ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ପ୍ରଶ୍ନ ବଦଳରେ ଟଙ୍କା ମାମଲାରେ ପୁଣି ମହୁଆଙ୍କୁ ଝଟ୍‌କା; ସିବିଆଇ କରିବ ଯାଞ୍ଚ; ୬ମାସ ଭିତରେ ତଥ୍ୟ ଦେବାକୁ ଲୋକପାଳଙ୍କ ନିର୍ଦ୍ଦେଶ

Image source: Aaj Tak

ନୂଆଦିଲ୍ଲୀ,୨୦/୦୩: ପଶ୍ଚିମବଙ୍ଗର କୃଷ୍ଣନଗର ଲୋକସଭା ଆସନରୁ ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତଥା ଟିଏମସି ପ୍ରାର୍ଥୀ ମହୁଆ ମୋଇତ୍ରାଙ୍କ ସମସ୍ୟା ଥମିବାର ନାଁ ହେଉନାହିଁ। ପ୍ରଶ୍ନ ବଦଳରେ ଟଙ୍କା ମାମଲାରେ ଲୋକପାଳ ସିବିଆଇକୁ ମହୁଆ ମୋଇତ୍ରାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ପରିସ୍ଥିତିରେ ସିବିଆଇ ଖୁବ ଶୀଘ୍ର ଏଫଆଇଆର ପଞ୍ଜିକରଣ କରିବ ବୋଲି କୁହାଯାଉଛି। ଦୁର୍ନୀତି ନିବାରଣ ଅଧିନିୟମ ଅନୁଯାୟୀ ମହୁଆ ମୋଇତ୍ରାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିବାକୁ ଲୋକପାଳ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଲୋକପାଳ ତଦନ୍ତକାରୀ ସଂସ୍ଥାକୁ ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

ଏହା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ 'ମୋର ଅଭିଯୋଗକୁ ସତ୍ୟ ବୋଲି ବିଚାର କରି ଲୋକପାଳ ସିବିଆଇକୁ ମହୁଆ ମୋଇତ୍ରାଙ୍କ ବିରୋଧରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଲୋକପାଳ କହିଛନ୍ତି ଯେ ରେକର୍ଡରେ ଥିବା ସମସ୍ତ ତଥ୍ୟର ଯତ୍ନର ସହ ମୂଲ୍ୟାଙ୍କନ କରିବା ପରେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ମହୁଆଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ମୂଳ ପ୍ରମାଣ ରହିଛି। ଏହି କାରଣରୁ ତମାମ ମାମଲାର ଏକ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନର ଆବଶ୍ୟକତା ରହିଛି। 

ମାମଲା କ'ଣ? 

ସୂଚନାଥାଉକି, ମହୁଆ ମୋଇତ୍ରାଙ୍କ ନାଁରେ ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଥିଲା। ଅନୁସନ୍ଧାନ ପରେ ଏଥିକ୍ସ କମିଟି ଏହାର ରିପୋର୍ଟ ବାଚସ୍ପତିଙ୍କ ନିକଟରେ ଦାଖଲ କରିଥିଲା। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗରୁ ଏହି ପୂରା ମାମଲା ଆରମ୍ଭ ହୋଇଥିଲା। ନିଶିକାନ୍ତ ଦୁବେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ମହୁଆ ମୋଇତ୍ରା ରିଅଲ ଇଷ୍ଟେଟ ବ୍ୟବସାୟୀ ହିରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା।

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.