ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ବେଙ୍ଗଲରେ ଦୁଷ୍କର୍ମକାରୀଙ୍କୁ ମିଳିବ ଫାଶୀ ! ଖୁବଶଘ୍ର ନୂଆ ବିଲ୍‌ ଆଣିବେ ମମତା ସରକାର

Image Courtesy: wionews

କୋଲକାତା: ଆସନ୍ତା ସୋମବାର ପାଖରୁ ପଶ୍ଚିମବଙ୍ଗ ବିଧାନସଭାରେ ସ୍ବତନ୍ତ୍ର ଅଧିବେଶନ ହୋଇପାରେ । ଟିଏମସି ଛାତ୍ର ପରିଷଦର ପ୍ରତିଷ୍ଠା ଦିବସରେ ଆୟୋଜିତ ରାଲିରେ ସ୍ବତନ୍ତ୍ର ଅଧିବେଶନ ନେଇ ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲକାତାରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଚାପ ବୃଦ୍ଧି ପାଇଛି । ସେପଟେ ଦୁଷ୍କର୍ମକାରୀଙ୍କୁ କମ୍‌ ସମୟ ମଧ୍ୟରେ ଫାଶୀ ଦେବାକୁ ନେଇ ନୂଆ ବିଲ ଆଗତ କରିବାକୁ ଯାଉଛନ୍ତି ମମତା । ଏହି ବିଲକୁ ପାସ କରାଇବା ଲାଗି ବିଧାନସଭାର ସ୍ବତନ୍ତ୍ର ସେସନ ଆରମ୍ଭ ହେବାକୁ ଯାଉଛି । ମଙ୍ଗଳବାର ଏହି ବିଧେୟକ ବିଧାନସଭାରେ ଆଗତ ହୋଇପାରେ । 

କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତା ବାନାର୍ଜୀ ବ୍ୟାକଫୁଟ୍‌ରେ ଅଛନ୍ତି । ମାମଲାରେ ପ୍ରାରମ୍ଭିକ ତଦନ୍ତ ପ୍ରକ୍ରିୟାରେ ରାଜ୍ୟ ପୋଲିସର କାର୍ଯ୍ୟ ସନ୍ଦେହଘେରରେ ଥିବା ବେଳେ ବିଜେପି ଲଗାତାର ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଆସିଛି । ଏପରିକି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରୁଛି ବିଜେପି । ବୁଧବାର ବିଜେପି ପକ୍ଷରୁ ପଶ୍ଚିମବଙ୍ଗ ବନ୍ଦ ଡାକରା ଦିଆଯାଇଥିଲା ଏବଂ ଏହାର ପ୍ରଭାବ ଭଲ ଭାବରେ ପଡ଼ିଛି । 

ଟିଏମସି ଛାତ୍ର ପରିଷଦର ପ୍ରତିଷ୍ଠା ଦିବସରେ ଆୟୋଜିତ ରାଲିରେ ମମତା ବାନାର୍ଜୀ କହିଛନ୍ତି, ବିଧାନସଭାରେ ବିଲ ପାସ କରାଇ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ମିଳିବା ନେଇ ସୁନିଶ୍ଚିତ କରିବୁ । ଯଦି ରାଜ୍ୟପାଳ ସିଭି ବୋଷ ବିଲକୁ ମଞ୍ଜୁରୀ ଦେବାକୁ ବିଳମ୍ବ କରନ୍ତି ତେବେ ଏହା ବିରୋଧରେ ଧାରଣା ଦିଆଯିବ । ସେ କହିଛନ୍ତି, ‘ଆମେ ଆଗାମୀ ସପ୍ତାହରେ ବିଧାନସଭାରେ ବିଶେଷ ଅଧିବେଶସନରେ ସଂଶୋଧିକ ବିଲ ପାରିତ କରିବୁ । ଏହାକୁ ମଞ୍ଜୁରୀ ଲାଗି ରାଜ୍ୟପାଳଙ୍କ ନିକଟକୁ ପଠାଇବୁ । ଯଦି ସେ ମଞ୍ଜୁରୀ ନଦିଅନ୍ତି ତେବେ ଆମେ ରାଜଭବନ ସାମ୍ନାରେ ଧାରଣାରେ ବସିବୁ ।’ 

ସେପଟେ କୋଲକାତା ମାମଲାରେ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ହେଉଛି । ଏହାକୁ ନେଇ ମମତା ବାନାର୍ଜୀ କହିଛନ୍ତି, ‘ମୁଁ ବିଜେପିକୁ ପଚାରୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେତେବେଳେ କାହିଁକି ଇସ୍ତଫା ଦେଇନଥିଲେ ଯେତେବେଳେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ମଣିପୁର ଏବଂ ଆସାମରେ ମହିଳା ବିରୋଧୀ ଅତ୍ୟାଚାର ରୋକିବାରେ ବିଫଳ ହୋଇଥିଲେ । ’ ଇସ୍ତଫା ପାଇଁ ଏଥିପାଇଁ ଦାବି ହେଉଛି କାରଣ ବିଜେପିକୁ ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ସେମାନଙ୍କୁ ଭଲ ଭବାରେ ଜଣାଅଛି ଆଗାମୀ ସମୟରେ ହେବାକୁ ଥିବା ନିର୍ବାଚନରେ ବିଜୟ ମିଳିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

 

  • CM Mamata
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.