ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଗାଜିଆବାଦରେ ସିଲିଣ୍ଡର ଫାଟି ଭୟଙ୍କର ଅଗ୍ନିକାଣ୍ଡ , ଅନେକ ଝୁମ୍ପୁଡି ଘର ଜଳି ପାଉଁଶ

ଗାଜିଆବାଦ – ଗାଜିଆବାଦର ବସ୍ତି ଅଞ୍ଚଳରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଠାରେ ଅନେକ ସିଲିଣ୍ଡର ଫାଟିବାରୁ ବସ୍ତିରେ ନିଆଁ ଲାଗି ଯାଇଛି। ଘଟଣାର ସୂଚନା ମିଳିବା କ୍ଷଣି ଦମକଳ ବିଭାଗର ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସର୍ବ ପ୍ରଥମେ ଏଠାରେ ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇ ଥିଲା। ଯେଉଁ ଅଞ୍ଚଳରେ ନିଆଁ ଲାଗିଥିଲା , ସେଠାରେ ଅବୈଧ ଭାବେ ଶହ ଶହ ଝୁମ୍ପୁଡି ଘର ସବୁ ରହିଛି। 

ଉକ୍ତ ଘଟଣାଟି ଶନିବାର ସକାଳେ ୧୧ଟାରେ ଘଟିଥିବା କୁହାଯାଉଛି। ଗ୍ୟାସ୍‌ ସିଲିଣ୍ଡର ଫାଟିବାରୁ ନିଆଁ ବ୍ୟାପି ଯାଇ ଥିଲା ଏବଂ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇ ଥିଲା। ତୁରନ୍ତ ଦମକଳ ବିଭାଗକୁ ସୂଚନା ଯାଇଥିଲା। ସୂଚନା ପାଇବା କ୍ଷଣି ଦମକଳ ବିଭାଗର ଅନେକ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇ ଥିଲା। 

ସୂଚନା ମୁତାବିକ, ମକନପୁରରେ ଶନିବାର ଦ୍ୱିପ୍ରହରରେ ଝୁମ୍ପୁଡ଼ି ଗୁଡ଼ିକରେ ଭୀଷଣ ନିଆଁ ଲାଗିଥିଲା, ଯେଉଁ କାରଣରୁ ୪୧ ଟି ଝୁମ୍ପୁଡି ଜଳି ପାଉଁଶ ହୋଇ ଯାଇଛି। ନିଆଁ ଲାଗିବା କ୍ଷଣି ଏହା ଖୁବ୍‌ ଜୋରରେ ବ୍ୟାପି ଯାଇଛି ଏବଂ ଏହାର ପ୍ରଭାବରେ ଆସି ଏଲପିଜିର ୧୦-୧୨ ସିଲିଣ୍ଡର ଧମାକା ସହ ଫାଟି ଖୁବ ଦୂରକୁ ଯାଇ ପଡ଼ିଥିଲା। ସୌଭାଗ୍ୟବଶତଃ ନିଆଁରେ କୌଣସି ଜୀବନହାନି ହୋଇ ନାହିଁ ଏବଂ ଦମକଳ ଟିମ୍‌ ପାଖାପାଖି ୨ ଘଣ୍ଟାର ପରିଶ୍ରମ ପରେ ନିଆଁକୁ କାବୁ କରି ପାରି ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.