ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏୟାର ହୋଷ୍ଟେସ୍‌ଙ୍କୁ ହତ୍ୟା ମାମଲା, ପୋଲିସ କଷ୍ଟଡିରେ ଆତ୍ମହତ୍ୟା କଲା ଅଭିଯୁକ୍ତ

ମୁମ୍ବାଇ,୮।୯: ମୁମ୍ବାଇର ଏକ ଆପାର୍ଟମେଣ୍ଟରେ ନିକଟରେ ଜଣେ ୨୪ ବର୍ଷୀୟ ମହିଳା ଫ୍ଲାଇଟ ଆଟେଣ୍ଡାଣ୍ଟ ରୁପଲ ଓଗରେଙ୍କୁ ହତ୍ୟା କରାଯାଇଥିଲ। ରୁପଲଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଶୁକ୍ରବାର ପୋଲିସ କଷ୍ଟଡିରେ କରିଛି ଆତ୍ମହତ୍ୟା। ପୋଲିସର କହିବା ଅନୁସାରେ, ଅଭିଯୁକ୍ତ ବିକ୍ରମ ଅଠଓ୍ବଲ ଅନ୍ଧେରୀ ପୋଲିସ ଷ୍ଟେସନ୍‌ର ଶୌଚାଳନୟ ଭିତରେ ନିଜ ପେଣ୍ଟକୁ ରଶି ଭାବରେ ବ୍ୟବହାର କରି ଝୁଲି ପଡିଛି। ତେବେ ପୋଲିସ ଅଧିକାରୀ କହିଛନ୍ତି, ଏହା ଆତ୍ମହତ୍ୟାର ସନ୍ଦିଗ୍ଧ ମାମଲା।’

ଗତ ରବିବାର ବିଳମ୍ବିତ ରାତିରେ ଅନ୍ଧେରୀର ମରୋଲ ଅଞ୍ଚଳର ଏକ ଭଡାଘରୁ ରୁପଲଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ଛତିଶଗଡର ରହୁଥିବା ବେଳେ ଏକ ପ୍ରମୁଖ ଘରୋଇ ଏୟାରଲାଇନ୍ସରେ ପ୍ରଶିକ୍ଷଣ ପାଇଁ ଚଳିତ ବର୍ଷ ଏପ୍ରିଲରେ ମୁମ୍ବାଇ ଆସିଥିଲେ। ସେ ଯେଉଁ ଆପାର୍ଟମେଣ୍ଟରେ ରହୁଥିଲେ ସେଠାରେ ପ୍ରାୟ ୧ ବର୍ଷ ହେବ ଅଭିଯୁକ୍ତ ବିକ୍ରମ ସଫେଇ କାମ କରୁଥିଲା। ହତ୍ୟା ମାମଲାରେ ସୋମବାର ବିକ୍ରମକୁ ଗିରଫ କରାଯାଇଛି। ସ୍ଥାନୀୟ କୋର୍ଟ ତାକୁ ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ପୋଲିସ କଷ୍ଟଡିକୁ ପଠାଇଥିଲା।

ତଦନ୍ତ ବେଳେ ପୋଲିସ ଅପରାଧ ସମୟରେ ପିନ୍ଧିଥିବା କପଡା ସହିତ ରୁପଲଙ୍କ ହତ୍ୟା ପାଇଁ କଥିତ ଭାବରେ ବ୍ୟବହାର କରାଯାଉଥିବା ଛୁରୀ ଜବତ କରାଯାଇଛି। ପୋଲିସର କହିବା ଅନୁସାରେ, ବିକ୍ରମ ଅଠାଓ୍ବଲ ବିବାହିତ ହୋଇଥିବାବେଳେ ତା’ର ଦୁଇଟି ଝିଅ ଅଛନ୍ତି। ପୋଲିସ କହିଛି ବିକ୍ରମ ଅଠାଓ୍ବଲ ଓ ରୁପଲଙ୍କ ଭିତରେ ଛୋଟମୋଟ ବିବାଦ ହୋଇଥିଲା। ଘରୁ ଅଳିଆ ନେବା ଓ କମୋଡ ସଫା କରିବା ବାହାନାରେ ସେ ରୁପଲଙ୍କ ଘର ଭିତରେ ପ୍ରବେଶ କରିଥିଲା ଓ ତାଙ୍କୁ ହତ୍ୟା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.