ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଦିଲ୍ଲୀରେ ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ପିଲା ସମେତ ୪ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ – ରାଜଧାନୀ ଦିଲ୍ଲୀର ଶାହଦରା ମଡର୍ଣ୍ଣ ଶାହଦରା ରୋଡ୍‌ ସ୍ଥିତ ରାମ ନଗର ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ସନ୍ଧ୍ୟାରେ ଏକ ୪ ମହଲା କୋଠାରେ ଭୀଷଣ ନିଆଁ ଲାଗିଛି। ଘଟଣା ସ୍ଥଳରେ ଦମକଳ ଗାଡ଼ି ଓ ସ୍ଥାନୀୟ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦମକଳ କର୍ମଚାରୀମାନେ ୨ଘଣ୍ଟା ପାଖାପାଖି କଡ଼ା ପରିଶ୍ରମ ପରେ ନିଆଁକୁ ପୂରା ଆୟତ୍ତ କରିଥିଲେ। ଏହି ସମୟରେ ବିଲ୍ଡିଂରେ ଜଣେ ଶିଶୁ ସମେତ ମୋଟ ୬ଜଣ ଲୋକ ଭିତରେ ଫସି ଥିଲେ ,ସେମାନଙ୍କୁ ପୁଲିସ ଓ ଦମକଳ କର୍ମଚାରୀମାନେ ମିଶି ବାହାରକୁ ଆଣିଛନ୍ତି। ସମସ୍ତଙ୍କୁ ପିସିଆର ଟିମ୍‌ ଓ କ୍ୟାଟ୍ସ ଆମ୍ୱୁଲାନ୍ସର ସାହାଯ୍ୟରେ ଚେତାଶୂନ୍ୟ ଅବସ୍ଥାରେ ଜିଟିବି ହସ୍ପିଟାଲକୁ ନିଆଗଲା, ଯେଉଁଠି ଜଣେ ପିଲା ସମେତ ୪ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଲୋକଙ୍କର ଚିକିତ୍ସା ଜାରି ରହିଛି।

ପ୍ରାରମ୍ଭିକ ଯାଞ୍ଚରୁ ଜଣା ପଡ଼ିଛି କି କୋଠାର ଭୂତଳରେ ୱାଇପର , ରବର ଓ କଟିଂ ମେସିନ ପଡ଼ିଥିଲା। ଏଠାରୁ ନିଆଁର ଆରମ୍ଭ ହୋଇଛି ଏବଂ ଦେଖୁ ଦେଖୁ ନିଆଁ ପୂରା କୋଠାକୁ କବଳିତ କରିଥିଲା। ବର୍ତ୍ତମାନ ପୁଲିସ ଅଗ୍ନିକାଣ୍ଡର କାରଣ ନେଇ ଯାଞ୍ଚ ଜୋରଦାର କରିଛି । 

ସୂଚନା ମୁତାବିକ , ଉକ୍ତ ବିଲ୍ଡିଂରେ ଶୁକ୍ରବାର ସନ୍ଧ୍ୟାରେ ନିଆଁ ଲାଗିଥିଲା। ଅଗ୍ନିଶମ ବିଭାଗର ଜଣେ ଅଧିକାରୀଙ୍କ ଅନୁସାରେ , ତାଙ୍କୁ ସନ୍ଧ୍ୟା ୫ଟା ୨୨ ମିନିଟ୍‌ରେ ରାମନଗର ଅଞ୍ଚଳରେ ଏକ କୋଠାରେ ନିଆଁ ଲାଗିବାର ସୂଚନା ମିଳିଥିଲା , ଏହାପରେ ତୁରନ୍ତ ଅଗ୍ନିଶମର ୫ଟି ଗାଡ଼ି ଘଟଣା ସ୍ଥଳକୁ ଯାଇଥିଲେ।  ତୁରନ୍ତ ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.