ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

୭୦୭ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି କାଲିଫର୍ଣ୍ଣିଆର ଜଣେ ବ୍ୟକ୍ତି; ୧୬ ଜଣଙ୍କୁ ଦେଇଥିଲେ ନିର୍ଯ୍ୟାତନା

Image source: Amarujala

ନୂଆଦିଲ୍ଲୀ,୧୯/୧୧: ଆମେରିକାର ଜଣେ ବ୍ୟକ୍ତିଙ୍କୁ ଶୁକ୍ରବାର ୭୦୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସେ ୧୬ ଜଣ ନାବାଳକଙ୍କୁ ଅସଦାଚରଣ କରିଥିବା ବେଳେ ଏବଂ ଅନ୍ୟ ଜଣଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇଥିବା ଅଭିଯୋଗ ହୋଇଥିଲା। ଜଣିକିଆ ଖଣ୍ଡପୀଠ ତାଙ୍କୁ ୩୪ ଅପରାଧରେ ଦୋଷୀ ସାବ୍ୟସ୍ତ କରିଛନ୍ତି, ଯେଉଁଥିରେ ୧୪ ବର୍ଷରୁ କମ୍ ନାବାଳିକାଙ୍କ ସହ ଅଶ୍ଳୀଳ ତଥା ଘୃଣ୍ୟ ବ୍ୟବହାର କରିଥିବା ଭଳି ଅଭିଯୋଗ ଅନ୍ତର୍ଭୁକ୍ତ।

ରିପୋର୍ଟ ଅନୁଯାୟୀ, ପୀଡ଼ିତମାନଙ୍କ ସହିତ ଯେତେବେଳେ ଦୁର୍ବ୍ୟବହାର ହୋଇଥିଲା ସେତେବେଳକୁ ସେମାନଙ୍କର ବୟସ ୨ ରୁ ୧୪ ବର୍ଷ ଥିଲା ଏବଂ ସେମାନଙ୍କୁ ମାଥ୍ୟୁ ଜାକ୍ରଜେଉସ୍କି (୩୪ ବର୍ଷିୟ ଅଭିଯୂକ୍ତ) ଦେଖାରଖା କରୁଥିଲେ। ୨୦୧୪ ରୁ ୨୦୧୯ ମଧ୍ୟରେ ଏହି ସମସ୍ତ ଅପରାଧ ହୋଇଥିଲା। ମେ ୨୦୧୯ ରେ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା ଯେତେବେଳେ ଏକ ଶିଶୁର ପିତାମାତା ଅଭିଯୋଗ କରିଥିଲେ ଯେ, ତାଙ୍କ ଆଠ ବର୍ଷର ପୁଅକୁ ଅଶାଳୀନ ବ୍ୟବହାର ଓ ଅଶ୍ଳୀଳ ଭିଡିଓ ଦେଖାଇଥିଲେ ବ୍ୟକ୍ତି ଜଣକ। ତେବେ ଘଟଣାକୁ ନେଇ ଯାଞ୍ଚ କରିବା ପରେ ଦକ୍ଷିଣ କାଲିଫର୍ନିଆରେ ୧୧ ଜଣ ପୀଡିତାଙ୍କ ସମ୍ପର୍କରେ ତଥ୍ୟ ମିଳିଥିଲା।

ଅଦାଲତରେ, ଅରେଞ୍ଜ କାଉଣ୍ଟି ଜିଲ୍ଲା ଓକିଲ ଜାକ୍ରଜେଉସ୍କି ଅଭିଯୁକ୍ତକୁ ହସ ହସ ମୁହଁ ପଛର ଛଦ୍ମବେଶିତ ରାକ୍ଷସ ବୋଲି ବର୍ଣ୍ଣନା କରିଥିଲେ। ଅରେଞ୍ଜ କାଉଣ୍ଟି ଜିଲ୍ଲା ଓକିଲ ଟଡ ସ୍ପିଟର କହିଛନ୍ତି ଯେ ଏହା ଏକ ଜଘନ୍ୟ ଅପରାଧ ଅଟେ। ଅପରାଧି ଜଣକ ଛଦ୍ମବେଶରେ ରହି ଛୋଟ ଛୁଆ ମାନଙ୍କ ସହିତ ଯେଉଁ ଭଳି ଭାବେ ଅସଦାଚରଣ କରୁଥିଲା, ଏନେଇ କଠୋର ଦଣ୍ଡାଦେଶର ଆବଶ୍ୟକତା ରହିଛି। 

ଓକିଲଙ୍କର କହିବା କଥା ହେଲା, 'ପିଲାମାନଙ୍କୁ ସୁରକ୍ଷା ଦେବା ବାହାନାରେ ଅଭିଯୁକ୍ତ ଜଣକ ନିଜର ଯୌନ ସନ୍ତୁଷ୍ଟି ହାସଲ କରୁଥିଲା। ତେବେ ରୋଚକ କଥା ହେଉଛି ଯେ, ଅଭିଯୁକ୍ତ ଜଣକ କୋର୍ଟରେ ପୀଡ଼ିତଙ୍କ ପରିବାରକୁ କୌଣସି କ୍ଷମା ମାଗିନଥିଲା। ପରେ ଅଭିଯୁକ୍ତକୁ ୭୦୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

Copyright © 2022 - Summa Real Media Private Limited. All Rights Reserved.