ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଅଗ୍ରସର ହେଉଛି ବାତ୍ୟା ମିଗଜୋମ

ଭୁବନେଶ୍ବର ,୩।୧୨   ଗତ ୬ ଘଣ୍ଟା ମଧ୍ୟରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା   ମିଗଜୋମ  ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଅଗ୍ରସର ହେଉଛି,। ଏହା ସମାନ ଅଞ୍ଚଳରେ  ୧୨.୨  ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ  ଏବଂ ୮୨ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ପାଖରେ, ପୁଡୁଚେରୀର ପ୍ରାୟ ୨୪୦ କିଲୋମିଟର ପୂର୍ବ, ଚେନ୍ନାଇର ୨୧୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ, ନେଲୋରର ୩୩୦ କିଲୋମିଟର ଦକ୍ଷିଣ-ପୂର୍ବ, ବାପାଟଲାର ୪୪୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ ମଛଲିପଟନମ   ଠାରୁ ୪୫୦   କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ରହିଛି | ଏହା ପରବର୍ତୀ ସମୟରେ ନିଜ ଗତିର ଦିଗ ଉତ୍ତର ପଶ୍ଚିମ ଦିଗରେ ବଜାୟ ରଖିବ।  ଏଥିସହ ୪ ତାରିଖ ପୂର୍ବାହ୍ନ ବେଳକୁ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ର ସମୁଦ୍ର ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ହେବା ସମ୍ଭାବନା ରହିଛି । 

 ଏହା ପରେ ଉତ୍ତର ଦିଗରେ ଗତି କରିବ। ଏଥି ସହ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳକୁ  ପ୍ରାୟ ସମାନ୍ତରାଳ  ଭାବେ ଗତିକରିବ।   ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର  ନେଲୋର ଏବଂ ମଛଲିପଟନମ ମଧ୍ୟରେ ୫ ଡିସେମ୍ବର ପୂର୍ବାହ୍ନରେ ଏକ ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ  ସର୍ବାଧିକ ପବନ ବେଗ ଘଣ୍ଟା ପ୍ରତି  ୯୦ ରୁ ୧୦୦ କିଲୋମିଟର ତଥା ଝଟକା ପବନ ୧୧୦ କିମି ବେଗରେ ରହିବା ସମ୍ଭାବନା ରହିଛି |

ଆହୁରି ପଢନ୍ତୁ : ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.