ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମେ'୨୦ ପରେ ସିବିଏସ୍‌ଇ ପରୀକ୍ଷା ଫଳ, ୱେବ୍‌ସାଇଟ୍‌ରେ ସୂଚନା ଦେଲା ବୋର୍ଡ

ଭୁବନେଶ୍ୱର,୧୦/୦୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା  ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ  ଶ୍ରେଣୀ ପରୀକ୍ଷା ଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ  ପାଇବ । ଏନେଇ ବୋର୍ଡ ପକ୍ଷରୁ ଏହାର ୱେବ୍‌ସାଇଟ୍‌ରେ  ସୂଚନା ଦିଆଯାଇଛି । ଅନ୍ୟପଟେ ଚଳିତବର୍ଷରୁ ପାରମ୍ପରିକ  ଭାବେ ଫଳ ପ୍ରକାଶ କରାଯିବ ନାହିଁ ଅର୍ଥାତ୍‌ ମେରିଟ୍‌ ଲିଷ୍ଟ  ପ୍ରକାଶ ପାଇବ ନାହିଁ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଶିକ୍ଷାର୍ଥୀଙ୍କ ମଧ୍ୟରେ ଅସ୍ୱାସ୍ଥ୍ୟକର ପ୍ରତିଯୋଗିତାର ପ୍ରକୋପକୁ  ହ୍ରାସ କରିବା । ଚଳିତବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା  ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୧୩ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା  ଫେବ୍ରୁଆରୀ ୧୫ରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ଚାଲିଥିଲା । ସାରା  ଦେଶରେ ମୋଟ ୩୯ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ ।

  • PrameyaOdia
  • prameya
  • result
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.