ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନାବାଳିକା କଲେଜ ଛାତ୍ରୀଙ୍କୁ ବୀଭତ୍ସ ହତ୍ୟା ଘଟଣା: ସିସିଟିଭି ଫୁଟେଜ୍‌ରୁ ମିଳିଲା ସୁରାକ, ସମ୍ପର୍କୀୟ ଭାଇ ସହଯୋଗୀକୁ ଉଠାଇନେଲା ପୁଲିସ

ଢେଙ୍କାନାଳ,୦୩/୦୩: ସଦର ଥାନା ଅଞ୍ଚଳର ନାବାଳିକା କଲେଜ ଛାତ୍ରୀ ମାମଲାରେ ପୁଲିସ ଛାନ୍‌ଭିନ୍‌ ଚଳାଇଛି । ଶନିବାର ସନ୍ଧ୍ୟାରେ ଛାତ୍ରୀଙ୍କ ବଡ଼ବାପା ପୁଅ ଭାଇ ଓ ତାର ଜଣେ ସହଯୋଗୀକୁ ପୁଲିସ ଉଠାଇ ନେଇଛି । ସାଦା ପୋଷାକଧାରୀ ପୁଲିସ ଟିମ୍‌ ମଜୁରୀ ଗାଁ ଛକରୁ ପ୍ରଥମେ ସହଯୋଗୀକୁ କାବୁ କରିଥିବା ବେଳେ ପରେ ମୃତ ଛାତ୍ରୀଙ୍କ ଘରେ ତିକ୍ତାନ୍ନ ଖାଉଥିବା ବଡ଼ବାପା ପୁଅ ଭାଇକୁ ଉଠାଇ ଆଣିଛି । ଜମିଜମା ବିବାଦକୁ ନେଇ ଅଭିଯୁକ୍ତମାନେ ପ୍ରତିଶୋଧ ପରାୟଣ ହୋଇ ଏଭଳି ନାରକୀୟ ହତ୍ୟାକାଣ୍ଡ ଘଟାଇଥିବା  ପୁଲିସ ସନ୍ଦେହ କରିଛି । ଗତ ଗୁରୁବାର ସନ୍ଧ୍ୟାରୁ ଛାତ୍ରୀ ନିଖୋଜ ହୋଇ ଯାଇଥିବାବେଳେ  ଶୁକ୍ରବାର ଅପରାହ୍ନରେ ଜଙ୍ଗଲରୁ ମୃତଦେହ  ଠାବ ହୋଇଥିଲା । 

ସୂଚନା ପାଇ ବରିଷ୍ଠ  ପୁଲିସ ଅଧିକାରୀ ସଦଳବଳ ହତ୍ୟାକାଣ୍ଡ  ସ୍ଥଳରେ ପହଞ୍ଚି ଛାନଭିନ୍‌ କରିଥିଲେ । ଘଟଣା  ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର  ସହ ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ  ପାଇଁ ପଠା ଯାଇଥିଲା । ଏହାପରେ ଏସ୍‌ଡିପିଓ  ବିଭୁତି ମହାପାତ୍ରଙ୍କ ନେତୃତ୍ୱରେ ପୁଲିସ ଟିମ୍‌  ସହରର ବିଭିନ୍ନ ସ୍ଥାନରେ ରହିଥିବା ସିସିଟିଭି  ଯାଞ୍ଚ କରିଥିଲା । ଏକାଧିକ ସିସିଟିଭି ଯାଞ୍ଚ  ପରେ ମହାବୀର ଛକ ନିକଟ ଏକ ଦୋକାନରୁ  ପୁଲିସ କିଛି ସୁରାକ୍‌ ପାଇଥିଲା । ଜଣେ ଯୁବକ  ଛାତ୍ରୀଙ୍କୁ କଳା ରଙ୍ଗର ବାଇକ୍‌ରେ ବସାଇ ସନ୍ଧ୍ୟା  ସମୟରେ ନେଉଥିବା ଦେଖାଯାଇଥିଲା । ଯୁବକ  ଜଣକ କଳା ରଙ୍ଗର ସାର୍ଟ ଓ ନାଲି ହେଲ୍‌ମେଟ୍‌  ପିନ୍ଧିଥିଲେ । ସବୁଠାରୁ ବଡ଼ କଥା ହେଲା ଛାତ୍ରୀଙ୍କ  ଘର ମଙ୍ଗଳପୁର ଅଞ୍ଚଳରେ ହୋଇଥିବାରୁ ପରିବା  ମାର୍କେଟ୍‌ରୁ କଣ୍ଟାନାଳୀ ବାଇପାସ୍‌ ଛକ ହୋଇ  ଯିବା କଥା । ମାତ୍ର ଯୁବକ ଜଣକ ଛାତ୍ରୀଙ୍କୁ ପରିବା  ମାର୍କେଟ୍‌ରୁ ଗଣେଶ ବଜାର, ମହାବୀର ବଜାର  ଛକ ଓ ଦକ୍ଷିଣକାଳୀ ରାସ୍ତାରେ ନେଇ ଯାଉଥିବା  ସିସିଟିଭିରେ ଦେଖାଯାଇଛି ।

ହତ୍ୟାକାଣ୍ଡ ପରେ  ସୁରାକ୍‌ ଯୋଗାଡ଼ କରିବାକୁ ଆଖପାଖ ଅଞ୍ଚଳରେ  ସାଦା ପୋଷାକଧାରୀ ପୁଲିସ ନିୟୋଜିତ ଥିଲେ । ସିସିଟିଭି ଫୁଟେଜ୍‌ ଆଧାରରେ ସନ୍ଧ୍ୟା ପ୍ରାୟ  ୭ଟାରେ ମଜୁରୀ ଛକଠାରେ ସାଦା ବେଶରେ  ପୁଲିସ ପ୍ରଥମେ ସନ୍ଦେହରେ ଜଣେ ଯୁବକକୁ କାବୁ କରିଥିଲା । ଯିଏକି ଜଣେ ରାଜମିସ୍ତ୍ରୀ । ତାଠାରୁ ସୂଚନା ପାଇ ପୁଲିସ ସିଧା ମୃତଛାତ୍ରୀଙ୍କ  ଘରେ ପହଞ୍ଚିଥିଲା । ସେଠାରେ ତିକ୍ତାନ୍ନ ଖାଉଥିବା  ଛାତ୍ରୀଙ୍କ ବଡ଼ବାପାଙ୍କ ପୁଅକୁ କାବୁ କରିଥିଲେ । ଜଙ୍ଗଲରେ ମୃତଦେହ ପଡ଼ିଥିବା ସମ୍ପର୍କରେ ସେ  ହିଁ ପ୍ରଥମେ ସୂଚନା ଦେଇଥିଲା। ଏହାପରଠାରୁ  ସେ ପୁଲିସର ସନ୍ଦେହ ବଳୟକୁ ଆସିଥିଲା ।  ଢେଙ୍କାନାଳ ସହରରୁ ପୁଲିସ ପାଇଥିବା ସିସିଟିଭି  ଫୁଟେଜ୍‌ ଆଧାରରେ ରାଜମିସ୍ତ୍ରୀ ପାଖରେ  ପହଞ୍ଚିବା ପରେ ବଡ଼ବାପା ପୁଅ ଭାଇର ସମ୍ପୃକ୍ତି  ଥିବା ଜାଣିବାକୁ ପାଇଛି । 

ସୂଚନାଯୋଗ୍ୟ, ସଦର  ଥାନା ମଙ୍ଗଳପୁର ଗାଁ ନିକଟ କଇଁଆଗଡ଼ାଣି  ଜଙ୍ଗଲରେ ନାବାଳିକା କଲେଜ ଛାତ୍ରୀଙ୍କ  ମୃତଦେହ ଉଦ୍ଧାର କରାଯାଇଥିଲା । ସେ ଗୁରୁବାର  ଢେଙ୍କାନାଳ ସହରକୁ କୋଚିଂ ନେବାକୁ ଆସି ସନ୍ଧ୍ୟାରୁ ନିଖୋଜ ହୋଇ ଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.