ପ୍ରମୁଖ ଖବର
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ବଲାଙ୍ଗୀର ଯିବେ ମୁଖ୍ୟମନ୍ତ୍ରୀ, ହିଞ୍ଜିଳି ପରେ କଣ୍ଟାବାଞ୍ଜିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||
  • ଭୁବନେଶ୍ୱର ​‌ଲୋକସଭା ଆସନ ପାଇଁ ଗୁରୁବାର ନାମାଙ୍କନ ଭରିବେ ଅପରାଜିତା ଷଡ଼ଙ୍ଗୀ ଓ ମନ୍ମଥ ରାଉତରାୟ
  • ||

ମାଳଦ୍ୱୀପ ଯାଉ ନାହାନ୍ତି ଭାରତୀୟ ପର୍ଯ୍ୟଟକ , ମୁଇଜ୍ଜୁଙ୍କ ଦେଶରେ ଭାରତୀୟଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ

ମାଲେ : ମାଳଦ୍ୱୀପର ନେତାମାନେ ଭାରତ ବିରୋଧୀ ଅଭିଯାନ ଚଲାଇ ଥିଲେ। କିନ୍ତୁ ତାଙ୍କର ସେହି ଭାରତ ବିରୋଧି ଅଭିଯାନର ପ୍ରଭାବ ଏବେ ଓଲଟା ପଡ଼ିବା ନଜର ଆସିଛି। ମାଳଦ୍ୱୀପକୁ ବହୁ ସଂଖ୍ୟାରେ ଭାରତୀୟ ଯାଉଥିଲେ। କିନ୍ତୁ ଏବେ ଏଥିରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଚଳିତ ବର୍ଷ ଜାନୁୟାରୀରୁ ତିନି ମାସ ଭିତରେ କେବଳ ୩୪,୮୪୭ ଜଣ ଭାରତୀୟ ମାଳଦ୍ୱୀପରେ ପହଞ୍ଚିଛନ୍ତି। ହେଲେ ଗତ ବର୍ଷ ଏହି ତିନି ମାସରେ ୫୬, ୨୦୮ଜଣ ଯାତ୍ରୀ ମାଳଦ୍ୱୀପରେ ପହଞ୍ଚି ଥିଲେ। ଅର୍ଥାତ୍‌ ଭାରତରୁ ମାଳଦ୍ୱୀପ ଯାଉଥିବା ଲୋକଙ୍କ ସଂଖ୍ୟାରେ ୩୮ ପ୍ରତିଶତ ହ୍ରାସ ଘଟିଛି। ଏହି ସଂଖ୍ୟା ୨୦୧୯ର ପ୍ରଥମ ତିନି ମାସକୁ ବି କମ୍‌ , ଯେବେ ୩୬,୦୫୩ ଜଣ ଭାରତୀୟ ଯାତ୍ରୀମାନେ ମାଳଦ୍ୱୀପ ଗସ୍ତ କରି ଥିଲେ। କରୋନା ମହାମାରୀ ପରେ ୨୦୨୧ରୁ ୨୦୨୩ ଯାଏ ଭାରତୀୟଙ୍କ ପାଇଁ ପ୍ରଥମ ସବୁଠି ବଡ଼ ବଜାର ଥିଲା।

ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ‘ଇଣ୍ଡିଆ ଆଉଟ୍‌’ ଅଭିଯାନର ଜବାବରେ ଭାରତୀୟଙ୍କ ବହିଷ୍କାରର କାରଣରୁ ଏହି ହ୍ରାସ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦି ଜାନୁୟାରୀର ଆରମ୍ଭରେ ଲାକ୍ଷାଦ୍ୱୀପ ଗସ୍ତ କରିଥିଲେ, ଏହାପରେ ମାଳଦ୍ୱୀପର ମନ୍ତ୍ରୀମାନେ ବିବାଦୀୟ ଟିପ୍ପଣୀ କରି ଥିଲେ। ତାଙ୍କର ଭାରତ ବିରୋଧି ଟିପ୍ପଣୀ ପରେ ସୋସିଆଲ ମିଡ଼ିଆରେ ମାଳଦ୍ୱୀପର ବୟକଟ୍‌ ଟ୍ରେଣ୍ଡ ଚାଲିଥିଲା। ହେଲେ ସେତେବେଳେ ମନେକରାଯାଉ ଥିଲା କି ଏସବୁ କେବଳ ସୋସିଆଲ ମିଡ଼ିଆରେ ହିଁ ସୀମିତ ରହିଯିବ। କିନ୍ତୁ ତିନି ମାସ ପରେ ଏବେ ତଥ୍ୟ ଯାହା କହୁଛି ଭାରତୀୟ ଲୋକେ ମାଳଦ୍ୱୀପ ଯାଉ ନାହାନ୍ତି। 

ଭାରତୀୟ ପର୍ଯ୍ୟଟକଙ୍କ ଏମିତି ରହିଛି ଟ୍ରେଣ୍ଡ – 

ଭାରତ ଯେଉଁ ଡିସେମ୍ୱର ୨୦୨୩ରେ ମାଳଦ୍ୱୀପର ପର୍ଯ୍ୟଟନରେ ସବୁଠୁ ବଡ଼ ଭାଗିଦାରୀ ଥିଲା , ଏହାର ରାଙ୍କିଂରେ ଏକ ହ୍ରାସ ଦେଖିବାକୁ ମିଳିଛି। ଚୀନ୍‌ ଏବେ ପର୍ଯ୍ୟଟକଙ୍କ ମାମଲାରେ ନମ୍ୱର ୱାନ ହୋଇଛି। କରୋନା ପୂର୍ବରୁ ମଧ୍ୟ ମାଳଦ୍ୱୀପରେ ସବୁଠି ଅଧିକ ଟୁରିଷ୍ଟ ଚୀନ୍‌ରୁ ହିଁ ଆସୁଥିଲେ। ମାଳଦ୍ୱୀପର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ମୁତାବିକ ୨୦୧୮ରେ ୧ ଲକ୍ଷରୁ କମ୍‌ ଭାରତୀୟ ମାଳଦ୍ୱୀପ ଗସ୍ତ କରି ଥିଲେ। ହେଲେ ଚଳିତ ବର୍ଷ ୨.୮୩ ଲକ୍ଷ ଚାଇନା ପର୍ଯ୍ୟଟକ ମାଳଦ୍ୱୀପରେ ପହଞ୍ଚି ଥିଲେ। ୨୦୧୯ରେ ଭାରତୀୟଙ୍କ ସଂଖ୍ୟା ବୃଦ୍ଧି ପାଇଁ ୧.୬ ଲକ୍ଷ ହୋଇ ଯାଇଛି । ସେପଟେ ଚାଇନା ପର୍ଯ୍ୟଟକଙ୍କ ସଂଖ୍ୟା ସ୍ଥିର ରହିଛି । ୨୦୨୧ରେ ୨.୯୧ ଲକ୍ଷ ଭାରତୀୟ ମାଳଦ୍ୱୀପରେ ପହଞ୍ଚି ଥିଲେ, ଯାହା ସେହି ହିସାବରେ ଏକ ବଡ଼ ନମ୍ୱର। କାରଣ କରୋନା କାରଣରୁ ଦୁନିଆରେ ଯାତ୍ରାରେ ପ୍ରତିବନ୍ଧକ ଲାଗିଥିଲା। କେବଳ ୨୨୩୮ ଚାଇନା ହିଁ ଏହି ବର୍ଷ ମାଳଦ୍ୱୀପ ଆସିଥିଲେ। 

ମାଳଦ୍ୱୀପରେ ଏବେ ସବୁଠୁ ଅଧିକ ପର୍ଯ୍ୟଟକ ଚୀନ, ୟୁକେ , ଇଟାଲୀ , ଜର୍ମାନୀ ଓ ଭାରତରୁ ଆସୁଛନ୍ତି। ୧୬ ଅପ୍ରେଲ ଯାଏ ମାଳଦ୍ୱୀପରେ ୭୪,୮୩୩ ଚାଇନା ଟୁରିଷ୍ଟ ପହଞ୍ଚି ଥିଲେ । ୭୦,୦୬୪ ୟୁକେ ପର୍ଯ୍ୟଟତ , ୬୯,୪୩୨ ରୁଷୀୟ ପର୍ଯ୍ୟଟକ , ୬୩,୩୧୧ ଇଟାଲୀର ପର୍ଯ୍ୟଟକ , ୫୫,୨୩୩ ଜର୍ମାନୀ ପର୍ଯ୍ୟଟକ ଓ ୩୯,୦୩୪ ଭାରତୀୟ ପର୍ଯ୍ୟଟନ ପହଞ୍ଚିଛନ୍ତି। ଭାରତ ଯାହା୨୦୨୩ରେ ପ୍ରଥମ ନମ୍ୱରରେ ଥିଲା ଏବେ ସେ ୬ତମ ରାଙ୍କ୍‌ରେ ପହଞ୍ଚି ଯାଇଛି। ଚୀନ ରାଙ୍କ୍‌ ଗତ ବର୍ଷରେ ୩ୟରେ ଥିଲା , ଏବେ ଏହା ପ୍ରଥମ ସ୍ଥାନରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.