ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ବ୍ୟବସାୟୀଙ୍କ ଜିଦ୍‌ ଆଗରେ ନଇଁଲେ ଦିଦି, ୫ ଦିନରେ ୟୁପିରୁ ଟ୍ରେନ୍‌ରେ ପହଞ୍ଚିବ ଆଳୁ

ଭୁବନେଶ୍ୱର/କଲିକତା, ୨୧।୮: ମାସେ ହେଲା ଆଳୁକୁ ନେଇ ଲାଗି ରହିଥିବା ଅଚଳାବସ୍ଥାରେ ବିରତି ଲାଗିପାରେ । ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସଂଘ ଦେଇଥିବା ଧର୍ମଘଟ ଡାକରା ଯୋଗୁଁ ସେଠାରେ ଆଳୁ ଦର ଉଚ୍ଚା ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଧ୍ୟ ହୋଇ ବ୍ୟବସାୟୀଙ୍କ ଦାବି ଆଗରେ ନଇଁଛନ୍ତି । ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ଆଳୁ ପଠାଇବାକୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଇଛନ୍ତି । ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ସହ ଆଳୁ ବ୍ୟବସାୟୀଙ୍କ ଜରୁରୀ ବୈଠକ ହୋଇଥିଲା । ଗତ ଶନିବାର ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆଳୁ ବ୍ୟବସାୟୀମାନେ ଧର୍ମଘଟ ଆରମ୍ଭ କରିଥିଲେ । ଅନ୍ୟ ରାଜ୍ୟକୁ ଆଳୁ ପଠାଇବା ବେଳେ ପୁଲିସ ଆମକୁ ବାଧା ଦେଉଛି । ଆଳୁ ଗାଡ଼ି ସୀମା ପାର୍‌ କରିବା ବେଳେ ପୁଲିସ ଟ୍ରକ୍‌ ପିଛା ଟଙ୍କା ଆଦାୟ କରୁଛି । ଏଥିପାଇଁ ବ୍ୟବସାୟୀମାନେ କ୍ଷତି ସହୁଛନ୍ତି । ଏହାକୁ ବିରୋଧ କରି ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଧର୍ମଘଟ ପ୍ରଭାବରେ ପଶ୍ଚିମବଙ୍ଗରେ ଆଳୁ ଦର ବଢ଼ି ଯାଇଥିଲା ଓ ଖାଉଟିଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । 

ଏଥିପାଇଁ ସରକାର ଆଜି ଏକ ଜରୁରୀ ବୈଠକ ଡାକିଥିଲେ । ନିଜେ ମୁଖ୍ୟମନ୍ତ୍ରୀ ମମତା ସେଥିରେ ଉପସ୍ଥିତ ରହି ବ୍ୟବସାୟୀଙ୍କ ସହ ଆଲୋଚନା କରିବା ସହ ଅନ୍ୟ ରାଜ୍ୟକୁ ଆଳୁ ପଠାଇବାକୁ ଅନୁମତି ଦେଇଛନ୍ତି । ପଶ୍ଚିମବଙ୍ଗର ବଜାରରେ ଆଳୁ ଦର ନିୟନ୍ତ୍ରଣ ରଖିବା ସର୍ତ୍ତରେ ଏହି ଅନୁମତି ଦିଆଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟକୁ ଆଳୁ ପଠାଇବାକୁ ଅନୁମତି ଦେବା ପରେ ଓଡ଼ିଶାର ଖାଉଟିମାନେ ଆଶ୍ୱସ୍ତ ହୋଇଛନ୍ତି । ବୁଧବାର ପଶ୍ଚିମବଙ୍ଗରୁ ଅଧିକ ଗାଡ଼ି ଲୋଡ୍‌ ହୋଇ ରାଜ୍ୟକୁ ଆଣିବାକୁ ଓଡ଼ିଶାର ବ୍ୟବସାୟୀମାନେ ପ୍ରସ୍ତୁତ ହେଉଛନ୍ତି । ସେଠାରୁ ଆଳୁ ପରିବହନ ସ୍ୱାଭାବିକ ହେଲେ ରାଜ୍ୟରେ ଆଳୁ ଦର କମିବା ସହ ଭଲ ମାନର ଆଳୁ ମିଳିବ ବୋଲି ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି । ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଆସନ୍ତାକାଲି ଗାଡ଼ି ଚେକପୋଷ୍ଟ୍‌ ଅତିକ୍ରମ କରିବା ବେଳେ ଜଣାପଡ଼ିବ । ସେଠାରୁ ଆଳୁ ଅଧିକ ଆସିଲେ ସମସ୍ୟା ଦୂର ହୋଇଯିବ । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ପୁଣି ଥରେ ଉତ୍ତରପ୍ରଦେଶରୁ ଆଳୁ ଆଣିବା କଥା ଦୋହରାଇଛନ୍ତି । ଆସନ୍ତା ୫ ଦିନ ଭିତରେ ସେଠାରୁ ୪୮ ହଜାର କୁଇଣ୍ଟାଲ ଆଳୁ ଆସିବ । ଏଥିପାଇଁ ଦୁଇଟି ଟ୍ରେନ୍‌ ଠିକ୍‌ ହୋଇଛି । ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ବି ଆଳୁ ଆସିବ । ରାଜ୍ୟରେ ଏବେ ଆଳୁ ମହଜୁଦ ରହିଛି । ଦର ବି ନିୟନ୍ତ୍ରଣରେ ଅଛି ।

ସମ୍ବଲପୁରରେ ୨୬ ଟଙ୍କାରେ ଆଳୁ ବିକ୍ରି ହେଉଛି । ଭୁବନେଶ୍ୱର ଓ ଆଖପାଖରେ ୩୦ ଟଙ୍କାରେ ବିକ୍ରି ହେଉଛି । ତେବେ ନିର୍ଦ୍ଧାରିତ ଦରଠାରୁ ଅଧିକରେ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସାନି ଚେତାବନୀ ଦେଇଛନ୍ତି । ଆଳୁ ଦର ନିୟନ୍ତ୍ରଣରେ ଅଛି ବୋଲି ମନ୍ତ୍ରୀ କହୁଥିଲେ ବି ରାଜ୍ୟର ଅଧିକାଂଶ ସ୍ଥାନରେ ଆଳୁ ଦର ଉଚ୍ଚା ରହିଛି । ରାଜଧାନୀର ଖୁଚୁରା ବଜାରରେ ଏବେ ୪୦ ଟଙ୍କାରେ ଆଳୁ ବିକ୍ରି ହେଉଛି । ପିଆଜ ଦର ବି ହଠାତ୍‌ ବଢ଼ିଯାଇଛି । ଦୁଇ ଦିନରେ ପିଆଜ କେଜି ୧୦ରୁ ୧୫ ଟଙ୍କା ବଢ଼ିଗଲାଣି । ଏବେ ୫୦ ଟଙ୍କାରେ ପିଆଜ ବିକ୍ରି ହେଉଛି । ନାସିକ୍‌ରୁ ପିଆଜ ଆସିବା କମିଥିବାରୁ ଏହାର ପ୍ରଭାବ ରାଜ୍ୟରେ ଦେଖିବାକୁ ମିଳିଛି । ନାସିକ୍‌ରେ ନୂଆ ପିଆଜ ବାହାରିବା ପରେ ରାଜ୍ୟକୁ ଅଧିକ ଆମଦାନୀ ହେବ ଓ ଦର କମିବ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.