ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

୯ ମହିଳାଙ୍କୁ କରିଥିଲେ ବିବାହ; ଏବେ ଅଛନ୍ତି ୬ ପତ୍ନୀ, ଏକାସାଙ୍ଗେ ଶୋଇବାକୁ ତିଆରି କରିଛନ୍ତି ୨୦ ଫୁଟିଆ ସୁନା ବେଡ୍

ନୂଆଦିଲ୍ଲୀ, ୧୪।୧୧: ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହୋଇଥାଏ । ଆଜିକାଲି ଗୋଟିଏ ବିବାହରେ ସଂସାର ଚଳାଇବା କଷ୍ଟକର । କିନ୍ତୁ, କିଛି ଏଭଳି ଲୋକ ଅଛନ୍ତି ଯିଏ କରିଛନ୍ତି ଏକାଧିକ ବିବାହ । ସେ ମହିଳା ହୁଅନ୍ତୁ ଅବା ପୁରୁଷ । ଦରଦାମ୍ ଏତେ ବୃଦ୍ଧି ପାଇଛି ଯେ ପତ୍ନୀଙ୍କ ସୌକ ପୂରଣ କରିବା କାଠିକର ପାଠ ହେଲାଣି । ଏଭଳି ପରିସ୍ଥିତିରେ, ଜଣେ ବ୍ୟକ୍ତି ଏକାସାଙ୍ଗରେ ନିଜର ୬ ପତ୍ନୀଙ୍କୁ ଖୁସି କରାଇବାକୁ ଚିନ୍ତା କରୁଛନ୍ତି । ଆମେ କହୁଛୁ ବହୁବିବାହ କରିଥିବା ଆର୍ଥର ଓଉର୍ସେଙ୍କ ବିଷୟରେ । ଠିକ୍ ସେହିପରି ଜଣେ ବ୍ୟକ୍ତି ହେଉଛନ୍ତି, ଆର୍ଥର । ଯିଏ ୯ ମହିଳାଙ୍କୁ ଏକାସାଙ୍ଗରେ ବିବାହ କରିଥିଲେ । କିନ୍ତୁ, ବର୍ତ୍ତମାନ ତାଙ୍କର ମାତ୍ର ୬ ଜଣ ପତ୍ନୀ ଅଛନ୍ତି । ବିବାହର କିଛି ଦିନ ପରେ ୩ ଜଣ ତାଙ୍କୁ ଛାଡ଼ପତ୍ର ଦେଇଥିଲେ । ସେ ନିଜର ସମସ୍ତ ପତ୍ନୀଙ୍କୁ ସମାନ ଭଲପାଇବା ଦିଅନ୍ତି ।  

ଆର୍ଥର୍ ଯେତେବେଳେ ସମାନ ମଣ୍ଡପରେ ୯ ଜଣ ମହିଳାଙ୍କୁ ବିବାହ କରିଥିଲେ ସେତେବେଳେ ସେ ଚର୍ଚ୍ଚାରେ ଥିଲେ । ସ୍ୱାମୀ ଯଦି ନିଜ ପତ୍ନୀଙ୍କୁ ଏପରି ବିଳାସପୂର୍ଣ୍ଣ ଜୀବନ ନ ଦିଅନ୍ତି, ତେବେ ସେମାନେ ତାଙ୍କୁ ଛାଡ଼ିଦେବେ । ବ୍ରାଜିଲର ବାସ କରୁଥିବା ଅନେକ ଲୋକଙ୍କ ମନରେ ଏଭଳି ଧାରଣା ରହିଛି । ତେଣୁ ଆର୍ଥର ବର୍ତ୍ତମାନ ନିଜର ୬ ପତ୍ନୀଙ୍କୁ ଖୁସି ରଖିବାରେ ବ୍ୟସ୍ତ ଅଛନ୍ତି ।  ସେ ନିଜର ୬ ପତ୍ନୀଙ୍କ ସହ ଏକାସାଙ୍ଗେ ଶୋଇବାକୁ ଇଚ୍ଛା କରନ୍ତି । ଏଥିପାଇଁ ତାଙ୍କ ବେଡ୍‌ଟି ଛୋଟ ପଡ଼ିଲା । ତେଣୁ ସେ ଏକ ବଡ଼ ବେଡ୍ ପ୍ରସ୍ତୁତ କରିବାକୁ ଚିନ୍ତା କଲେ । ଯେପରି ସେମାନେ ତାଙ୍କଠାରୁ ଦୂରେଇ ନ ଯାଆନ୍ତୁ । ଏହି ଶଯ୍ୟାର ମୋଟେଇ ୬ ମିଟର ଏବଂ ଲମ୍ବ ମଧ୍ୟ ପ୍ରାୟ ସମାନ । ଏହାର ଦାମ୍ ୮୦ ଲକ୍ଷ । ଏହାକୁ ପ୍ରସ୍ତୁତ କରିବାକୁ ୧୫ ମାସର ସମୟ ଲାଗିଥିବା ବେଳେ ତିଆରି କରିବାକୁ ୧୨ ଜଣ ଶ୍ରମିକ ନିୟୋଜିତ ଥିଲେ । ଏଥିରେ ସାଢ଼େ ୯୦୦ଟି ସ୍କୃ ନଟ୍ ଲଗାଯାଇଛି । ସୁନାରେ ନିର୍ମିତ ଏହି ବିରାଟ ଶଯ୍ୟା । ଏଥିରେ ଅଧ କିଲୋ ସୁନା ବ୍ୟବହୃତ ହୋଇଛି । 

କେବଳ ଏତିକି ନୁହେଁ, ଆର୍ଥର ନିଜର ୬ ଜଣ ପତ୍ନୀଙ୍କ ପାଇଁ ଏକ ପ୍ରେମ ମହଲ ନିର୍ମାଣ କରିଛନ୍ତି । ଏହି ମହଲରେ ପ୍ରାୟ ୨୦ଟି କୋଠରୀ ଅଛି । ଆର୍ଥରଙ୍କର ଏହି ପ୍ରାସାଦର ନାଁ ହେଉଛି ମାନସାଓ ଡୋ ଆମୋର ଲିଭେରେ । ଏହାର ଅର୍ଥ ‘ମୁକ୍ତ ପ୍ରେମର ବଙ୍ଗଳା’ । ସେ ନିର୍ମାଣ କରିଥିବା ଏହି ଶଯ୍ୟା ଏତେ ବଡ଼ ଯେ, ଆଥର୍ର୍‌ ତାଙ୍କ ୬ ଟି ପତ୍ନୀଙ୍କ ସହ ଆରାମରେ ଶୋଇ ପାରିବେ । ୮୦୦ ବର୍ଗଫୁଟରେ ନିର୍ମିତ ଏହି ମହଲରେ ଅନେକ ପ୍ରକାରର ସୁବିଧା ରହିଛି । ଏଥିରେ ଏକ ଗେମିଂ ରୁମ୍, ବିୟୁଟି ରୁମ୍, ଜେନ୍ ସ୍ପେସ୍, ଇଚ୍ଛା ହ୍ରଦ, ସୁଇଙ୍ଗ ରୁମ୍, ମିନି ଗଲ୍ଫ ଖେଳ, ଜିମ୍ ଏବଂ ଆହୁରି ଅନେକ ଅଛି । କିନ୍ତୁ ଆର୍ଥର ତାଙ୍କ ଶଯ୍ୟାକୁ ଅଧିକ ପସନ୍ଦ କରନ୍ତି । ଏହାକୁ ପ୍ରସ୍ତୁତ କରିବା ପାଇଁ ସେ ନିଜ ପସନ୍ଦର ସୁନା କାରିଗରଙ୍କୁ ତାଙ୍କ ଘରକୁ ଡାକିଥିଲେ । ସେ ହିଁ ଅଧା କିଲୋ ସୁନା ମିଶ୍ରଣ କରି ଆର୍ଥରଙ୍କ ଶଯ୍ୟା ପ୍ରସ୍ତୁତ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.