ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଚାର୍ଜିଂରେ ଲାଗିଥିବା ବେଳେ ଫାଟିଲା ମୋବାଇଲ୍ ବ୍ୟାଟେରି, ୪ ଛୁଆ ମୃତ, ଦମ୍ପତି ଗୁରୁତର

ମୀରଟ, ୨୪/୦୩: ମୋବାଇଲ୍ ନେଲା ୪ ଜୀବନ । ଉତ୍ତରପ୍ରଦେଶର ମୀରଟ ମୋଦିପୁରମର ଜନତା କଲୋନୀରେ ଅଘଟଣ ଘଟିଛି । ସର୍ଟ ସର୍କିଟ ପରେ ମୋବାଇଲ୍ ବିସ୍ଫୋରଣ ହୋଇ ଘରେ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡରେ ଘରେ ଥିବା ୪ ଛୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି ।

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ୍ ନେଇଥିଲା । ମେଡିକାଲରେ ୪ ଛୁଆ ଆଖି ବୁଜିଥିବା ବେଳେ ସ୍ୱାମୀ, ସ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଛି ।

ଚିକିତ୍ସାଧୀନ ଅବସ୍ଥାରେ ୨୪ ଘଣ୍ଟା ମଧ୍ୟରେ ୪ ଛୁଆଙ୍କ ମୃତ୍ୟୁ ହୋଇଛି । ଛୁଆର ମାଆକୁ ସଂକଟାପନ୍ନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ପିତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସ୍ଥାନୀୟ ମେଡିକାଲରେ ଚିକିତ୍ସା ଚାଲିଛି ।

ମୁଜଫରନଗରର ୪୧ ବର୍ଷୀୟ ଜାନି ପତ୍ନୀ ବବିତା ଓ ୪ ଛୁଆଙ୍କୁ ନେଇ ଜନତା କଲୋନୀରେ ଭଡ଼ାରେ ରହିବା ସହ ଦିନ ମଜୁରିଆ ଭାବେ କାମ କରୁଥିଲେ । ମୃତ ୪ ଛୁଆ ହେଲେ ସାରିକା (୧୦), ନିହାରିକା (୮), ଗୋଲୁ (୬) ଓ କଲ୍ଲୁ (୫) ।

ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ୪ ଛୁଆ ଘରେ ଖେଳୁଥିଲେ । ସେହି ସମୟରେ ମୋବାଇଲକୁ ଚାର୍ଜରେ ବସାଇବା ବେଳେ ସର୍ଟସର୍କିଟ୍ ହୋଇଥିଲା । ତାରରେ ନିଆଁ ଲାଗି ଯାଇ ମୋବାଇଲ୍ ଫାଟି ଯାଇଥିଲା । ଫଳରେ ଘରେ ଥିବା ଖଟରେ ନିଆଁ ଲାଗି ଚାରିଆଡ଼େ ଖେଳି ଯାଇଥିଲା । ନିଆଁ ଦେଖି ୪ ଛୁଆ ଚିତ୍କାର କରିଥିଲେ । ଏହା ପରେ ମାଆ ବବିତା ଓ ପଡ଼ୋଶୀ ୪ ଛୁଆଙ୍କୁ ପୋଡ଼ି ଯାଇଥିବା ଅବସ୍ଥାରେ ଉଦ୍ଧାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.