ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇଲା: ଓଡିଶାରେ ମାଟ୍ରିକ୍‌, ଯୁକ୍ତ ୨ ଫଳ କେବେ ?

ଭୁବନେଶ୍ୱର,୧୪/୦୫: ସୋମବାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଯୁକ୍ତ ୨ ପରୀକ୍ଷା  ଫଳ କେବେ ବାହାରିବ ତାକୁ ନେଇ ପିଲାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । କେବଳ  ଯେ ଯୁକ୍ତ ୨ ପିଲାଙ୍କର ତାହା ନୁହେଁ ମାଟ୍ରିକ୍‌ ପିଲାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । 

ସୂଚନାଯୋଗ୍ୟ, ସିଏଚ୍‌ଏସ୍‌ଇ ପକ୍ଷରୁ ଫେବ୍ରୁଆରୀ ୧୬ରୁ ପରୀକ୍ଷା ଆରମ୍ଭ ହୋଇଥିଲା ।  ମାର୍ଚ୍ଚ ୨୦ ତାରିଖରେ ପରୀକ୍ଷା ଶେଷ ହୋଇଥିଲା। ଖାତା ଦେଖା ମଧ୍ୟ ଏପ୍ରିଲ୍‌ ୨୨ ତାରିଖରୁ  ଶେଷ ହୋଇଛି । ସିଏଚ୍‌ଏସ୍‌ଇ ପକ୍ଷରୁ ମଧ୍ୟ ମେ ୧୫ ସୁଦ୍ଧା ରେଜଲ୍ଟ ଘୋଷଣା କରାଯିବ  ବୋଲି କୁହାଯାଇଥିଲା । ମୂଲ୍ୟାୟନରେ ବିଳମ୍ବ ହୋଇଥିଲା । ଏବେ ପରିଷଦ ପକ୍ଷରୁ  ମୂଲ୍ୟାୟନ ମାର୍କକୁ ୱେବ୍‌ସାଇଟ୍‌ରେ ପ୍ରକାଶ ପ୍ରକ୍ରିୟା ପାଇଁ ଏକ ଆଇଟି ଫାର୍ମକୁ ଦାୟିତ୍ୱ  ଦିଆଯାଇଛି । ପରୀକ୍ଷା ରେଜଲ୍ଟ କେବେ ପ୍ରକାଶ ପାଇବ ତାକୁ ନେଇ ସିଏଚ୍‌ଏସ୍‌ଇ ପକ୍ଷରୁ  କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ଅନୁରୂପ ଭାବେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ  ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା । ପରୀକ୍ଷା ରେଜଲ୍ଟ ବାହାରିବ  ତାକୁ ନେଇ ବୋର୍ଡ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଉନାହିଁ । କିନ୍ତୁ ଗତବର୍ଷ ମାର୍ଚ୍ଚ ୧୮  ତାରିଖରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇଥିଲା । ଏହାକୁ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପରେ  ଅଭିଭାବକ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ରେଜଲ୍ଟ ପ୍ରକାଶକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି । 

ସୂଚନାଯୋଗ୍ୟ, ଯୁକ୍ତ ୨ରେ ଚଳିତ ବର୍ଷ ମୋଟ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷା  ଦେଇଛନ୍ତି । ସେହିପରି ମାଟ୍ରିକ୍‌ ପାଇଁ ସାଢ଼େ ୫ ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଇଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.