏହି ବିଜ୍ଞାପନ ଜରିଆରେ ଏହା ବୁଝାଇବାକୁ ଚେଷ୍ଟା କରାଯାଇଛି କି ଯଦି ସବୁକିଛି ଠିକ୍ ରୁହେ ତେବେ ଆଗାମୀ ଦିନରେ ଜହ୍ନରେ ଘର କରିବା ଏବଂ ଜନବସତି ରହିବା ଅସମ୍ଭବ ହେବନି । ଏହି ଟ୍ୱିଟକୁ ସେୟାର କରି ଆନନ୍ଦ ମହିନ୍ଦ୍ରା କହିଛନ୍ତି କି ଇସ୍ରୋକୁ ହୃଦୟରୁ ଧନ୍ୟବାଦ । ବିକ୍ରମ ଏବଂ ପ୍ରଜ୍ଞାନ ଲ୍ୟାଣ୍ଡର ଯୋଗୁଁ ଥର୍-ଇ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ୍ କରିସାରିଛି । 

ଏହି ଭିଡିଓକୁ ୬ ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିସାରିଛି । ଏହି ଭିଡିଓରେ ୨୦ ହଜାରରୁ ଅଧିକ ଲୋକଙ୍କ ଲାଇକ୍ସ ଦେଖିବାକୁ ମିଳୁଛି । ପ୍ରାୟ ୧୬୦୦ ଲୋକ ଏହି ଭିଡିଓକୁ ରିଟ୍ୱିଟ୍ କରିଛନ୍ତି  । ସେହିଭଳି ଏହି ଭିଡିଓରେ ଅନେକ ଲୋକ କମେଣ୍ଟ୍ସ ଦେଇଛନ୍ତି । ଅନେକ ୟୁଜର୍ସ କମେଣ୍ଟ କରିଛନ୍ତି କି ଏହା ଖୁବ୍ ଶୀଘ୍ର ସମ୍ଭବ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.