ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଗଭୀର ଖାତକୁ ଖସିଲା ଯାତ୍ରିବାହୀ ବସ୍‌: ୩୦ ମୃତ, ୬ ଗୁରୁତର

ଡୋଡା,୧୫।୧୧: ଜମ୍ମୁ- କଶ୍ମୀରର ଡୋଡା ଜିଲ୍ଲାରେ ବୁଧବାର ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ପ୍ରାୟ ୨୫୦ ମିଟର ତଳକୁ ଏକ ଯାତ୍ରୀବାହୀ ବସ୍‌ ଖସିଯିବାରୁ ପ୍ରାୟ ୩୦ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଥିବା ବେଳେ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣାର ଭୟାବହତାକୁ ଦେଖି ମୃତ୍ୟୁ ସଂଖ୍ୟା ଆହୁରି ବଢିବାରେ ବୋଲି ଆଶଙ୍କା କରାଯାଉଛି।

ଦୁର୍ଘଟଣା ପରେ ରେସକ୍ୟୁ ଅପରେସନ୍‌ର ଏକ ଭିଡିଓ ସାମନାକୁ ଆସିଛି, ଯେଉଁଥିରେ ଖାଲ ତଳେ ବସ୍‌ ପଡିଥିବାର ଦେଖିବାକୁ ମିଳିଛି। ସ୍ଥାନୀୟ ପ୍ରଶାସନ ସହ ମିଇ ଲୋକମାନେ ରେସକ୍ୟୁ ଅପରେସନ୍‌ରେ ଲୋକଙ୍କୁ ଉଦ୍ଧାର କରିଥିଲେ। ଜମ୍ମୁ- କଶ୍ମୀରର କିଶତୱାଡରୁ ଜମ୍ମୁ ଅଭିମୁଖେ ଯାଉଥିବା ଏହି ବସ୍‌ ଦୁର୍ଘଟଣାର ଶିକାର ହୋଇଛି। ବସ୍‌ଟି ଡୋଡା ଜିଲ୍ଲାର ଡୁଙ୍ଗଲ ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ପ୍ରାୟ ୨୫୦ ମିଟର ଖାଇକୁ ଖସି ପଡ଼ିଥିଲା।

Copyright © 2022 - Summa Real Media Private Limited. All Rights Reserved.